୫ ଜୁଲାଇ ଗୁରୁ ପୂର୍ଣ୍ଣିମା ଦିନ ଲାଗିବ ଚନ୍ଦ୍ର ଗ୍ରହଣ, ଏହି ରାଶି ଉପରେ ଉପରେ ପଡିବା ସବୁଠୁ ଖରାପ ପ୍ରଭାବ, ରୁହନ୍ତୁ ସାବଧାନ …

ଜୁଲାଇ 5 ରେ, ଚଳିତ ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହା ଏକ ଉପାଛାୟା ଚନ୍ଦ୍ର ଗ୍ରହଣ ହବ, ଯାହା ଆମେରିକା, ଦକ୍ଷିଣ-ପଶ୍ଚିମ ୟୁରୋପ ଏବଂ ଆଫ୍ରିକାର କିଛି ଅଂଶରେ ଦେଖାଯିବ|ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଅନ୍ୟପକ୍ଷରେ, ଜ୍ୟୋତିଷମାନେ ଏହି ଚନ୍ଦ୍ରଗ୍ରହଣକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ଦେଖୁଛନ୍ତି | କାରଣ ଗୁରୁ ପୂର୍ଣ୍ଣିମା ଦିନ ରେ ଏହି ଚନ୍ଦ୍ରଗ୍ରହଣ ପଡୁଛି|

ଚନ୍ଦ୍ରଗ୍ରହଣ ସମୟ-

ଏହି ଚନ୍ଦ୍ରଗ୍ରହଣ ଜୁଲାଇ 5 ରବିବାର ଦିନ 08:38 ରୁ ଆରମ୍ଭ ହେବ ଏବଂ ସକାଳ 11:21 ପର୍ଯ୍ୟନ୍ତ ରହିବ| ଚନ୍ଦ୍ରଗ୍ରହଣ 10 ଟା ସମୟରେ ଏହାର ଶିଖରରେ ପହଞ୍ଚିବ|ଏହି ଚନ୍ଦ୍ରଗ୍ରହଣ ଧନୁ ରାଶିରେ ପଢୁଛି, ତେଣୁ ଧନୁ ରାଶି ଉପରେ ଚନ୍ଦ୍ରଗ୍ରହଣର ଅଧିକ ପ୍ରଭାବ ଦେଖାଯିବ| ଏହି ଚନ୍ଦ୍ରଗ୍ରହଣ ଭାରତ ରେ ପାଳନୀୟ ହେବ ନାହିଁ|

ଚନ୍ଦ୍ର ଗ୍ରହଣ ସମୟ ରେ କଣ କରିବା ଉଚିତ ନୁହଁ-

ଯେତେବେଳେ ଚନ୍ଦ୍ରଗ୍ରହଣ ଆରମ୍ଭ ହୁଏ, ନିମ୍ନରେ ଉଲ୍ଲେଖ କରାଯାଇଥିବା କାର୍ଯ୍ୟଗୁଡିକ କରିବା ଉଚିତ ନୁହେଁ କାରଣ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ|

– ଚନ୍ଦ୍ରଗ୍ରହଣ ସମୟରେ କେଶରେ ତେଲ ଲଗାନ୍ତୁ ନାହିଁ|

– ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ଏବଂ ଯଦି ସମ୍ଭବ ତେବେ ପାଣି ମଧ୍ୟ ପିଅନ୍ତୁ ନାହିଁ| ବିଶ୍ୱାସ କରାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଖାଇବା
ପେଟ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ପେଟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିଥାଏ| ଏହା ବ୍ୟତୀତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଖାଇବା
ଦ୍ୱାରା ନର୍କ ଯନ୍ତ୍ରଣା ଭୋଗିବାକୁ ପଡେ।

– ଚନ୍ଦ୍ରଗ୍ରହଣ ସମୟରେ ପୋଷାକ ଧୁଅନ୍ତୁ ନାହିଁ, ତାଲା ଖୋଲନ୍ତୁ ନାହିଁ ଏବଂ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ|
– ଚନ୍ଦ୍ରଗ୍ରହଣ ସମୟରେ ଭଗବାନଙ୍କୁ ଉପାସନା କରନ୍ତୁ ନାହିଁ କିମ୍ବା ଭଗବାନ ଙ୍କ ପ୍ରତିମାକୁ ସ୍ପର୍ଶ କରନ୍ତୁ ନାହିଁ| •ଚନ୍ଦ୍ରଗ୍ରହଣ ଘଟିବା ପୂର୍ବରୁ, ଭଗବାନଙ୍କ ମୂର୍ତ୍ତିଗୁଡ଼ିକ ଉପରେ କିଛି କପଡ଼ା ଘୋଡାଇଦିଅନ୍ତୁ |

– ଚନ୍ଦ୍ରଗ୍ରହଣ ସମୟରେ ଶୋଇବା ଠାରୁ ଦୂରେଇ ରୁହନ୍ତୁ ଏବଂ ଚନ୍ଦ୍ରଗ୍ରହଣର ଛାୟା ଆପଣଙ୍କ ଉପରେ ପଡ଼ିବାକୁ ଦିଅନ୍ତୁ ନାହିଁ|

ଚନ୍ଦ୍ରଗ୍ରହଣ ଶେଷ ହେବା ପରେ କଣ କରାଯିବ ଉଚିତ-

– ଚନ୍ଦ୍ରଗ୍ରହଣ ସମୟରେ ଇଶ୍ୱର ଙ୍କୁ ସ୍ମରଣ କରନ୍ତୁ |
– ଚନ୍ଦ୍ରଗ୍ରହଣ ପରେ ଦାନ କଲେ ଅନେକ ଶୁଭ ଫଳ ମିଳେ|ତେଣୁ, ଚନ୍ଦ୍ରଗ୍ରହଣ ସମାପ୍ତ ହେବା ପରେ ଦାନ କରନ୍ତୁ|
– ଗଙ୍ଗା ପାଣିରେ ପୁରା ଘରକୁ ସଫା କରନ୍ତୁ ଏବଂ ମନ୍ଦିରରେ ଗଙ୍ଗା ଜଳ ଛିଞ୍ଚନ୍ତୁ |

ଗୁରୁଙ୍କଠାରୁ ଆଶୀର୍ବାଦ ନିଅନ୍ତୁ-

ଚନ୍ଦ୍ରଗ୍ରହଣ ଦିନ ଗୁରୁ ପୂର୍ଣ୍ଣିମା ମଧ୍ୟ ଆସୁଛନ୍ତି। ତେଣୁ, ଏହି ଦିନ ଚନ୍ଦ୍ରଗ୍ରହଣ ଶେଷ ହେବା ପରେ, ପିପଲ ଗଛକୁ ପୂଜା କରନ୍ତୁ ଏବଂ ନିଜ ଗୁରୁଙ୍କ ଆଶୀର୍ବାଦ ନିଅ |

ଧନୁ ରାଶି ବ୍ୟକ୍ତି ବିଶେଷ ଙ୍କୁ ବିଶେଷ ଧ୍ୟାନ ଦବା କୁ ପଡିବା-

ଏହି ଚନ୍ଦ୍ରଗ୍ରହଣ ଧନୁ ରାଶିର ଲୋକ ଙ୍କୁ ପ୍ରଭାବିତ କରିପାରେ| ତେଣୁ,ଚନ୍ଦ୍ର ଗ୍ରହଣ ସମୟରେ ଧନୁ ରାଶି ର ଲୋକ ଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିପାରେ| ଜ୍ୟୋତିଷ ବିଶେଷଜ୍ଞଙ୍କ ଅନୁଯାୟୀ, ଚନ୍ଦ୍ରଗ୍ରହଣ ହେତୁ ଧନୁ ରାଶିର ବ୍ୟକ୍ତି ବିଶେଷ ଙ୍କୁ ମାନସିକ ସମସ୍ୟା, ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସମସ୍ୟା ର ସାମ୍ନା କରିବାକୁ ପଡିପାରେ।

କିପରି ଚନ୍ଦ୍ରଗ୍ରହଣର ମୁକ୍ତି ପାଇବେ ଚନ୍ଦ୍ର ଗ୍ରହଣ ର ଖରାପ ପ୍ରଭାବ ରୁ-

ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ଦୂର କରିବା ପାଇଁ ଚନ୍ଦ୍ର ଗ୍ରହଣ ଶେଷ ହେବା ମାତ୍ରେ ଗଙ୍ଗା ଗାଧାନ୍ତୁ ଏବଂ ଏହା ପରେ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜା କରନ୍ତୁ। ପୂଜା କରିବା ପରେ ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦାନ କରନ୍ତୁ|ଏହା କରିବା ଦ୍ୱାରା ଚନ୍ଦ୍ରଗ୍ରହଣ ଖରାପ ପ୍ରଭାବ ଆପଣ ଙ୍କୁ ପ୍ରଭାବିତ କରିବ ନାହିଁ|