ଲତା ମଞ୍ଜେସ୍କାର ଙ୍କ ର ଗୀତ ଗାଈ ରାନୁ ମଣ୍ଡଳ ରାତା ରାତି ଫେମସ ହେଇଯାଇଥିଲେ I ତାଙ୍କ ର ସୁନ୍ଦର କଣ୍ଠ ସ୍ୱର ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥିଲା I ସେ ରେଳ ଷ୍ଟେସନ ରେ ଗୀତ ଗାଈ ଫେମସ ହେଇଥିଲେ I ଏହା ପରେ ହିଁମେସ ରେଶମିଆ ଙ୍କ ର ସହଯୋଗ ରେ ସେ ଗୀତ ଗାଇବାକୁ ମଧ୍ୟ ସୁଯୋଗ ପାଇଥିଲେ I ତେବେ ଇତି ମଧ୍ୟ ରେ ତାଙ୍କ ଝିଅ ଏଲିଜବେଥ ଏକ ବଡ଼ ବୟାନ ଦେଇଛନ୍ତି I
ବିଗତ ଦିନ ରେ ଏଲିଜବେଥ ଦେଇଥିବା ଇଣ୍ଟରଭିୟୁ ଅନୁସାରେ ତାଙ୍କ ମା ଙ୍କୁ ତାଙ୍କ ବିରୋଧ ରେ କେହି ଭଡକାଇବାକୁ ଚେଷ୍ଟା କରୁଛନ୍ତି I ଏବଂ ସେହି ବ୍ୟକ୍ତି ହେଉଛନ୍ତି ଅନିନ୍ଦ୍ର ଚକ୍ରବର୍ତୀ I ଏହି ବ୍ୟକ୍ତି ଯିଏ କି ରାନୁ ମଣ୍ଡଳ ଙ୍କ ର ଗୀତ ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲେ I ଏଲିଜବେଥ ଙ୍କ କହିବା ଅନୁସାରେ ମୋତେ କିଛି ଲୋକେ ଧମକାଇଥିଲେ ତେଣୁ ମୁ ମୋର ମା ଙ୍କୁ ସେ ସମୟ ରେ ଛାଡିଦେଇଥିଲି I
ଏଲିଜବେଥ ଙ୍କ କହିବା ଅନୁସାରେ ସେ ତାଙ୍କ ମା ଙ୍କୁ ଯେତେବେଳେ ଦେଖା ହେବାକୁ ଯାଉଥିଲେ ସାଙ୍ଗ ରେ ଖାଦ୍ୟ ଓ କିଛି ଟଙ୍କା ମଧ୍ୟ ନେଉଥିଲେ I ଏବଂ ମୋ ପାଟି ଙ୍କ ସହ ମୁ ସୁରି ସିଫ୍ଟ ହେବା ପରେ ମୋ ମା ମଧ୍ୟ ଅନେକ ଥର ମୋତେ ଦେଖା କରିବାକୁ ଆସିଛନ୍ତି I
ଏଲିଜବେଥ ଙ୍କ ର କହିବା ଅନୁସାରେ ତାଙ୍କ ର ଜନ୍ମ ମୁମ୍ବାଇ ରେ ଓ ସେ ସେନ୍ଟ ଜୋସେଫ ସ୍କୁଲ ରେ ପାଠ ପଢୁଥିଲେ I ଏବଂ ତାଙ୍କ ପରିବାର ହେବା ପରେ ଏଲିଜବେଥ ଓ ତାଙ୍କ ପତି ଏକ ବଡ଼ ପରିବାର ରେ ଏକାଠି ରହୁଥିଲେ I କିନ୍ତୁ ଅସୁବିଧା ରେ ଥାଇ ମଧ୍ୟ ମୁ ମୋ ମା କୁ ସବୁ ସମର୍ଥନ କରୁଥିଲି I ଏଲିଜବେଥ ଙ୍କ କହିବା ଅନୁସାରେ ମୋ ମା ମାନସିକ ରୂପେ ବିକୃତ ଅଟେ I
ରାନୁ ପଶ୍ଚିମ ବେଙ୍ଗଲ ର ରାନାଘାଟ ଷ୍ଟେସନ ରେ ଗୀତ ଗାଈ ଚଳୁଥିଲେ I ରାନୁ ସର୍ବଦା ପୁରୁଣା ଗୀତ ଗାଈ ଲୋକ ଙ୍କ ର ମନୋରଞ୍ଜନ କରୁଥିଲେ I କିନ୍ତୁ ଦିନେ ଏତୀନ୍ଦ୍ର ଚକ୍ରବର୍ତୀ ତାଙ୍କ ର ଗୀତ କୁ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିବା ପରେ ଏହା ବେଶ ଭାଇରଲ ହେଇଥଲା I