ସ୍ଵତନ୍ତ୍ର ଓ ବେଅନ୍ତ ୩୩ଟି ଗୁଳି ମାରି କାହିଁକି କରି ଦେଇଥିଲେ ଇନ୍ଦିରା ଗାନ୍ଧୀଙ୍କର ହତ୍ୟା, ପୁରା ଘଟଣା ସମ୍ପର୍କରେ ଜାଣି ସ୍ତବ୍ଦ ରହିଯିବେ

ଭାରତ ର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କୁ ଆଇରନ ଲେଡି କୁହାଯାଇଥାଏ i ତାଙ୍କ ମୃତ୍ୟୁ କୁ ପ୍ରାୟ ଏହି ବର୍ଷ 36 ବର୍ଷ ପୁରା ହେବାକୁ ଯାଉଛି I 1984 ରେ 31 ଅଗଷ୍ଟ କୁ ନୂଆ ଦିଲ୍ଲୀ ରେ ସର୍ଫଜ୍ର୍ଜନଗ ରୋଡ଼ ରେ ଥିବା ପ୍ରଧାନମନ୍ତ୍ରୀ ଆବାସ ରେ 1ରେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଥିଲା I ଇନ୍ଦିରା ଗାନ୍ଧୀ ଙ୍କୁ ଅପରେସନ ବ୍ଲୁଷ୍ଟାର ର 4 ମାସ ପରେ ଶିଖ ସମୁଦାୟ ର ଲୋକେ ହତ୍ୟା କରିଥିଲେ I ଏବଂ ପୁରା ଯୋଜନାବଦ୍ଧ ଭାବ ରେ ତାଙ୍କୁ 33 ଗୋଟି ଗୁଳି ରେ ହତ୍ୟା କରାଯାଇଥିଲା I

ଏହି କାରଣ ରୁ ସବୁଜ ସଂକେତ ଦେଖାଯାଇଥିଲା
ଶିଖ ସମୁଦାୟ ର ଅଲଗାବାଦୀ ନେତୃତ୍ୱ କୁ ବୃଦ୍ଧି କରିଥିବା ଖାଲୀସ୍ଥାନ ସମର୍ଥକ ଙ୍କ ର ଜେନେରାଲ ସିଂ ଭିଡରାଵଲେ 1981 ରେ ଅମୃତସର ର ହରୀମନ୍ଦିର ସାହିବ ଅର୍ଥାତ ସ୍ଵର୍ଣ ମନ୍ଦିର ପରିସର ରେ ଅନ୍ୟ କିଛି ଶିଖ ଙ୍କ ସହ ବସିଥିଲେ I ଏହା ପରେ ବିଦ୍ରୋହ ଆରମ୍ଭ ହେଇଯାଇଥିଲା I ସେହି ସମୟ ରେ ଦେଶ ରେ ହିଂସାତ୍ମକ ଘଟଣା ବୃଦ୍ଧି ପାଇବା ରେ ଲାଗିଥିଲା I ସ୍ଵର୍ଣ ମନ୍ଦିର ପରିସର ରେ ଭାରତୀୟ ସେନା 3 ରୁ 6 ଜୁନ ମଧ୍ୟ ରେ ଅପରେସନ ବ୍ଲୁଷ୍ଟାର ଚଳାଇଥିଲେ I ଓ ସବୁଜ ସଂକେତ ମଧ୍ୟ ଇନ୍ଦିରା ଗାନ୍ଧୀ ଦେଖାଇଥିଲେ I

ଏହିପରି ଚାଲିଥିଲା ଅପରେସନ ବ୍ଲୁଷ୍ଟାର
ପ୍ରଥମେ 2 ଜୁନ 1984 ରେ ପଞ୍ଜାବ ରେ ସେନ ଙ୍କ ତରଫରୁ ଅନ୍ତରାଷ୍ଟ୍ରୀୟ ସୀମା କୁ ସିଲ କରାଯାଇଥିଲା I ଏହା ର ଆଗାମୀ ଦିନ 3 ଜୁନ୍ ରେ ପୁରା ପଞ୍ଜାବ ରେ କର୍ଫ୍ୟୁ ଲାଗୁ ହେଇଥିଲା I ମନ୍ଦିର ପଛ ପାର୍ଶ୍ଵ ରେ ଚରମପନ୍ଥୀ ଙ୍କ ପାଖ ରେ କେତେ ହତିଆର ରହିଛି ଏହା ର ଅନୁମାନ କରିବା କୁ ଭାରତୀୟ ସେନା ଯାଇଥିଲେ I କିନ୍ତୁ ସେଠାରେ ଗୁଳି ବିନିମୟ ହେଇଥିଲା I 20 ଗୋଟି କଳା ପୋଷାକ ରେ କମାଣ୍ଡୋ 5 ଜୁନ , 1984 ରାତି ରେ ସ୍ଵର୍ଣ ମନ୍ଦିର ରେ ପଶି ଯାଇଥିଲେ I ଏହି ସମସ୍ୟା ବୃଦ୍ଧି ପାଇବା ରେ ଲାଗିଥିଲା I ଏଠାରେ ଅନେକ କିଛି ରକ୍ତପାତ ହେଇଥିଲା I

ଶିଖ ସମୁଦାୟ ବିରକ୍ତି
ଭାରତ ସରକାର ଯେଉଁ ଶ୍ୱେତପତ୍ର ଜାରି କରିଥିଲେ ଏହା ର ନାମ ବ୍ଲୁଷ୍ଟାର ଅପରେସନ ଯେଉଁଥିରେ 493 ଚରମପନ୍ଥୀ ଅର୍ଥାତ ସାଧାରଣ ନାଗରିକ ଙ୍କ ର ମୃତ୍ୟୁ ହେଇଥିଲା I 86 ଜଣ ଆଘାତ ପାଇଥିଲେ 1592 ଜଣ ଗିରଫ ହେଇଥିଲେ I 83 ସୈନିକ ଙ୍କ ର ଏହି ଘଟଣା ରେ ମୃତ୍ୟୁ ହେଇଥିଲା I 249 ସୈନିକ ଏହି ଘଟଣା ରେ ଆଘାତ ହେଇଥିଲେ I ପୁରା ପଞ୍ଜାବ ର ମାହୋଲ ବିବାଦୀୟ ରହିଥିଲା I ଇନ୍ଦିରା ଗାନ୍ଧୀ ଙ୍କପ୍ରତି ଶିଖ ସମୁଦାୟ ଙ୍କ ର ବିରକ୍ତି ଭାବ ଦେଖିବା ପରେ ଇନ୍ଦିରାଗାନ୍ଧୀ ଙ୍କ ର ଙ୍କ ର ହତ୍ୟା ର ଯୋଜନା କରାଯାଇଥିଲା I ଏବଂ ଶିଖ ବଡିଗାର୍ଡ ବେୱାନ୍ତ ସିଂ ଓ ସତବନ୍ତ ସିଂ ଇନ୍ଦିରା ଗାନ୍ଧୀ ଙ୍କୁ ହତ୍ୟା କରିଥିଲେ I

କିପରି ହେଇଥିଲା ହତ୍ୟା
ବ୍ରିଟିଶ ଅଭିନେତା ପିତାର ଅଷ୍ଟେନୋବ ଙ୍କ ସହ 31 ଅକ୍ଟୋବର 1984 ରେ ଇନ୍ଦିରା ଗାନ୍ଧୀ ସାକ୍ଷ୍ୟାତ କରିବା କୁ ବାହାରିଥିଲେ I ସେଠାରେ ସେ ଏକ ଡାକୟମେଣ୍ଟାରୀ ଫିଲ୍ମ ପାଁଇ ଇଣ୍ଟରଭିୟୁ ଦେବାକୁ ଯାଉଥିଲେ I ଯେପରି ଇନ୍ଦିରାଗାନ୍ଧୀ ଦୁଆର ଖୋଲି ବାହାର କୁ ବାହାରିଥିଲେ ତାଙ୍କ ପେଟ କୁ ତିନି ଗୋଟି ଗୁଳି ମାଡ଼ କରାଯାଇଥିଲା ଏହା ବେୱାନ୍ତ ସିଂ ମାରିଥିଲେ I ଏହା ପରେ ଇନ୍ଦିରାଗାନ୍ଧୀ ସେଠାରେ ଟଳିପଡିଥିଲେ I ଏହା ପରେ ସାନ୍ତ୍ବଣ୍ତ ସିଂ ନିଜ ର ମେସିନ ଗନ ରୁ 30 ଗୋଟି ଗୁଳି ମାଡ଼ ମାରି ଇନ୍ଦିରାଗାନ୍ଧୀ ଙ୍କ ର ହତ୍ୟା କରିଥିଲେ I ତାଙ୍କ ମୃତ୍ୟୁ ପରେ କଂଗ୍ରେସ ର ଦାଇତ୍ୱ ବଡ଼ ପୁଅ ରାଜୀବ ଗାନ୍ଧୀ ଙ୍କ ହାତ ରେ ଦିଆ ଯାଇଥିଲା I

ଇନ୍ଦିରା ଗାନ୍ଧୀ ଙ୍କୁ ଥିଲା ଦୁଃଖ
ଏପରି କୁହାଯାଉଛି କି ଅପରେସନ ବ୍ଲୁଷ୍ଟାର ରେ ହେଇଥିବା ହିଂସା କାରଣ ରୁ ଅନେକ ଲୋକ ଙ୍କ ର ମୃତ୍ୟୁ ହେଇଥିଲା I ଏବଂ ଇନ୍ଦିରା ଗାନ୍ଧୀ ସେତେବେଳେ ସାଧାରଣ ଜନତା ଙ୍କ ର ସମସ୍ୟା ବୁଝିବାକୁ ଚେଷ୍ଟା କରି ନ ଥିଲେ I