ଏବେ ଯାଇଁ ସତ ଆସିଲା ପଦାକୁ, କାହିଁକି ଆଉ ସିନେମା କରୁ ନାହାଁନ୍ତି Jayram Samal, ସବୁ ସତ ଆସିଲା ପଦାକୁ

ନମସ୍କାର ବନ୍ଧୁଗଣ ଓଲିଉଡର ଲୋକପ୍ରିୟ କମେଡିୟାନ୍ ଜାଇରାମ ସାମଲ କାହିଁକି ଆଉ ସିନେମାରେ ଅଭିନୟ କରୁନାହାଁନ୍ତି ଅସଲି ସତ ସାମ୍ନାକୁ ଆସିଲା, ତେବେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ।

ଅଭିନେତା ଜାଇରାମ ସାମଲଙ୍କୁ ଆମେ ବେଶ୍ ଭଲ ଭାବରେ ଜାଣନ୍ତି। ଏହି ଅଭିନେତା ଜଣଙ୍କ ନିଜ ଅଭିନୟ ପାଇଁ ସାରା ଓଡିଶାର ଘରେ ଘରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି। ଏହି ଅଭିନେତାଙ୍କ ଅଭିନୟ ଜୀବନୀ ଆରମ୍ଭ ହୋଇ ଯାଇଥିଲା ତାଙ୍କ ପିଲାଟି ବେଳରୁ। ସେ ପିଲା ବେଳରୁ ଅଭିନୟ କରିବା ପାଇଁ ବୋହୁତ ପସନ୍ଦ କରନ୍ତି। ଜାଇରାମ ସାମଲ କୁହନ୍ତି ତାଙ୍କୁ ଯାତ୍ରା ଦେଖିବା ପାଇଁ ବୋହୁତ ଭଲ ଲାଗେ ସେହି କାରଣ ଯୋଗୁଁ ସେ ଅନେକ ସମୟ ମିଛ କହି ଲୁଚି ଯାତ୍ରା ଦେଖିବାକୁ ଯାଇଥାନ୍ତି।

ସୂଚନା ଅନୁସାରେ ସେ କୁହନ୍ତି କି ନିଜର ହସ ପାଇଁ ସେ ବୋହୁତ ପ୍ରସିଦ୍ଧ ହୋଇ ପାରିଛନ୍ତି, ତେବେ ଏହିପରି ହସିବା ପାଇଁ ନଈ ଭିତରେ ବେକେ ପାଣିରେ ଛିଡ଼ା ହୋଇ ହସ ଅଭ୍ୟାସ କରି ଥାଆନ୍ତି। ନିଜର ଅଭିନୟ କରିବା ପାଇଁ ନିଜ ପରିବାର ଲୋକଙ୍କ ପାଖରୁ ପ୍ରେରଣା ପାଇଛନ୍ତି ସେ। ତାଙ୍କ ଅଞ୍ଚଳରେ ତାଙ୍କୁ ଯାତ୍ରାରେ ଏବଂ ନାଟକରେ ହସିବା ପାଇଁ ତାଙ୍କୁ ଅନେକ ଲୋକ ଡାକିଥାନ୍ତି। ତେବେ ତାଙ୍କ ପରିବାର ଲୋକ ତାଙ୍କୁ ଅନୁମତି ଦିଅନ୍ତି ନାହିଁ।ତାଙ୍କର ଜେଜେବାପା ବି ଯାତ୍ରାରେ ଅଭିନୟ କରୁଥିଲେ।


ପ୍ରଥମେ ସେ ସ୍ତ୍ରୀ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ପାଆନ୍ତି, ସେ ଏହି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ ସେ ଏହି ଫିଲ୍ମରେ ଅଭିନୟ କରନ୍ତି। ଏହାପରେ ସେ ନିଜର ସାଙ୍ଗମାନଙ୍କ ସହିତ ଏହି ଫିଲ୍ମ ଦେଖିବା ପାଇଁ ଯାଆନ୍ତି। ସେ ଅଭିନୟକୁ ନିଜ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରନ୍ତି ଏହାପରେ ସେ ଅନେକ ଫିଲ୍ମରେ ଅଭିନୟ କରି ସମସ୍ତ ଓଡ଼ିଶାର ଲୋକଙ୍କ ପାଖରେ ନିଜକୁ ପରିଚିତ କରନ୍ତି ଓ ନିଜକୁ ହାସ୍ୟ ସମ୍ରାଟର ଆଖ୍ୟା ଦେବାରେ ସଫଳ ହୁଅନ୍ତି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦୦ ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି। ସେ ଏକ ସୋରେ ଯୋଗ ଦେଇ କହିଥିଲେ କି ତାଙ୍କୁ ଅଧିକ ବୟସ ହୋଇଗଲାଣି ତେବେ ତାଙ୍କୁ ସେଭଳି ଏକ ଚରିତ୍ର ମିଳିଲେ ସେ ଅଭିନୟ କରିବେ ବୋଲି କହିଛନ୍ତି।

ତେବେ ସେ ବର୍ତ୍ତମାନ ନିଜ ପରିବାର ସହିତ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି। ତେବେ ଜାଇରାମ ସାମଲଙ୍କୁ ଆପଣ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ ଜାଇରାମ ସାମଲଙ୍କର କେଉଁ ଫିଲ୍ମ ଆପଣଙ୍କୁ ବେଶୀ ପସନ୍ଦ ଆସିଛି ତାହା ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଜର ମତାମତ ଲେଖନ୍ତୁ।