ଯଦି ଆପଣଙ୍କର ଏସବିଆଇରେ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର…

ଭାରତର ଏକ ପ୍ରମୁଖ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ତାର ଗ୍ରାହକ ମାନଙ୍କୁ ଏକ ନୂଆ ଜରିଆରେ ହେଉଥିବା ସାଇବର ଅପରାଧ ବିଷୟରେ ଚେତାବନୀ ଦେଇଛନ୍ତି । ଏସବିଆଇ କହିଛି ଯେ, ‘କିଛି ଠକମାନେ ଗ୍ରାହକଙ୍କୁ ଫୋନ କରି ସେମାନଙ୍କ ଲୋନ EMI ବନ୍ଦ କରିବା ପାଇଁ ସେମାନଙ୍କ OTP ସେୟାର କରିବାକୁ କହୁଛନ୍ତି’ ଏସବିଆଇ ବ୍ୟାଙ୍କ ଏକ ଟୁଇଟ କରି କହିଛନ୍ତି କି EMI ନ ଦେବା ପାଇଁ OTP ର କୌଣସି ଆବଶ୍ୟକତା ନାହିଁ |

ତେଣୁ ଆପଣ କେବେବି କାହାକୁ ଆପଣଙ୍କର OTPକୁହନ୍ତୁ ନାହିଁ | ଥରେ OTP ସେୟାର କରିବା ପରେ, ଠକମାନେ ତୁରନ୍ତ ତୁମ ଆକାଉଣ୍ଟରୁ ପୁରା ରାଶି ବାହାର କରି ନେବେ | ଏସବିଆଇ ଏହାର ଗ୍ରାହକମାନଙ୍କୁ ସେମାନଙ୍କର OTP ସେୟାର ନକରିବାକୁ ପରାମର୍ଶ ଦେଇଛି |

ଏସବିଆଇ ଟ୍ୱିଟରେ କହିଛନ୍ତି ଯେ ସାଇବର ଠକମାନେ ଲୋକଙ୍କୁ ଠକିବା ପାଇଁ ଏକ ନୂଆ ଉପାୟ ପାଇଛନ୍ତି। ସାଇବର ଅପରାଧୀଙ୍କୁ ପରାସ୍ତ କରିବାର ଏକମାତ୍ର ଉପାୟ ହେଉଛି ସଚେତନ ଓ ଜାଗୃତ ହେବା | ବ୍ୟାଙ୍କ ଆହୁରି କହିଛି ଯେ EMI ସ୍ଥଗିତ ରଖିବା ପାଇଁ OTP ସେୟାର କରିବାର କୌଣସି ଆବଶ୍ୟକତା ନାହିଁ | ଆପଣଙ୍କର OTP ସେୟାର କରନ୍ତୁ ନାହିଁ | EMI ଡିଫେଣ୍ଟାଣ୍ଟ ସ୍କିମ୍ ବିଷୟରେ ଅଧିକ ସୂଚନା ପାଇଁ, ବ୍ୟାଙ୍କର ସାଇଟ୍ ଭିଜିଟ କରନ୍ତୁ |

ବ୍ୟାଙ୍କ କହିଛି ଯେ, ଜାଲିଆତି କରି ୟୁପିଆଇ ଆଇଡିରୁ ଦାନ ମାଗୁଥିବା ଲୋକଙ୍କଠୁ ବି ସାବଧାନ ରୁହନ୍ତୁ। ନିଜର ରୋଜଗାରକୁ ଦାନ କରିବା ପୂର୍ବରୁ ଟିକେ ଚିନ୍ତା କରନ୍ତୁ | ପଇସା ଦେବା ପୂର୍ବରୁ ଆପଣ କାହାକୁ ଦେଉଛନ୍ତି ପ୍ରଥମେ ଭଲସେ ଯାଞ୍ଚ କରନ୍ତୁ |