ରିଲାଏନ୍ସ ଜିଓ ଜିଓ ଲିଙ୍କ ସର୍ଭିସ ଅନୁସାରେ 196 ଦିନ ର ଭାଲିଡିଟି ସହ 1076 ଜିବି ର ଡାଟା ଅଫର ଆରମ୍ଭ କରିଛି I ଜିଓ ଲିଙ୍କ ଏକ 4ଜି ମୋଡେମ ଅଟେ I ଏହା ର ଡାଟା ସ୍ପିଡ଼ ଭଲ ଅଟେ I ଜିଓ ଫାଇ ହାର୍ଟସ୍ପଟ ଡିଭାଇସ ରୁ ଏହା ଅଲଗା ଅଟେ I
କମ୍ପାନୀ ଜିଓ ଲିଙ୍କ ସର୍ଭିସ ର ଆରମ୍ଭ କେବଳ ନିଜ କର୍ମଚାରୀ ଙ୍କ ପାଁଇ ଆରମ୍ଭ କରିଥିଲା କିନ୍ତୁ ଜିଓ 4ଜି ସର୍ଭିସ ଆରମ୍ଭ ହେବା ପରେ ଏହା ର ଚାହିଦା କମି ଯାଇଥିଲା I ଯଦି ଆପଣ ଙ୍କ ପାଖ ରେ ଜିଓ ଲିଙ୍କ ର ମୋଡେମ ରହିଛି ତେବେ ଏହା କୁ ରିଚାର୍ଜ କରି ଆପଣ ଏହି ଆକର୍ଷଣୀୟ ଅଫର ର ଆନନ୍ଦ ନେଇପାରିବେ I
ଜିଓ ଲିଙ୍କ ପ୍ଲାନ 699 ଟଙ୍କା ଏକ ମାସ ର ବୈଧତା ସହ ଉପଲବ୍ଧ ଅଟେ I 2099 ଟଙ୍କା ରେ ତିନି ମାସ ର ବୈଧତା ଉପଲବ୍ଧ ଓ 4199 ରେ 6 ମାସ ର ବୈଧତା ଉପଲବ୍ଧ ଅଟେ I 699 ଟଙ୍କା ର ଡାଟା ପ୍ଲାନ ରେ ଆପଣ ଦିନ କୁ 5 ଜିବି ଡାଟା ସହ 16 ଜିବି ଏକ୍ସଟ୍ରା ପାଇପାରିବେ ଏହିପରି ମୋଟ 156 ଜିବି ର ମାସ କୁ ଡାଟା ପାଇପାରିବେ I
2099 ଟଙ୍କା ର ରିଚାର୍ଜ ପ୍ଲାନ ରେ ଦିନ କୁ 5 ଜିବି ଡାଟା ସହ 48 ଜିବି ଏକ୍ସଟ୍ରା ଡାଟା ପାଇପାରିବେ I ସବୁଠାରୁ ଦାମୀ ପ୍ଲାନ ରେ ମୋଟ 1076 ଜିବି ଡାଟା ପାଇପାରିବେ I ଏକ୍ସଟ୍ରା ଅଫର ସେହି ଲୋକ ଙ୍କ ପାଁଇ ଉପଲବ୍ଧ ଯେଉଁମାନେ ପୂର୍ବ ରୁ ହିଁ ଜିଓ ଲିଙ୍କ ସର୍ଭିସ ନେଇଛନ୍ତି I ଧ୍ୟାନ ରଖନ୍ତୁ କି ଏହି ପ୍ଲାନ ରେ ଭଏସ କଲ କିମ୍ବା ମାଗଣା SMS ର ସୁବିଧା ନାହିଁ I