ଜଜ ହେଲେ ଅଟୋ ଚାଳକ ଙ୍କର ଝିଅ… ଗର୍ବରେ ବାପାଙ୍କ ଛାତି ହୋଇଗଲା ଚଉଡା

ଆଜି ଆମେ ଜଣେ ଏପରି ସୁପୁତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ ଜଜ ହେଇ ପାରିଛନ୍ତି I ତେବେ ତାଙ୍କ ପିତା ହେଉଛନ୍ତି ଜଣେ ସାଧାରଣ ଅଟୋ ଚାଳକ I ଆଜି ଆମେ ଆଲୋଚନା କରୁଛେ ପିସିଏସ ପରୀକ୍ଷ ରେ 2016 ରେ ଟପ କରିଥିବା ପୁନମ ଟୋଡି ଙ୍କ ବିଷୟ ରେ I

ପିସିଏସ ରେ ପ୍ରଥମ ଦୁଇ ଥର ଇଣ୍ଟରଭିୟୁ ଦେଇ ଅସଫଳ ହେବା ପରେ ଉତ୍ତରାଖଣ୍ଡ ର ଦେହରଦୁନ ରେ ପୁନମ ଙ୍କ ର ସଫଳତା ଦେଖିବାକୁ ମିଳିଥିଲା I ପୁନମ ଏକ ସାଧାରଣ ସରକାରୀ ସ୍କୁଲ ରେ ନିଜ ର ଶିକ୍ଷ୍ୟା ପୁରା କରିଥିଲେ I ପୁନମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ I ଏହା ପରେ ମହାଦେବୀ କନ୍ୟା ପାଠଶାଲା ଇଣ୍ଟର କଲେଜ ରେ 12 ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ I କଲେଜ ରେ ସେ ଵିକମ , ଏମକମ ପରେ ଏଲଏଲବି ପାଠ ପଢିଥିଲେ I

ପୁନମ ଙ୍କ ର ପିତା ଅଶୋକ କୁମାର ଟୋଡି 10 ଶ୍ରେଣୀ ପାସ କରିଛନ୍ତି I ସେ ପୂର୍ବ ରୁ ଏକ ଦୋକାନ ରେ ବସୁଥିଲେ କିନ୍ତୁ ପରେ ଏହି ଦୋକାନ ଠିକ ରେ ବ୍ୟବସାୟ ଆଦି ନ ହେବାରୁ ଏକ ଅଟୋ ଚଳାଇବା ଆରମ୍ଭ କରିଥିଲେ I ଅଟୋ ଚଳାଇ ସେ ପିଲା ଙ୍କ ର ସବୁ ଆବଶ୍ୟକତା କୁ ପୁରା କରିଥିଲେ I ଆଜି ତାଙ୍କ ର ଚାରି ପିଲା ସବୁ ଶିକ୍ଷିତ ଅଟନ୍ତି I ଯେତେବେଳେ ତାଙ୍କ ଝିଅ ପୁନମ ଜଜ ହେଇଯାଇଥିଲେ ତ ପିତା ନିଜ କୁ ବେଶ ଗର୍ବିତ ଅନୁଭବ କରିଥିଲେ I

ପୁନମ ପ୍ରାୟ ଚାରି ବର୍ଷ ପିସିଏସ ର ପ୍ରସ୍ତୁତି ଚଳାଇଥିଲେ I ସେ ଏଲଏଲବି କରିବା ପରେ ଦିଲ୍ଲୀ ରେ କୋଚିଂ ମଧ୍ୟ ନେଉଥିଲେ I ଏହା ପରେ ଦେହରଦୁନ ଆସି ପ୍ରସ୍ତୁତି ଆରମ୍ଭ କରିଥିଲେ I ରୁଟିନ ଅନୁସାରେ ସେ ପାଠ ପଢୁଥିଲେ ଏବଂ ଆଜି ସଫଳତା ପାଇବା ପରେ ସେ ବେଶ ଖୁସି ଅଛନ୍ତି I ସେ କିଛି ଦିନ ଦେହରଦୁନ ରେ ଆଇଏଏସ ଅକାଦେମୀ ରେ ମଧ୍ୟ ଇଣ୍ଟରଭିୟୁ ପାଁଇ ପ୍ରସ୍ତୁତି କରିଥିଲେ I ପୁନମ ଙ୍କ ର ଶିକ୍ଷକ ଆରଏ ଖାଁ ମଧ୍ୟ ତାଙ୍କ ସଫଳତା କୁ ନେଇ ବେଶ ଖୁସି ଅଛନ୍ତି I