ଯେଉଁ ଦଳ ଗୌତମ ଗମ୍ଭୀରଙ୍କୁ ଅଧିନାୟକ ପଦରୁ ବାହାର କରିଦେଇଥିଲେ, ଏବେ ସେହି ଦଳକୁ କିଣିଲେ ଗମ୍ଭୀର, ପଢନ୍ତୁ ସମ୍ପୂର୍ଣ ଖବର

ଯେପରି କି ଆପଣ ଜାଣିଥିବେ ଗୌତମ ଗମ୍ଭୀର ନିଜ ର କ୍ରିକେଟ କ୍ୟାରିୟର ରୁ ସନ୍ୟାସ ନେଇସାରିଛନ୍ତି ଏବଂ ବର୍ତମାନ ସମୟ ରେ ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି I ସେ ବର୍ତମାନ ସେ ଜଣେ ସାଂସଦ ଅଟନ୍ତି କିନ୍ତୁ ଗୌତମ ଗମ୍ଭୀର ଙ୍କ ର କ୍ରିକେଟ କ୍ୟାରିୟର ରୁ ବିଦାୟ ବହୁତ ବିବାଦୀୟ ରହିଥିଲା I କାରଣ ତାଙ୍କୁ କଲିକତା ନାଇଟ ରାଇଡର ଟିମ ରୁ ବାହାର କରିବା ପରେ ଦିଲ୍ଲୀ ଟିମ ମଧ୍ୟ ସିଜିନ ଅଧା ରୁ ବାହାର କରିଥିଲା I କିନ୍ତୁ ବର୍ତମାନ ଗୌତମ ଗମ୍ଭୀର ସେହି IPL ଟିମ କୁ କିଣିଦେଇଛନ୍ତି ଯେଉଁଥିରୁ ସେ ବାହାରିଥିଲେ I

ବିଗତ 2017 ରେ ସେ କେକେଆର ଟିମ ପାଁଇ ଖେଳିଥିଲେ ଓ ଟିମ ର କ୍ୟାପଟେନ ମଧ୍ୟ ଥିଲେ I 2018 ର IPL ପୂର୍ବ ରୁ କିନ୍ତୁ KKR ଟିମ ତାଙ୍କୁ ଟିମ ରୁ ବହିଷ୍କାର କରିଥିଲା I ଠିକ ସେହି ସମୟ ରେ ଦିଲ୍ଲୀ ଟିମ ତାଙ୍କୁ ଚୟନ କରି ନେଇଥିଲା I ଦିଲ୍ଲୀ କ୍ୟାପିଟାଲ ଟିମ କିନ୍ତୁ ଗୌତମ ଗମ୍ଭୀର ଙ୍କୁ ନେଇ IPL ରେ ମାତ୍ର ପ୍ରଥମ 6 ଗୋଟିକ ରୁ ଗୋଟିଏ ମ୍ୟାଚ ଜିତିଥିଲେ I ଏହି ମ୍ୟାଚ ରେ ଗୌତମ ଗମ୍ଭୀର ଙ୍କ ର ଖେଳ ପ୍ରଦର୍ଶନ ବହୁତ ଖରାପ ରହିଥିଲା I ଏହା ପରେ ଗୌତମ ଗମ୍ଭୀର ଙ୍କୁ କ୍ୟାପଟେନ ପଦବୀ ରୁ ବାହାର କରାଯାଇ ଶ୍ରେୟସ ଆୟାର ଙ୍କୁ କ୍ୟାପଟେନ ପଦବୀ ରେ ନିୟୋଜିତ କରାଯାଇଥିଲା I ଏପରି କି ଗମ୍ଭୀର ଙ୍କୁ ଟିମ ରୁ ମଧ୍ୟ ବାହାର କରାଯାଇଥିଲା I ଏପରି କି ଗମ୍ଭୀର ଙ୍କ ର କହିବା ଅନୁସାରେ ତାଙ୍କ ର ସେ 2 କୋଟି ଟଙ୍କା ର ଫିସ ମଧ୍ୟ ନେଇ ନ ଥିଲେ I

ବର୍ତମାନ ସମୟ ରେ ଗୌତମ ଗମ୍ଭୀର କିନ୍ତୁ ଦିଲ୍ଲୀ କ୍ୟାପିଟାଲସ ଟିମ ରୁ ଭାଗିଦାରୀ କିଣିଛନ୍ତି ଅର୍ଥାତ ସେ ଟିମ ର ବର୍ତମାନ ମାଲିକ ଅଟନ୍ତି I ଏପରି କରି ଗୌତମ ଗମ୍ଭୀର ନିଜ ର ପ୍ରତିଶୋଧ ପୁରା କରିଛନ୍ତି I ଏହି ବାବଦ ରେ ଆପଣ ଙ୍କ ର ମତାମତ କଣ ରହିଛି କମେନ୍ଟ ମାଧ୍ୟମ ରେ ଜଣାଇବେ I