ପୁରୁଷ ମାନେ ଯଦି ଏହି 5ଟି ଭୁଲ କରିବା ବନ୍ଧ କରିଦେବେ ତ ଚେହେରା ରେ ରହିବ ନାହିଁ ଗୋଟେ କି ଦାଗ, ମୁହଁ ହୋଇଯିବ ହିରୋଙ୍କ ପରି ସଫା

ମୁଖ ବ୍ରଣ ସମସ୍ୟା ଅନେକାଂଶ ଲୋକ ଙ୍କ ମୁହଁ ର ଅସୁନ୍ଦରତା କୁ ନଷ୍ଟ କରିଦେଇଥାଏ I ଏବଂ ଏହି ସବୁ ବ୍ରଣ ଯୋଗୁ ମୁହଁ ରେ ଦାଗ ରହିଯାଇଥାଏ I ଏହି ମୁଖ ବ୍ରଣ 14 ରୁ 30 ବର୍ଷ ମଧ୍ୟ ରେ କେବେ ହେଲେ ହେଇପାରେ I ଏବଂ ଏହା ଆପଣ ଙ୍କ ର ଯନ୍ତ୍ରଣା ଦାୟକ ହେଇଥାଏ I

ତେଣୁ ଲୋକେ ତାଙ୍କ ତ୍ୱଚା କୁ ବିଶେଷ ରୂପେ ଦେଖାଶୁଣା ମଧ୍ୟ କରିଥାନ୍ତି I କିଛି ଲୋକେ ଅଜାଣତ ରେ କିଛି ଏପରି କାମ କରିଥାନ୍ତି ଯାହା ଦ୍ୱାରା କି ମୁଖ ବ୍ରଣ ଜନିତ ସମସ୍ୟା ଦେଖିବା କୁ ମିଳିଥାଏ I ତେବେ ଚାଲନ୍ତୁ ଜାଣିବା ଲୋକେ କିପରି ନିଜ ର ମୁଖ ବ୍ରଣ ସମସ୍ୟା ଦୂର କରିପାରିବେ I

1.ଚେହେରା ରେ ସର୍ବଦା ହାତ ମାରିବା -ଅଧିକାଂଶ ଲୋକେ ସର୍ବଦା ନିଜ ର ମୁହଁ ରେ ହାତ ମାରିଥାନ୍ତି I ଯେତେବେଳେ ବି ଖାଲି ରେ ବସିଥାନ୍ତି ହାତ ମାରିଥାନ୍ତି I ହାତ ରେ ଥିବା ବ୍ୟାକ୍ଟେରିଆ ଓ ମୈଲା ଆଦି ମୁହଁ ରେ ଲାଗିଥାଏ I ଏବଂ ମୁହଁ ବ୍ରଣ ସମସ୍ୟା ଆରମ୍ଭ ହେଇଥାଏ I

2.ବ୍ରଣ କୁ ଖଣ୍ଡିଆ କରିବା -ଯଦି ଆପଣ ଙ୍କ ର ମୁହଁ ରେ ବ୍ରଣ ହେଇଚି ଓ ଆପଣ ଏହା କୁ ହାତ ରେ ନଷ୍ଟ କରିବା କୁ ଚେଷ୍ଟା କରୁଛନ୍ତି ତେବେ ଏହା ଦ୍ୱାରା ରକ୍ତ ବାହାରିଥାଏ ଓ ତ୍ୱଚା ରେ ଯନ୍ତ୍ରଣା ଆରମ୍ଭ ହେଇଥାଏ I ଏବଂ ଇନଫେକ୍ସନ ପରି ସମସ୍ୟା ମଧ୍ୟ ରହିଥାଏ I

3.ଚେହେରା କୁ ବାରମ୍ବାର ଧୋଇବା -ଯେତେବେଳେ ବି ଆମେ ନିଜ ଚେହେରା କୁ ଧୋଇଥାଉ ଏହା ଦ୍ୱାରା ଆମ ତ୍ୱଚା ର ତେଲିଆ ଅଂଶ ବାହାରି ଯାଇଥାଏ I ଏବଂ ତ୍ୱଚା ଶୁଖିଲା ହେଇଯାଇଥାଏ I

4.ଅନେକ କେମିକାଲ ପ୍ରଡକ୍ଟ ର ବ୍ୟବହାର -ଆଜିକା ସମୟ ରେ ଲୋକେ ଅନେକ କେମିକାଲ ଯୁକ୍ତ ପ୍ରଡକ୍ଟ ର ବ୍ୟବହାର କରିଥାନ୍ତି I ଏହି ପ୍ରଡକ୍ଟ ରେ ଥିବା କେମିକାଲ ଆପଣ ଙ୍କ ର ତ୍ୱଚା ପାଁଇ ହାନିକାରକ ହେଇପାରେ ତେଣୁ ଏହି ସବୁ ପ୍ରଡକ୍ଟ ରୁ ଦୁରେଇ ରହି ପ୍ରାକୃତିକ ଉପଚାର ରେ ଯେପରି ବେସନ , ଲେମ୍ବୁ , ଟମାଟ ଆଦି ର ପ୍ରୟୋଗ ରେ ନିଜ ତ୍ୱଚା କୁ ସୁନ୍ଦର କରିବା ଉଚିତ I

5.ଦୁଶ୍ଚିନ୍ତା ଓ ଧୁମ୍ରପାନ -ସବୁଠାରୁ ବଡ଼ ଭୁଲ ହେଇଚି ଧୁମ୍ରପାନ ଓ ଦୁଶ୍ଚିନ୍ତା I ଏହି ଦୁଇଟି କାରଣ ରୁ ଲୋକ ଙ୍କ ର ତ୍ୱଚା ଜନିତ ସମସ୍ୟା ଦେଖିବା କୁ ମିଳିଥାଏ I ଧୁମ୍ରପାନ ଶରୀର ପାଁଇ ମଧ୍ୟ ସବୁଠାରୁ ଅଧିକ ହାନିକାରକ ହେଇଥାଏ ଯେଉଁ କାରଣ ରୁ ଏହା ର ସିଧା ପ୍ରଭାବ ଆପଣ ଙ୍କ ର ତ୍ୱଚା ଉପରେ ଦେଖିବା କୁ ମିଳିଥାଏ I

Share Your Comments Below