ଯେଉଁ କ୍ରିକେଟରଙ୍କୁ ୧ ବର୍ଷକୁ ୧ କୋଟି ଟଙ୍କା ଦରମା ଦେଉଛି BCCI , ଦୀର୍ଘ ୯ ମାସ ହେବ ସେ ଖେଳିନାହିଁ ଗୋଟିଏ ବି ମ୍ୟାଚ

କ୍ରିକେଟ ଖେଳ ରେ ବ୍ୟାଟ ଓ ବଲ ଦ୍ୱାରା ଏହି ଖେଳ ଖେଳାଯାଇଥାଏ I ଯାହା ର ଆରମ୍ଭ ଦକ୍ଷିଣ ଇଂଲଣ୍ଡ ରେ ହିଁ ହେଇଥିଲା I ଏହା 1598 ରୁ ହିଁ ଆରମ୍ଭ ହେଇଥିଲା I ବର୍ତମାନ ସମୟ ରେ ଏହା 100 ରୁ ଉର୍ଧ୍ଵ ଦେଶ ରେ ଖେଳାଯାଉଛି I

ଭାରତୀୟ କ୍ରିକେଟ ଟିମ ର ଖେଳାଳି ବର୍ତମାନ ନିଜ ର ଖେଳ ର ପ୍ରତିଭା କୁ ନେଇ ବେଶ ସୁପରିଚିତ ହେଇପାରିଛନ୍ତି I ଆଜି ଆମେ ଭାରତ ର ଏହିପରି ଜଣେ କ୍ରିକେଟର ଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି BCCI ରୁ ସବୁଠାରୁ ଅଧିକ ବେତନ ନେଇଛନ୍ତି କିନ୍ତୁ କେବେ ଖେଳିବା କୁ ସୁଯୋଗ ପାଇନାହାନ୍ତି I

9 ମାସ ପୂର୍ବ ରୁ ଖେଳିଥିଲେ ମ୍ୟାଚ
ଆଜି ଆମେ ଆଲୋଚନା କରୁଚୁ ଭାରତୀୟ ଷ୍ଟାର କ୍ରିକେଟର ଆମ୍ବାତି ରାଇଡ଼ୁ ଙ୍କ ବିଷୟ ରେ I ସେ ଦୀର୍ଘ 9 ମାସ ପୂର୍ବ ରୁ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ରେ ୱାନଡେ ମ୍ୟାଚ ରେ ପ୍ରତିନିଧିତ୍ୱ କରିଥିଲେ I ଆଶା ରଖିଥିଲେ କି ସେ ବିଶ୍ୱକପ ରେ ଖେଳିବା ର ସୁଯୋଗ ପାଇବେ I କିନ୍ତୁ ଭାରତୀୟ କ୍ରିକେଟ ଟିମ ତାଙ୍କୁ ଟିମ ରୁ ବାହାର କରି ବିଜୟ ଶଙ୍କର ଙ୍କୁ ସୁଯୋଗ ଦେଇଥିଲା I ଏବଂ ଆମ୍ବତି ରାଇଡ଼ୁ କ୍ରିକେଟ ରୁ ସନ୍ୟାସ ନେବାର ନିଷ୍ପତି ନେଇଥିଲେ I

ବିସିସିଆଇ ଦେଉଥିଲା ବେତନ
ଆମ୍ବତି ଙ୍କୁ BCCI ଗ୍ରେଡ଼ ସି ଟିମ ରେ ରଖିଥିଲା I ଏବଂ ସେ ଏକ ବର୍ଷ ରେ ଏକ କୋଟି ଟଙ୍କା ବେତନ ମଧ୍ୟ ପାଇଥିଲେ I ବର୍ତମାନ କିନ୍ତୁ ସେ ଭାରତୀୟ କ୍ରିକେଟ ଟିମ ରେ ନ ଖେଳି ଘରୋଇ ଟିମ ରେ ଖେଳୁଛନ୍ତି I ଏବଂ ବର୍ତମାନ ର ସୂଚନା ଅନୁସାରେ ଆମ୍ବତି ରାଇଡ଼ୁ ଶ୍ରେୟସ ଆୟାର ଙ୍କ ପରି ଯୁବା ଖେଳାଳି ଙ୍କ ର ବରାବରୀ କରି ଟିମ କୁ ଫେରିବା ର ପ୍ରୟାସ କରୁଛନ୍ତି I