January 1 ପୁର୍ବରୁ ନିଶ୍ଚୟ କରିଦିଅନ୍ତୁ ଏହି 3ଟି କାମ, ନ ହେଲେ ପଛରେ ପଶ୍ଚାତାପ କରିବେ, ସବୁଠୁ ଜରୁରୀ 3 ନମ୍ବର…

ନମସ୍କାର ବନ୍ଧୁଗଣ ୨୦୨୧ ଶେଷ ହେବାକୁ ଆଉ ମାତ୍ର ଦିନ କେଇଟା ବାକି ଆସିବ ନୂଆବର୍ଷ ୨୦୨୨। ନୂଆବର୍ଷ ଆରମ୍ଭରୁ ଲାଗୁ ହେବ ନୂଆ ନିୟମ ଏଥିପାଇଁ ୨୦୨୧ ସାରିବା ପୂର୍ବରୁ ସାରି ନିଅନ୍ତୁ ଏହିସବୁ କାମ ନଚେତ୍ ଆପଣ ହାଇରଣରେ ପଡ଼ି ପାରନ୍ତି। ଡିସେମ୍ବର ୩୧ ତାରିଖ ସୁଧା ବିଭିନ୍ନ ଆର୍ଥିକ କାରବାର ସମ୍ପର୍କିତ କାମ ଶେଷ କରିବାକୁ ସରକାର ଡେଡ୍ ଲାଇନ୍ ଦେଇଛନ୍ତି ତେଣୁ ବର୍ଷ ସରିବା ପୂର୍ବରୁ କାମ ଶେଷ କରିବା ଆବଶ୍ୟକ। ତେବେ ଦର୍ଶକ ବନ୍ଧୁ ଆସନ୍ତି ଜାଣିବା କଣ ସେହିସବୁ କାମ।

ଆୟକର ରିଟର୍ନ ଦାଖଲ: ୨୦୨୧ ଆର୍ଥିକ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ନ ଦାଖଲର ଶେଷ ତାରିଖ ଚଳିତ ମାସ ୩୧ ତାରିଖକୁ ରଖା ଯାଇଛି। ପୂର୍ବରୁ ଏହି ତାରିଖକୁ ସରକାର ଦୁଇଥର ଘୁଞ୍ଚାଇଛନ୍ତି ପ୍ରଥମେ ଜୁଲାଇ ୩୧ ରୁ ସେପ୍ଟେମ୍ବର ୩୦ କୁ ଏବଂ ପରେ ସେପ୍ଟେମ୍ବର ୩୦ ରୁ ଡିସେମ୍ବର ୩୧ କୁ ଶେଷ ତାରିଖ ବଢ଼ା ଯାଇଛି।

ଆୟକର ପୋଟାଲରେ ଅସୁବିଧା ଯୋଗୁଁ ତାରିଖ ବୃଦ୍ଧି କରାଯାଇଛି ଆୟକର ରିଟର୍ନ ତାରିଖ ବୃଦ୍ଧି ପାଇଁ ବର୍ତ୍ତମାନ ବିଭିନ୍ନ ମହଲରୁ ଦାବି ହୋଇଥିଲେ ମଧ୍ୟ ଲୋକମାନେ ଏଥିପାଇଁ ଅପେକ୍ଷା ନକରି ଧାର୍ଯ୍ୟ ତାରିଖ ପୂର୍ବରୁ ସେମାନଙ୍କର କାମ ସାରିବା ଦେବା ଆବଶ୍ୟକ।

ଜୀବନ ପ୍ରମାଣ ପତ୍ର ଦାଖଲ: ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତିବର୍ଷ ଜୀବନ ପ୍ରମାଣ ପତ୍ର ଦାଖଲ କରିବାର ବ୍ୟବସ୍ଥା ରହିଛି। ପ୍ରତିବର୍ଷ ନଭେମ୍ବର ୩୦ ସୁଧା ଉକ୍ତ ପ୍ରମାଣ ପତ୍ର ଦାଖଲ କରିବାର ନିୟମ ରହିଥାଏ କିନ୍ତୁ ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ସୁଧା ଉକ୍ତ ପ୍ରମାଣ ପତ୍ର ଦାଖଲ କରିବା ଲାଗି ସମୟ ବଢ଼ା ଯାଇଛି। ପେନ୍ସନ୍ ପାଇବାରେ ଅସୁବିଧା ନ ହେବା ପାଇଁ ଉକ୍ତ ପ୍ରମାଣ ପତ୍ର ଦାଖଲର ଆବଶ୍ୟକତା ରହିଛି।

ଡ଼ିମାଟ ଆକାଉଣ୍ଟ୍ ରେ KYC ସୂଚନା: ଡ଼ିମାଟ ଏବଂ ଟ୍ରେଡିଂ ଆକାଉଣ୍ଟ୍ ରେ KYC ସୂଚନାକୁ ଯୋଡିବା ଲାଗି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଛି। ପୂର୍ବରୁ ସେପ୍ଟେମ୍ୱର ୩୦ ସୁଧା ଏହା କରିବାକୁ କୁହାଯାଇଥିଲା କିନ୍ତୁ ପରେ ଏହାକୁ ଡିସେମ୍ବର ୩୧ ଯାଏଁ ବଢ଼ାଇଛି।

ନୂଆବର୍ଷ ଆରମ୍ଭରୁ ପକେଟ୍ ଉପରେ ପ୍ରଭାବ ପଡିବା ଆଶଙ୍କା ରହିଛି ୧ ଜାନୁଆରୀ ୨୦୨୨ ରୁ ଜୋତା ଠାରୁ ଆରମ୍ଭ କରି ଖାଇବା ସବୁକିଛି ମାହାଙ୍ଗା ହେବାକୁ ଯାଉଛି ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଦେଶବାସୀ।