ବଡ ସୂଚନା; ଯଦି ଭୁଲରେ ଆଉ କାହା ଆକାଉଣ୍ଟକୁ ପଇସା ପଠାଇ ଦିୟନ୍ତି , ଜାଣନ୍ତୁ କିପରି ପାଇବେ ଆପଣଙ୍କ ପଇସା ଫେରସ୍ତ

ଆଜିକା ସମୟ ରେ ଅନଲାଇନ ରେ ଅନେକ ଠକେଇ ଦେଖିବାକୁ ମିଳିଥାଏ I ଯାହା ଦ୍ୱାରା କି ଅନେକ ସମୟ ରେ ଲୋକେ ନିଜ ପୁରା ଜୀବନ ର ଜମାପୁଞ୍ଜି କୁ ହରାଇଥାନ୍ତି I ଆଜିକା ସମୟ ରେ ଇଣ୍ଟେର୍ନେଟ ର ବହୁଳ ବ୍ୟବହାର ଦେଖିବାକୁ ମିଳିଥାଏ I ଏବଂ ଡିଜିଟାଲ ଦୁନିଆ କାରଣ ରୁ ଟଙ୍କା ର ଆଦାନ ପ୍ରଦାନ ମଧ୍ୟ ଇଣ୍ଟେର୍ନେଟ ମାଧ୍ୟମ ରେ କରାଯାଇଥାଏ I ଅଧିକାଂଶ ଲୋକେ ଅନଲାଇନ ରେ ଟଙ୍କା ଦେବାକୁ ମଧ୍ୟ ପସନ୍ଦ କରିଥାନ୍ତି I

ଏହା ଦ୍ୱାରା ସମୟ ମଧ୍ୟ କମ ଖର୍ଚ୍ଚ ହେଇଥାଏ I କିନ୍ତୁ ଅନେକ କ୍ଷେତ୍ର ରେ ଲୋକେ ଏହି ଅନଲାଇନ ଠକେଇ ର ଶିକାର ହେଇ ଜୀବନ ର ସବୁ ଜମା ପୁଞ୍ଜି କୁ ହରାଇଥାନ୍ତି I ଲୋକେ ଜାଣିପାରନ୍ତି ନାହିଁ କି ଟଙ୍କା ତାଙ୍କ ର କିପରି ଚୋରି ହେଉଛି I ତେବେ ଆଜି ଆମେ ଆପଣ ଙ୍କୁ ଏହି ଟଙ୍କା ଆଦାନ ପ୍ରଦାନ ସମ୍ବନ୍ଧିତ କିଛି ବିଶେଷ ସୂଚନା ଦେବାକୁ ଯାଉଛି I

2019 ର ଆରମ୍ଭ ରେ ମୁମ୍ବାଇ ର ଜଣେ ବିଜନେସମ୍ୟାନ ଏହିପରି ଅନଲାଇନ ଠକେଇ ର ଶିକାର ହେଇଥିଲେ I ସେହି ବ୍ୟବସାୟୀ ଙ୍କୁ ରାତି ରେ 6 ଗୋଟି ମିସକଲ ଆସିଥିଲା I ଏବଂ ସକାଳୁ ଉଠି ଦେଖନ୍ତି ତ ତାଙ୍କ ଆକାଉଣ୍ଟ ରୁ 1.86 କୋଟି ଟଙ୍କା ଉଠାଯାଇଛି I 2017-18 ମଧ୍ୟ ରେ ଏପରି 2069 ଗୋଟି କେଶ ଦେଖିବାକୁ ମିଳିଛି I

ରିଜରବ ବ୍ୟାଙ୍କ ର ନିୟମ ଅନୁସାରେ ଯଦି ଆପଣ ଙ୍କ ର ବିନା ଅନୁମତି ରେ ଆପଣ ଙ୍କ ର ଆକାଉଂଟ ରୁ କେହି ଟଙ୍କା ଉଠାଇଥିବେ ତେବେ 3 ଦିନ ମଧ୍ୟ ରେ ଏହି ବିଷୟ ରେ ସୂଚନା ଆପଣ ବ୍ୟାଙ୍କ କୁ ଦେବେ I ଏପରି କରିବା ଦ୍ୱାରା ଆପଣ ଙ୍କ ର ଟଙ୍କା ଆପଣ ଫେରି ପାଇବେ I କିନ୍ତୁ ଏଥିପାଇ ଆପଣ ଙ୍କୁ କିଛି ନିୟମ କୁ ପାଳନ କରିବାକୁ ହେବ I

ଟଙ୍କା ଫେରିବାକୁ ପ୍ରଥମେ ATM କାର୍ଡ ନମ୍ବର ଓ ଇଣ୍ଟେର୍ନେଟ ବ୍ୟାଙ୍କିଙ୍ଗ ସେବା କୁ ବନ୍ଦ କରିବାକୁ ହେବ I ଏହା ପରେ ପୋଲିସ ରେ ଏହାର ଅଭିଯୋଗ ଦେବେ I ଏବଂ ପୋଲିସ ଷ୍ଟେସନ ର ଏକ କପି ଆପଣ ଙ୍କୁ ବ୍ୟାଙ୍କ ରେ ମଧ୍ୟ ଦେବାକୁ ହେବ I

ଯଦି ଆପଣ ଙ୍କ ସହ କୌଣସି ଧୋକା ହେଇଥିବ I ତେବେ ନିଶ୍ଚିତ ରୂପେ ଆପଣ ଙ୍କୁ ସବୁ ଟଙ୍କା ମିଳିଯିବ I ତେବେ ଏହା ବ୍ୟାଙ୍କ ଉପରେ ନିର୍ଭର ହେଇଥାଏ I କିନ୍ତୁ ଏପରି ଧୋକା ର ଠୋସ ପ୍ରମାଣ ମିଳିଗଲେ ଆପଣ ନିଶ୍ଚିତ ରୂପେ ଆପଣ ଙ୍କ ର ହରାଇଥିବା ଟଙ୍କା ପାଇପାରିବେ I

Share Your Comments Below