ତାଲା ପଡ଼ିଥିବା ସତ୍ତ୍ୱେ ବି ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିଚାଲିଛି | କରୋନା ସମ୍ବନ୍ଧୀୟ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି | ମୃତ୍ୟୁର ସଂଖ୍ୟା ବି 150 ଛୁଇଁଛି | କୁହା ଯାଉଛି କି ଭାରତ କରୋନାର ତୃତୀୟ ପର୍ଯ୍ୟାୟ ନିକଟରେ ରହିଛି, ଯେଉଁଠାରେ ଏହି ଜୀବାଣୁ ର କମ୍ୟୁନିଟି ଟ୍ରାନ୍ସମିଶନ ଦ୍ଵାରା ସଂକ୍ରମିତ ହେବାର ଆଶଙ୍କା ବଢି ଯାଇଥାଏ । କରୋନାରେ ସବୁଠାରୁ ଅଧିକ ଲୋକ ଇଟାଲୀରେ ମୃତ୍ୟୁ ବରଣ କରିଛନ୍ତି | ଏହା ଚିନ୍ତାର ବିଷୟ ଯେ ଭାରତରେ କରୋନା ବିସ୍ତାର ଇଟାଲୀ ଲାଇନରେ ଚାଲିଛି। ସରକାର ସୂଚାଇ ଦେଇଛନ୍ତି ଯେ ଏବେ ଲକଡାଉନ ବନ୍ଦ ହେବ ନାହିଁ। ଏହା ମଧ୍ୟ ସ୍ପଷ୍ଟ ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆହୁରି ସମୟ ଲାଗିବ।
ଇଟାଲୀରେ କରୋନା ଜୀବାଣୁ ଯୋଗୁଁ 17 ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି। ଭାରତରେ ଏପର୍ଯ୍ୟନ୍ତ 150 ଜଣଙ୍କର ମୃତ୍ୟୁ ହୋଇଛି। ଉଭୟ ଦେଶର କରୋନା ସହ ଜଡିତ ମାମଲା ଏବଂ ମୃତ୍ୟୁକୁ ଦେଖିଲେ ଭାରତ ଇଟାଲୀ ରାସ୍ତାରେ ବଢ଼ୁଥିବାର ଜଣାପଡିଛି। ଅବଶ୍ୟ, କରୋନା ଏକ ମାସ ପୂର୍ବରୁ ଇଟାଲୀରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରି ଦେଇଥିଲା। ଭଲ କଥା ଏହା ହେଉଛି କି ଭାରତର ପାଖରେ ପୁନରୁଦ୍ଧାର ପାଇଁ ସମୟ ଅଛି।
ୱାର୍ଲ୍ଡ ମିଟର ଅନୁଯାୟୀ, 1 ଏପ୍ରିଲ ପର୍ଯ୍ୟନ୍ତ ଭାରତରେ 1998ଟି କେଶ ସାମ୍ନାକୁ ଆସିଥିଲା ଯେଉଁଥିରେ 58 ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ପରିସ୍ଥିତି ଏକ ମାସ ପୂର୍ବରୁ ଇଟାଲୀରେ ହୋଇଥିଲା | ମାର୍ଚ୍ଚ 1 ସୁଦ୍ଧା ଇଟାଲୀରେ 1577 ଟି କରୋନା ମାମଲା ଥିବାବେଳେ 41 ଜଣଙ୍କର ମୃତ୍ୟୁ ଘଟି ଥିଲା। ସେହିଭଳି ଇଟାଲୀରେ 6 ମାର୍ଚ୍ଚ ଏବଂ ଭାରତର 6 ଏପ୍ରିଲ ର କେଶ ସଂଖ୍ୟା ମଧ୍ୟରେ ଅନେକ ସମାନତା ଅଛି | ଏପ୍ରିଲ 6 ସୁଦ୍ଧା ଭାରତରେ 4778 କରୋନା ଭାଇରସ ରିପୋର୍ଟ ହୋଇଥିଲା ଯେଉଁଥିରେ 136 ଜଣଙ୍କର ମୃତ୍ୟୁ ହୋଇଥିଲା। ଯଦି ଆପଣ ମାର୍ଚ୍ଚ 6 ପର୍ଯ୍ୟନ୍ତ ଇଟାଲୀରେ କରୋନା ଗ୍ରାଫକୁ ଦେଖନ୍ତି, ସେଠାରେ 4636 ମାମଲା ଥିବାବେଳେ 197 ଜଣଙ୍କର ମୃତ୍ୟୁ ଘଟିଥିଲା।
ଭାରତ ଏବଂ ଇଟାଲୀରେ ପ୍ରତିଦିନ ଆସୁଥିବା ମାମଲା ଓ ମୃତ୍ୟୁ ସଂଖ୍ୟା ସମାନ ଦେଖାଯାଉଛି। ଏଠାରେ ମଧ୍ୟ, ସମୟର କେବଳ ପାର୍ଥକ୍ୟ ଅଛି | ଏକ ମାସ ପୂର୍ବରୁ, ଇଟାଲୀରେ ଦୈନିକ ଅନେକ ମାମଲା ଆସୁଥିଲା, ଏବେ ଭାରତରେ ମଧ୍ୟ ପରିସ୍ଥିତି ସମାନ | ମାର୍ଚ୍ଚ 1 ରେ ଇଟାଲୀରେ 573 ଟି ମାମଲା ସାମ୍ନାକୁ ଆସିଥିଲା ଏବଂ ସେଠାରେ 12 ଜଣଙ୍କର ମୃତ୍ୟୁ ହୋଇଥିଲା। ଗୋଟିଏ ମାସ ପରେ, ଏପ୍ରିଲ 1 ରେ, ଭାରତରେ 601 ଟି ମାମଲା ସାମ୍ନାକୁ ଆସିଥିଲା ଏବଂ 23 ଜଣଙ୍କର ମୃତ୍ୟୁ ହେଇଥିଲା।
ଭାରତ ଏବଂ ଇଟାଲୀର କରୋନା ଠାରୁ ଦୈନିକ ମୃତ୍ୟୁହାର ମଧ୍ୟ ସମାନ ରହିଛି | ଏଠାରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସମୟର ପାର୍ଥକ୍ୟ ଅଛି | ମାର୍ଚ୍ଚ 1 ରେ, ଇଟାଲୀର କରୋନାରୁ ମୃତ୍ୟୁ ହାର ପ୍ରାୟ 33% ଥିଲା। ଏକ ମାସ ପରେ, ଏପ୍ରିଲ 1 ରେ, ଭାରତର କରୋନା ଠାରୁ ମୃତ୍ୟୁ ହାର ପ୍ରାୟ 28% ଥିଲା |