ଯଦି ବିରାଟଙ୍କ ମା ରାଜି ହେଇଯାଇଥାନ୍ତେ ତ ଆଜି ଅନୁଷ୍କାଙ୍କ ଠାରୁ ମଧ୍ୟ ସୁନ୍ଦର ଝିଅ ହେଇଥାନ୍ତେ ବିରାଟଙ୍କ ପତ୍ନୀ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଙ୍କ ରାଣୀ ଅନୁଷ୍କା ଶର୍ମା ଙ୍କ ବିବାହ ର ଚର୍ଚା ଖାଲି ଆମ ଦେଶ ରେ ନୁହେ ବିଦେଶ ରେ ମଧ୍ୟ ଚର୍ଚା ହେଉଛି | ସୋମବାର ରାତି କୁ ଯେତେବେଳେ ବିରାଟ ନିଜ ର ବିବାହ ର ଖବର ଟ୍ୱିଟର ରେ ସେୟାର କରିଥିଲେ ସେ ସାରା ଦୁନିଆ ରୁ ତାଙ୍କୁ ଅନେକ ଶୁଭକାମନା ର ସନ୍ଦେଶ ଆସିବାକୁ ଲାଗିଥିଲା | ବଲିଉଡ ଓ କ୍ରିକେଟ ଛଡା ଏପରି ଅନେକ ବଡ ବଡ ବ୍ୟକ୍ତି ବିଶେଷ ରହିଥିଲେ ଯେଉଁମାନେ କି ତାଙ୍କୁ ଶୁଭକାମନା ଜ୍ଞାପନ କରିଥିଲେ | ବିରାଟ ଓ ଅନୁଷ୍କା ଙ୍କ ଏହି ବିଭାଘର ର ଚର୍ଚା କୁ ନେଇକି ସମଗ୍ର ଦେଶ ବେଶ ଉତ୍ସହ ର ସହ ଅଛନ୍ତି | କିନ୍ତୁ ଏତେ ସବୁ କଥା ମଧ୍ୟ ରେ ଏକ ବିଶେଷ କଥା ରହିଛି କି ବିରାଟ ଙ୍କ ମା ଯଦି ରାଜି ହେଇଥାନ୍ତେ ତ ଅନୁଷ୍କା ଙ୍କ ଠାରୁ ମଧ୍ୟ ଆହୁରି ସୁନ୍ଦର ଝିଅ ଆଜି ତାଙ୍କ ରାଣୀ ହେଇପାରିଥାନ୍ତା |

ହଁ ଆଜ୍ଞା ଆଜି ଆମେ ଆପଣ କୁ ସେହି ସୁନ୍ଦରୀ ଝିଅ ଙ୍କ ବିଷୟ ରେ ଜଣେଇବାକୁ ଯାଉଛୁ !

ଆମେ ଯେଉଁ ସୁନ୍ଦରୀ ଙ୍କ ବିଷୟ ରେ ଆଲୋଚନା କରୁଛେ ସେ ହେଉଛନ୍ତି ଇଂଲାଣ୍ଡ ର ମହିଳା କ୍ରିକେଟ ଦଳର ଜଣେ ଖେଳାଳି ସାରା ଟେଲର ଏବଂ ବିଶେଷ ଖବର ରୁ ଏହା ଜଣା ଯାଉଛି କି ସାରା ବିରାଟ ଙ୍କ ପତ୍ନୀ ହେଉ ହେଉ ରହିଗଲେ |

ତେବେ ଆସନ୍ତୁ ଜାଣିବା ଏହି ଦୁହିଁଙ୍କ ବିବାହ ର ଚର୍ଚା ଆସିଲା କେଉଁଠାରୁ | ପ୍ରକୃତ ଘଟଣା ହେଲା ସାରା , ବିରାଟ ଙ୍କ ଜଣେ ବଡ ଦର୍ଶକ ଓ ସେ ବିରାଟ ଙ୍କୁ ବହୁତ ପସନ୍ଦ କରନ୍ତି | ସେ ବିରାଟ ଙ୍କୁ ପ୍ରେମ ନିବେଦନ ଟ୍ୱିଟର ରେ କରିଥିଲେ | କିନ୍ତୁ ବିରାଟଙ୍କ କହିବା ପୂର୍ବ ରୁ ହିଁ ତାଙ୍କ ମା ତାଙ୍କୁ ସିଧା ସିଧା କହିଦେଲେ ବିରାଟ ଏବେ ବିବାହ ପାଁଇ ପ୍ରସ୍ତୁତ ନାହାନ୍ତି | ଏବଂ ଯାହା ଫଳରେ କି ସାରା ଓ ବିରାଟ ଙ୍କ ସମ୍ପର୍କ ଆଗକୁ ଯାଉ ଯାଉ ଅଧାରେ ରହିଗଲା |

କିନ୍ତୁ ବିରାଟ ଯେତେବେଳେ ତାଙ୍କ ବିବାହ ର ଚର୍ଚା ଟ୍ୱିଟର ରେ କରିଥିଲେ ସାରା ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଥିଲେ |