ଯେମତି କର୍ମ ସେମିତି ଫଳ- ଏହି ଲୋକକଥା ଏହି ଖେଳାଳିଙ୍କ ଉପରେ ଠିକ ଶୋଭା ପାଉଛି !

କ୍ରିକେଟ ଏକ ଏପରି ଖେଳ ଯେଉଁଥିରେ ଖେଳାଳି ନିଜର ଖେଳ ର ପାରଦର୍ଶିତା କୁ ନେଇ ହିଁ ଲୋକପ୍ରିୟତା ହାସିଲ କରିଥାଏ I କିନ୍ତୁ ଆଜି ଆମେ ଏପରି ଖେଳାଳିଙ୍କ ବିଷୟରେ ଚର୍ଚ୍ଚା କରିବା ଯାହାଙ୍କ ଉପରେ ଲୋକକଥା ‘ଯେମତି କର୍ମ ସେମିତି ଫଳ’ ଶୋଭା ପାଉଛି |

ଆଜି ଆମେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଓ ଵିକେଟ କିପର ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ କହୁଚୁ I ଧୋନୀ ନିଜ କ୍ୟାରିୟର ରେ ଭାରତୀୟ ଟିମ କୁ ତିନି ଗୋଟି ଫର୍ମାଟ ରେ ଅନେକ ମ୍ୟାଚ ରେ ବିଜେତା କରାଇ ପାରିଛନ୍ତି I କିନ୍ତୁ ଏବେ ସେ ଦୀର୍ଘ ଦିନ ହେବ ଭାରତୟ କ୍ରିକେଟ ଦଳରୁ ବାଦ ପଡିଛନ୍ତି |

ଧୋନି ନିଜର କ୍ୟାପଟେନ ଥିବା ସମୟ ରେ ଅନେକ ବଡ଼ ବଡ଼ ନିଷ୍ପତି ନେଇଥିଲେ, ଏହା ମଧ୍ୟରୁ ଅନେକ ସଠିକ ହୋଇଥିଲା I ଧୋନି କ୍ୟାପଟେନ ଥିବା ସମୟରେ ସିନିଅର ଖେଳାଳି ଯେପରି ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହେବାଗ , ସୌରଭ ଗାଙ୍ଗୁଲି , ରାହୁଲ ଦ୍ରାବିଡ଼ ଓ ଲକ୍ଷ୍ମଣ ଙ୍କ ପରି ଖେଳାଳି ଙ୍କୁ ଟିମରୁ ଏହା କାହିଁକି ବାହାର କରିଥିଲେ କି ସେମାନେ ଏବେ ଦଳ ପାଇଁ ଫିଟ ନୁହନ୍ତି ଆଉ ତାଙ୍କ ଫିଲଡିଂ ଯୁବ ଖେଳାଳିଙ୍କ ପରି ହଉନି I ଚୟନକର୍ତ୍ତା ମଧ୍ୟ ତାଙ୍କ କଥାରେ ଏକମତ ହୋଇଥିଲେ ଓ ସିନିଅର ଖେଳାଳିଙ୍କୁ ରେଷ୍ଟ ଦିଆଯାଉଛି କହି ଦଳରୁ ବସାଇ ଦେଇଥିଲେ | ପରେ ତାଙ୍କୁ ଆଉ କେବେ ଖେଳିବାକୁ ସୁଯୋଗ ମିଳିନଥିଲା |

ଧୋନି ଆଜି ସେହି ପରିସ୍ଥିତିରେ ପହଞ୍ଚି ଯାଇଛନ୍ତି ଯେଉଁଠି କି ତାଙ୍କୁ ରେଷ୍ଟ ଦିଆଯାଉଛି କାହିଁକି ଦଳରୁ ବାହାର କରିଦିଆଯାଇଛି I ଧୋନି ଶେଷ ଥର ପାଇଁ ବିଶ୍ୱକପ 2019ର ସେମିଫାଇନାଲ ରେ ନ୍ୟୁଜଲାଣ୍ଡ ବିପକ୍ଷ ରେ ଖେଳି ଥିଲେ,ଏହା ପରେ ତାଙ୍କୁ ଆଉ ଦଳରେ ଦେଖିବାକୁ ମିଳିନାହିଁ I

ଧୋନି ନିଜ ର କ୍ୟାରିୟର ରେ 90 ଟେଷ୍ଟ ମ୍ୟାଚ ରେ 144 ଓଭର ରେ 4876 ରନ , 350 ୱାନଡେ ମ୍ୟାଚ ରେ 297 ଓଭର ରେ 10773 ରନ ଓ 98 ଗୋଟି ଟି – 20 ମ୍ୟାଚ ରେ 85 ଓଭର ରେ 1617 ରନ କରିଥିଲେ I