ପାକିସ୍ତାନ ଯଦି ଭାରତ ସହ ଖେଳିବାକୁ ଚାହୁଁଚି ତେବେ ସୀମାପାର ଆତଙ୍କବାଦକୁ ବନ୍ଦ କରୁ- କପିଲ ଦେବ

ଅଲ ଟାଇମ ଦର୍ଶକ ଙ୍କର ଲୋକପ୍ରିୟତା ହାସିଲ କରିଥିବା କପିଳ ଦେବ ଆଜି କିଛି ଏପରି ବୟାନ ଦେଇଛନ୍ତି | ସେ କହିଛନ୍ତି ଯଦି ପାକିସ୍ତାନ ଭାରତୀୟ ଖେଳାଳି ଙ୍କ ସହ କ୍ରିକେଟ ଖେଳିବା କୁ ଇଚ୍ଛା କରୁଛି ତେବେ ସୀମା ରେଖା ରେ ଆତଙ୍କବାଦ କୁ ବନ୍ଦ କରୁ | ବିଗତ ଦିନ ରେ ପାକିସ୍ତାନ ର ପୂର୍ବ କ୍ରିକେଟର ସୋଏବ ଭାରତ ପାକିସ୍ତାନ କ୍ରିକେଟ ସିରିଜ ଆରମ୍ଭ କରିବା କୁ ଆଲୋଚନା କରିଥିଲେ | ଏହା କୁ ନେଇ କପିଳ ଦେବ କହିଥିଲେ ଏହା ସମ୍ଭବ ନୁହେଁ |

ସେ କହିଛନ୍ତି – “ମୁଁ କରୋନା ମହାମାରୀ ସମୟ ରେ ଲୋକ ଙ୍କର ଆର୍ଥିକ ସମସ୍ୟା ଦୂର କରିବା ରେ ଲାଗିଛି | ତେବେ ଇତି ମଧ୍ୟ ରେ ସୋଏବ ଯେଉଁ ପ୍ରସ୍ତାବ କ୍ରିକେଟ ସିରିଜ ଆରମ୍ଭ କରିବା କୁ ନେଇ ରଖିଛନ୍ତି ମୁ ଏହା ର ବିରୋଧ କରୁଛି | ଯଦି ପାକିସ୍ତାନ ଭାରତୀୟ ଖେଳାଳି ଙ୍କ ସହ କ୍ରିକେଟ ସିରିଜ ଖେଳିବା କୁ ଏତେ ଇଛୁକ ତେବେ ଭାରତୀୟ ସୀମା ରେଖା ରେ ନିଜ ର ଆତଙ୍କବାଦୀ କାର୍ଯ୍ୟକକଳାପ
ବନ୍ଦ କରିବା ଉଚିତ | ”

କପିଳ ଏହା ମଧ୍ୟ କହିଛନ୍ତି – କଣ ଆପଣ ଭଗବାନ ଙ୍କ ସ୍ଥାନ ରେ ବସି କହିପାରିବେ ଏପରି ପରିସ୍ଥିତି ରେ ଭାରତ ଓ ପାକିସ୍ତାନ ମ୍ୟାଚ ହେବା ଉଚିତ | ବର୍ତମାନ ସମୟ ରେ କ୍ରିକେଟ ଖେଳିବା ଉଚିତ ନୁହେଁ | ସାରା ଦୁନିଆ ରେ ସବୁ ଖେଳ କୁ ରଦ୍ଧ କରାଯାଇଛି | କପିଳ ୟୁଟୁବ ଚାନେଲ ସ୍ପୋର୍ଟ୍ସ ତକ ରେ କହିଛନ୍ତି ପାକିସ୍ତାନ ଭାବୁଛି ବର୍ତମାନ ଭାରତ ସହ ସମ୍ପର୍କ ଗଢିବା କୁ କ୍ରିକେଟ ଏକ ଉପାୟ ଅଟେ | କିନ୍ତୁ ଭାରତ ର ବର୍ତମାନ ଗୁରୁ ଦାଇତ୍ୱ ଏହା କି ଯେଉଁପିଲାମାନେ ସ୍କୁଲ ଯାଇପାରୁ ନାହାନ୍ତି ସେମାନେ କିଛି ସ୍କୁଲ ଖୋଲିଲେ ସ୍କୁଲ ଯିବେ | ଏହା ପରେ ଯୁବ ପିଢ଼ି ଙ୍କ ର କଲେଜ ମଧ୍ୟ ଖୋଲିବା ଜରୁରୀ ଏତେ | କାରଣ ଶିକ୍ଷ୍ୟା ଦ୍ୱାରା ହିଁ ଆମ ସମାଜ ଆଗ କୁ ବଢିଥାଏ |