ଆପଣ ଏକ ସ୍ଥାନ ରେ ବସି ଅଧିକ ସମୟ କାମ କରିବା ଦ୍ୱାରା ଆପଣ ଙ୍କ ର ପିଠି ଯନ୍ତ୍ରଣା ସମସ୍ୟା ଆରମ୍ଭ ହେଇଥାଏ I ଏବଂ ଅନେକ ସମୟ ରେ ଏହି ପିଠି ଯନ୍ତ୍ରଣା ଅତ୍ୟଧିକ ହେଇଯାଇଥାଏ I ଦରଜ ରୁ ମୁକ୍ତି ପାଇବା କୁ ଆପଣ ଔଷଧ ର ସେବନ ମଧ୍ୟ କରିଥାନ୍ତି I କିନ୍ତୁ ଆଜି ଆମେ ଆପଣ ଙ୍କୁ କିଛି ଏପରି ଉପାୟ ବିଷୟ ରେ କହିବା କୁ ଯାଉଛୁ ଯାହା ଦ୍ୱାରା ଆପଣ ଙ୍କ ର ପିଠି ସମସ୍ୟା ଭଲ ହେଇପାରିବ I
ଅଣ୍ଟା ଦରଜ ର ଘରୋଇ ଉପଚାର
ବ୍ୟାୟାମ କରନ୍ତୁ
ବ୍ୟାୟାମ କରିବା ଦ୍ୱାରା ଶରୀର ରେ ରକ୍ତ ପ୍ରଭାବ ଠିକ ହେଇଥାଏ I ଯେଉଁ ଲୋକେ ନିୟମିତ ବ୍ୟାୟାମ କରିଥାନ୍ତି ତାଙ୍କ ର ମେରୁଦଣ୍ଡ ହାଡ଼ ମଧ୍ୟ ମଜବୁତ ରହିଥାଏ I ତେଣୁ ଆପଣ ନିୟମିତ କିଛି ସମୟ ବ୍ୟାୟାମ କରନ୍ତୁ ଦେଖିବେ ବିଶେଷ ଉପଶମ ପାଇପାରିବେ I
ସେକ ଦିଅନ୍ତୁ
ଗରମ ପାଣି ରେ ଆପଣ ପିଠି କୁ ସେକ ଦିଅନ୍ତୁ I ଏହା ଦ୍ୱାରା ମଧ୍ୟ ଆପଣ ଙ୍କ ର ପିଠି ଯନ୍ତ୍ରଣା ଅନେକାଂଶ ରେ କମିଯିବ I ଗରମ ପାଣି ଛଡା ଆପଣ ବରଂ କିଛି ନେଇ ଏକ ମୋଟା କପଡା ରେ ଗୁଡ଼ାଇ ଏଥିରେ ମାଲିସ କରିପାରିବେ I
ତେଲ ମାଲିସ
ତେଲ ମଶୀଲ କରିବା ଦ୍ୱାରା ମଧ୍ୟ ପିଠି କୁ ଆରାମ ମିଳିଥାଏ I ଏବଂ ପିଠି ଦରଜ ଅନେକାଂଶ ରେ କମିଥାଏ I ଆପଣ ଏଠାରେ ସୋରିଷ ତେଲ କୁ ଗରମ କରି ମଶୀଲ କରିବା ଦ୍ୱାରା ଯନ୍ତ୍ରଣା ରୁ ଶୀଘ୍ର ଉପଶମ ପାଇଥାନ୍ତି I
ଲୁଣ ସେକ ଦିଅନ୍ତୁ
କଳା ଲୁଣ କୁ ଗରମ କରିକି ମଧ୍ୟ ସେକ ଦିଅନ୍ତୁ I ଏହା ଦ୍ୱାରା ଆପଣ ବିଶେଷ ଆରାମ ପାଇପାରିବେ I କିଛି ଲୁଣ କୁ ଗରମ କରି କପଡା ରେ ବାନ୍ଧି ଯନ୍ତ୍ରଣା ରଖି ଦିଅନ୍ତୁ I ଏହା ଦ୍ୱାରା ଅନେକାଂଶ ରେ ପୀଡା କମିଯିବ I ଏବଂ ମାଂସପେଶୀ ଆରାମ ରହିବ I
ଏହି କଥା ର ବିଶେଷ ଧ୍ୟାନ ରଖନ୍ତୁ
-ଯେଉଁ ଅଂଟା ଦରଜ ସମସ୍ୟା ରହିଛି ସେମାନେ ଧୁମ୍ରପାନ କରିବା ରୁ ଦୁରେଇ ରୁହନ୍ତୁ I ଧୁମ୍ରପାନ କରିବା ଦ୍ୱାରା ଆପଣ ଙ୍କ ର ହାଡ଼ I
– ଏକ ସ୍ଥାନ ରେ ଅଧିକାଂଶ ସମୟ ବସନ୍ତୁ ନାହିଁ I ଯଦି ଏପରି କରୁଛନ୍ତି ତେବେ ଅଂଟା ପିଢ଼ି ଯନ୍ତ୍ରଣା ଆରମ୍ଭ ହେଇଥାଏ I
-ଯେଉଁ ଲୋକ ଙ୍କ ର ଓଜନ ଅଧିକ ରହିଥାଏ I ତାଙ୍କ ର ମଧ୍ୟ ଅଂଟା ପୀଡା ସମସ୍ୟା ରହିଥାଏ I ତେଣୁ ନିଜ ର ଅଧିକ ଓଜନ କୁ କମାଇବା କୁ ଚେଷ୍ଟା କରନ୍ତୁ I
-କ୍ଷୀର , ଦହି , ଡାଲି , ଅଣ୍ଡା ପରି ଜିନିଷ ର ସେବନ କରନ୍ତୁ I ଏହି ସବୁ ଜିନିଷ ଆପଣ ଙ୍କ ହାଡ଼ କୁ ମଜବୁତ ରଖିଥାଏ I ଏବଂ ପ୍ରତୋକ ଦିନ ଅତି କମ ରେ 15 ମିନିଟ ଖରା ରେ ବସନ୍ତୁ ସ୍ଵାସ୍ତ୍ୟ ଉତ୍ତମ ରହିବ I