ଯେତେବେଳେ ଗାଲଭାନ ଘାଟିରେ ଆହତ ବୀର ଯବାନ ମାନଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଖନ୍ତୁ ତାପରେ କଣ ହେଲା …

ଜୁନ୍ 15 ତାରିଖ ରାତିରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତ ତା’ର 20 ଜଣ ସୈନିକଙ୍କୁ ହରାଇଛି, ତେବେ ଚୀନ୍ ଏପର୍ଯ୍ୟନ୍ତ ତାର ମୃତ ସୈନିକମାନଙ୍କ ବିଷୟରେ କୌଣସି ସୂଚନା ଦେଇନାହିଁ, ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଲେହରେ ପହଞ୍ଚିଥିଲେ, ଯେଉଁଠାରେ ସେ ପ୍ରଥମେ ପରିସ୍ଥିତିର ସମୀକ୍ଷା କରି ସେନା ଅଧିକାରୀ ମାନଙ୍କ ସହ ପୁରା ପରିସ୍ଥିତିର ଅନୁଧ୍ୟାନ କରିଥିଲେ, ପରେ ସେ ଆହତ ସୈନିକମାନଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ମଧ୍ୟ ପହଞ୍ଚିଥିଲେ।

ସେ କହିଛନ୍ତି, ମୋ ପରି 130 କୋଟି ଦେଶବାସୀ ଆପଣଙ୍କ ପାଇଁ ବହୁତ ଗର୍ବିତ ଅନୁଭବ କରୁଛନ୍ତି। ଆପଣଙ୍କ ସାହସ, ବୀରତ୍ୱ ଆମର ନୂତନ ପିଢ଼ି କୁ ପ୍ରେରଣା ଦଉଛି|ଆପଣ ଙ୍କ ଏହି ବୀରତ୍ୱ, ସାହସ ଆଗାମୀ ବର୍ଷ ପାଇଁ ଆମ ଦେଶବାସୀଙ୍କୁ ପ୍ରେରଣା ଦେବ|

ପ୍ରଧାନମନ୍ତ୍ରୀ ମୋଦୀ ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, “ଯେଉଁମାନେ ସହିଦ ହୋଇଛନ୍ତି ସେମାନେ ବିନା କୌଣସି କାରଣରୁ ଛାଡ଼ି ଯାଇ ନାହାଁନ୍ତି। ସେମାନେ ଚୀନ୍ କୁ ସଠିକ ଜବାବ ଦେଇ ଯାଇଛନ୍ତି, ଆପଣଙ୍କ ସାହସିକତା ଏବଂ ଦେଶର ସୁରକ୍ଷା ପାଇଁ ଦେଇଥିବା ରକ୍ତ ଅନେକ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ। ”

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆପଣ ମାନଙ୍କ ଭଳି ସାହସୀମାନଙ୍କ ଦ୍ୱାରା ଦେଖାଯାଇଥିବା ସାହସିକତା ବିଷୟରେ ବିଶ୍ୱକୁ ଏକ ବାର୍ତ୍ତା ପାଇଛି। ସେମାନଙ୍କ ସାମ୍ନାରେ ଆପଣ ମାନେ ଯେପରି ଠିଆ ହେଲ, ଦୁନିଆ ଜାଣିବାକୁ ଚାହେଁ ଏହି ସାହସୀ ଯୁବକମାନେ କିଏ? ସେମାନେ କି ପ୍ରକାର ତାଲିମ ଗ୍ରହଣ କରିଛନ୍ତି? ସେମାନଙ୍କର ବଳିଦାନ କ’ଣ? ଦୁନିଆ ଆପଣଙ୍କ ସାହସିକତା ଉପରେ ଆଲୋଚନା କରୁଛି “|

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ କୌଣସି ପରିସ୍ଥିତିରେ କେବେ ବି ମୁଣ୍ଡ ତଳକୁ କରିନାହିଁ, ଆଜି ବି ଆମେ କୌଣସି ଶକ୍ତି ଆଗରେ ବି ମୁଣ୍ଡ ତଳକୁ କରିବୁ ନାହିଁ। ସୈନିକମାନଙ୍କ ସହିତ ମୋଦୀ ମଧ୍ୟ ତାଙ୍କ ମାତା ମାନଙ୍କୁ ଭି ସମ୍ମାନ କରିଛନ୍ତି, ତାଙ୍କ ଭଳି ଜଣେ ବୀର ସନ୍ତାନ ଜନ୍ମ ଦେଇଥିବାରୁ, ସେ କହିଛନ୍ତି ଯେ ସେ ଆଶା କରନ୍ତି ସୈନିକ ମାନେ ଯଥାଶୀଘ୍ର ସୁସ୍ଥ ହୋଇଯିବେ|