ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷୟତ୍ରୀ ଗୋଟେ ବର୍ଷରେ ରୋଜଗାର କରିଦେଲେ ଗୋଟେ କୋଟି ଟଙ୍କା… କେମିତି, ବାପା କାନ୍ଧି କାନ୍ଧି ଅଖିଲେ ସବୁ କଥା …

ନକଲି ମହିଳା ଶିକ୍ଷକ ମାମଲାରେ ଗିରଫ ହୋଇଥିବା ସୁପ୍ରିୟା ସିଂଙ୍କ ପିତା ତାଙ୍କ ଝିଅକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ସୁପ୍ରିୟା ସିଂଙ୍କ ପିତା ଙ୍କ କହିବା ଅନୁସାରେ ତାଙ୍କ ଝିଅ ଏଥିରେ ଫସେଇ ଦିଆଯାଇଛି ଓ ସେ ନିଜେ ମଧ୍ୟ ଏହି କଥା ବିଷୟରେ ଜାଣି ନଥିଲେ କି ସୁପ୍ରିୟା ସିଂଙ୍କ ନାମରେ ଉତ୍ତରପ୍ରଦେଶର ଅନେକ ବିଦ୍ୟାଳୟରୁ ଦରମା ନିଆଯାଉଛି।

ସୁପ୍ରିୟାଙ୍କ ବନ୍ଧୁ ଥିଲେ ମାଷ୍ଟରମାଇଣ୍ଡ
ସୁପ୍ରିୟା ସିଂଙ୍କ ପିତା ମହିପାଲ କହିଛନ୍ତି ଯେ ତାଙ୍କ ସହ ଧୋକା କରାଯାଇଛି ଓ ତାଙ୍କୁ ଠକା ଯାଇଛି । ମହିପାଲଙ୍କ ଅନୁଯାୟୀ ସୁପ୍ରିୟା ଗ୍ରାମ ଭଟାସାର ରାମଦର୍ଶନୀ ସରକାରୀ ଇଣ୍ଟର କଲେଜରୁ ଏବଂ କାୟାମଗଞ୍ଜର ଶକୁନ୍ତଳା ଦେବୀ କଲେଜରୁ ବିଏ କରିଛନ୍ତି। ସୁପ୍ରିୟାଙ୍କର BSC କିମ୍ବା B.Ed ଡିଗ୍ରୀ ନାହିଁ | ସୁପ୍ରିୟା ବିଏ ପଢୁଥିଲେ। ଏହି ସମୟରେ ସେ ଏକ ବାଳକକୁ ଭେଟିଥିଲେ। ଯାହାର ନାମ ନିତୁ ଥିଲା, ଯିଏ କି ମେନପୁରୀର ବାସିନ୍ଦା ଥିଲେ | ନିତୁ ତାଙ୍କ ଘରକୁ ବାରମ୍ବାର ଆସୁଥିଲେ। ଦିନେ ନିତୁ ସୁପ୍ରିୟାଙ୍କୁ ସଂଵିଧା ରେ ଚାକିରୀ କରେଇଦେବେ ବୋଲି କହିଥିଲେ ଓ ଏପରି କରେଇଦେବା ପାଇଁ ଦେଢ଼ ଼ଲକ୍ଷ ଟଙ୍କା ମାଗିଥିଲେ। ତା’ପରେ ଆମେ କୌଣସି ପ୍ରକାରେ ନିତୁଙ୍କୁ 50 ହଜାର ଟଙ୍କା ଦେଇଥିଲୁ | ଅବଶିଷ୍ଟ ଟଙ୍କା ଚାକିରି ପାଇବା ପରେ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ | ନିତୁ ସୁପ୍ରିୟାଙ୍କୁ ଚାକିରୀରେ ଲଗାଇଦେଲେ ଓ ଚାକିରି ପାଇବା ପରେ ଏକ ଲକ୍ଷ ଟଙ୍କା ନେଇଥିଲେ।

ବିଜ୍ଞାନ ଶିକ୍ଷକ ଭାବେ ମିଳିଲା ଚାକିରୀ
ମହିପାଲଙ୍କ ଅନୁଯାୟୀ, ନିତୁ କସଗଞ୍ଜର କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ଶିକ୍ଷକ ଭାବରେ ଚାକିରି କରାଇଦେଇଥିଲେ ଏବଂ ସେଠାରେ ସେ ବିଜ୍ଞାନ ଶିକ୍ଷକ ଭାବରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ଏଥି ସହିତ, ଯେମିତି ହିଁ ଅନାମିକା ଶୁକ୍ଳା ଙ୍କର ନାଁ ରେ ଉତ୍ତରପ୍ରଦେଶର 25 ଟି ଜିଲ୍ଲାରେ କାମ କରିବାର ଖବର ପ୍ରକାଶ ପାଇଲା ଓ ସେଥିରେ ସୁପ୍ରିୟା ହିଁ ଅନାମିକା ଶୁକ୍ଲା ବାହାରିଲେ। ତ ସଙ୍ଗେ ସଙ୍ଗେ ମହିପାଲ ତାଙ୍କ ଝିଅକୁ ବିଦ୍ୟାଳୟରୁ ଇସ୍ତଫା ଦେବାକୁ ପଠାଇଲେ।

ମହିପାଲଙ୍କ ଅନୁଯାୟୀ ଶୁକ୍ରବାର ଦିନ ସେ କସଗଞ୍ଜର ଶିକ୍ଷା ବିଭାଗରୁ ଏକ କଲ ପାଇଥିଲେ ଏବଂ ପରେ ସେ ପୁରା ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ଏହା ପରେ ସେ ସୁପ୍ରିୟାଙ୍କୁ ଇସ୍ତଫା ଦେବାକୁ ପଠାଇଲେ। କିନ୍ତୁ ସୁପ୍ରିୟାଙ୍କୁ ସେଠାରେ ଗିରଫ କରାଯାଇଥିଲା ଏବଂ ଭାଇ ମଧ୍ୟ ଏହି ମାମଲାରେ ସେଠି ଫସିଗଲେ |

ମହିପାଲ ବହୁତ ଗରିବ ଏବଂ ତାଙ୍କର କେବଳ ଦୁଇଟି ବଡ କ୍ଷେତ ଅଛି | କେମିତି ବି ହଉ କଷ୍ଟ କରିକି ସେ ନିଜ ପିଲାମାନଙ୍କୁ ଶିକ୍ଷା ଦେଇଛନ୍ତି | ତାଙ୍କ କାହାଣୀ ବର୍ଣ୍ଣନା କରୁଥିବାବେଳେ ମହିପାଲଙ୍କ ଆଖିରେ ଲୁହ ଆସିଯାଇଥିଲା, ସେ କହିଥିଲେ ଯେ ଝିଅର ଚାକିରୀ କାରଣରୁ ଆମର ଗାଁ-ପରିବାରରେ ରୁଆବ ବଢି ଯାଇଥିଲା । କିନ୍ତୁ ବର୍ତ୍ତମାନ ସେହି ଲୋଭ ଦ୍ୱାରା ଆମେ ବରବାଦ ହୋଇଯାଇଛୁ।

ମୋ ଝିଅ ନିର୍ଦୋଷ ଅଟେ
ମହିପାଲ କହିଛନ୍ତି ଯେ ତାଙ୍କ ଝିଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ଏହି ଘଟଣା ବିଷୟରେ ତାଙ୍କର କୌଣସି ଜ୍ଞାନ ନାହିଁ। ଅନାମିକା ଶୁକ୍ଲା ନାମରେ ଚାକିରୀ କରୁଥିବା ବିଷୟରେ ଏମାନେ ନିଜେ ବି ଜାଣି ନଥିଲେ |

କଣ ପୁରା ଘଟଣା
କଥା ଏହା କି ଯେ , ଅନାମିକା ଶୁକ୍ଲା ନାମକ ଜଣେ ମହିଳା ଉତ୍ତରପ୍ରଦେଶର 25 ଟି ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ ଏବଂ ପ୍ରତ୍ୟେକ ବିଦ୍ୟାଳୟରୁ ଦରମା ମଧ୍ୟ ନେଉଥିଲେ। ଯେତେବେଳେ ଶିକ୍ଷକମାନଙ୍କର ଡାଟାବେସ୍ ପ୍ରସ୍ତୁତ ହେଲା, ଏହି ସମୟରେ ଏହି କଥା ସାମ୍ନାକୁ ଆସିଲା ଏବଂ ଅନାମିକା ଶୁକ୍ଲା ନାମକ ଜଣେ ମହିଳା 25 ଟି ବିଦ୍ୟାଳୟରେ ପୂର୍ଣ୍ଣକାଳୀନ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବୁ ସ୍ଥାନରୁ ଦରମା ମଧ୍ୟ ମିଳୁଛି ବୋଲି ଜଣାପଡିଛି। ଏଥିସହିତ ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା ସେତେବେଳେ ସୁପ୍ରିୟା ଅନାମିକା ଶୁକ୍ଲା ବୋଲି ଜଣାପଡିଲା। ଏହା ପରେ ସୁପ୍ରିୟାଙ୍କୁ ଗିରଫ କରାଯାଇଛି। ତେବେ ସୁପ୍ରିୟା ଏବଂ ତାଙ୍କ ପରିବାର କହିଛନ୍ତି ଯେ ସେମାନେ ଏ ବିଷୟରେ ଜାଣି ନଥିଲେ ଏବଂ ନିଜେ ଠକାମୀ ଶିକାର ହୋଇଛନ୍ତି |