ଫୋରପ୍ଲେ ସମୟ ରେ ପାର୍ଟନର ଙ୍କ ର ଯୌନାଙ୍ଗ କୁ କିସ କରିବା କୁ ଓରାଲ ସେକ୍ସ କୁହାଯାଇଥାଏ I ଓରାଲ ସେକ୍ସ ମଜେଦାର ହେବା ସହ ଏହା ଶରୀର ପାଁଇ ହାନିକାରକ ମଧ୍ୟ ହେଇଥାଏ I ଅର୍ଥାତ କ୍ୟାନ୍ସର ପରି ରୋଗ ମଧ୍ୟ ହେଇପାରେ I ଆପଣ ଯଦି ଓରାଲ ସେକ୍ସ କରୁଛନ୍ତି ତେବେ ଗଳା କ୍ୟାନ୍ସର ପରି ସମସ୍ୟା ର ଆପଣ ସମୁଖୀନ ହେଇପାରନ୍ତି I
ଓରାଲ ସେକ୍ସ ଓ ଗଳା କ୍ୟାନ୍ସର
ଓରାଲ ସେକ୍ସ ସମୟ ରେ ହୟୁମନ ପେପିଲ୍ମମା ଭାଇରସ ମାଡ଼ିଥାଏ ଯାହା କି କ୍ୟାନ୍ସର ର ଆଶଙ୍କା କୁ ବୃଦ୍ଧି କରିଥାଏ I ଅନେକ ଦେଶ ରେ ଯୌନ ସଂଚାରିତ ରୋଗ ର କାରଣ ଏଚ ପି ବି ହେଇଥାଏ I ଯଦି ଆପଣ ଓରାଲ ସେକ୍ସ କରି ଗଳା କ୍ୟାନ୍ସର ରୁ ଦୁରେଇ ରହିବା କୁ ଚାହୁଁଛନ୍ତି ତ କିଛି ଏହା ର କିଛି ଲକ୍ଷଣ ବିଷୟ ରେ ଜାଣିବା I
ଗଳା କ୍ୟାନ୍ସର ର ଲକ୍ଷଣ
1.ଜିଭ ରେ ଆପେ ଆପେ ଚମଡା ଛାଡିବା I ତିନି ସପ୍ତାହ ପର୍ଯ୍ୟନ୍ତ ଏହା ଭଲ ନ ହେବା
2.ଜିଭ ର ରଙ୍ଗ ପରିବର୍ତନ ହେବା I
3.ଖାଦ୍ୟ ଢୋକିବା ସମୟ ରେ ସମସ୍ୟା ହେବା I
4.ସର୍ବଦା ଲାଗୁଥିବ ଖାଦ୍ୟ ଗଳା ପାଖ ରେ ଲାଗି ରହିଛି I
5.ଟନ୍ସିଲ ସମସ୍ୟା ଲାଗି ରହିବା I
ଓରାଲ ସେକ୍ସ ର ବଡ଼ ସମସ୍ୟା ହେଉଛି ଏଚ ପି ବି ଜୀବାଣୁ I ଯେଉଁମାନେ ନିଜ ପାର୍ଟନର ସହ ଅଧିକ ଓରାଲ ସେକ୍ସ କରିଥାନ୍ତି ତାଙ୍କ ପାଁଇ ଏହା ବଡ଼ ସମସ୍ୟା ହେଇଥାଏ I ଏକ ଗବେଷଣା ରୁ ଏହା ଜଣାଯାଇଛି କି ମହିଳା ଙ୍କୁ ଏଚ ପି ବି କ୍ୟାନ୍ସର କମ ହେଇଥାଏ I କାରଣ ମହିଳା ଙ୍କ ପାଖ ରେ ଏହି ଜୀବାଣୁ ସହ ଲଢ଼ିବା କୁ ରୋଗ ପ୍ରତିଷେଧକ କ୍ଷମତା ଅଧିକ ରହିଥାଏ I ପୁରୁଷ ଙ୍କ କ୍ଷେତ୍ର ରେ ରୋଗ ପ୍ରତିଷେଧକ ଶକ୍ତି କମ ରହିଥାଏ ତେଣୁ ଏହି କ୍ୟାନ୍ସର ର ଆଶଙ୍କା ଅଧିକ ରହିଥାଏ I
କିପରି ବଂଚିପାରିବେ
1.ଆପଣ ଙ୍କ ର ପାର୍ଟନର ଯଦି ଅଧିକ ସେକ୍ସୱାଲ ଥିଲେ ତେବେ ସେ ଅଧିକ ଓରାଲ ସେକ୍ସ ଯାହା ଦ୍ୱାରା କି ଗଳା କ୍ୟାନ୍ସର ର ଆଶଙ୍କା ଅଧିକ ବଢି ଯାଇଥାଏ I
2.9 ରୁ 26 ବର୍ଷ ର ବୟସ ର ପିଲା ଙ୍କୁ ଏଚ ପି ବି ଭ୍ୟାକସିନ ଦେବା ଉଚିତ I
3.ସମୟ ବ୍ୟବଧାନ ରେ ଡାକ୍ତର ଙ୍କ ର ପରାମର୍ଶ ନିଅନ୍ତୁ I
4.ଜିଭ ଓ ଟନ୍ସିଲ ରେ କୌଣସି ପ୍ରକାର ର ସମସ୍ୟା ରହିଲେ ଡାକ୍ତର ଙ୍କ ର ପରାମର୍ଶ ନିଅନ୍ତୁ I
5.ଧୁମ୍ରପାନ ଓ ମଦ୍ୟପାନ ର ସେବନ କମ କରନ୍ତୁ I
ଏହି ଓରାଲ ସେକ୍ସ ରୁ ଦୁରେଇ ରହିବା ଦ୍ୱାରା ହିଁ ଆପଣ ଏକ ସୁସ୍ଥ ଜୀବନ ଅତିବାହିତ କରିପାରିବେ I