ମହେନ୍ଦ୍ର ସିଂ ଧୋନି ନିଜ ପରିବାର ସହ ବର୍ତମାନ ଛୁଟି ବିତାଉଛନ୍ତି | ମହେନ୍ଦ୍ର ସିଂ ଧୋନି ବର୍ତମାନ କ୍ରିକେଟ ମୈଦାନରୁ ଦୁରେଇ ରହି ନିଜ ପରିବାର ସହ ଏବେ ମଧ୍ୟପ୍ରଦେଶର କାହ୍ନ ପାର୍କ ବୁଲିବାକୁ ଯାଇଥିଲେ | ମହେନ୍ଦ୍ର ସିଂ ଧୋନି ଙ୍କର ପତ୍ନୀ ସାକ୍ଷୀ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ରହିଥାନ୍ତି |ଆଉ ପ୍ରାୟ ସମୟ ରେ ଧୋନି ଙ୍କର ଫୋଟୋ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି | ଏହି ସମୟରେ ସାକ୍ଷୀ ଙ୍କର ଆଉ ଏକ ଭିଡ଼ିଓ ଭାଇରଲ ହେଉଛି | ଯେଉଁଥିରେ ମହେନ୍ଦ୍ର ସିଂ ଧୋନି ତାଙ୍କ ଉପରେ କିଛି ଅଭିଯୋଗ କରୁଛନ୍ତି |
ମହେନ୍ଦ୍ର ସିଂ ଧୋନି ଆଣିଛନ୍ତି ଏପରି ଆରୋପ
ଭାଇରଲ ହେଇଥିବା ଭିଡ଼ିଓ ରେ ଧୋନି କହିଛନ୍ତି କି ସେ ଜାଣିଶୁଣି ଏପରି ଭିଡ଼ିଓ ରେକର୍ଡ କରିଥାନ୍ତି | ଧୋନି କହିଛନ୍ତି କି ସାକ୍ଷୀ ଏହା ସବୁ ନିଜର ଫଲୋଅର ବଢ଼ାଇବା ପାଇଁ କରୁଛନ୍ତି | ଉତ୍ତରରେ ସାକ୍ଷୀ କହିଛନ୍ତି “ମୁଁ ଏ ସବୁ ଏଥି ପାଇଁ କରୁଛି କି ତମ ଫ୍ୟାନ ମାନେ ମତେ ବି ତମ ପରି ହିଁ ଭଲ ପାଆନ୍ତୁ”, ମୁଁ ବି ତ ତମର ହିଁ ଅଂଶ | ଏମିତିରେ ବି ମୋ ସୋସିଆଲ ମିଡ଼ିଆ ଏକାଉଣ୍ଟରେ ସମସ୍ତେ ଏହି ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ଧୋନି କୋଉଠି ଅଛନ୍ତି |
.@msdhoni : Dekho aapne Instagram ke followers badhne ke liye, ye sab kar rahe hai… @SaakshiSRawat : All your followers love me also no..
Check out the hilarious convo here!🤣#Dhoni #Sakshi #MahiWay ❤️😇 pic.twitter.com/B0VNZ4mUOH
— MS Dhoni Fans Official (@msdfansofficial) January 30, 2020
ସାକ୍ଷୀ ପୂର୍ବ ରୁ ମଧ୍ୟ ସେୟାର କରିଛନ୍ତି ଧୋନି ଙ୍କ ର ଭିଡିଓ
ସାକ୍ଷୀ ଏହା ପୂର୍ବ ରୁ ଧୋନି ଙ୍କ ର ଆଉ ଏକ ଭିଡିଓ ସେୟାର କରିଛନ୍ତି I ଏହି ଭିଡିଓ ରେ ଧୋନି ଏକ ହୋଟେଲ ରେ ଚେକ ଇନ କରୁଛନ୍ତି I ସାକ୍ଷୀ ଏଥିରେ ସ୍ବୀଟି ସ୍ବୀଟି ସମ୍ବୋଧନ କରୁଛନ୍ତି I ଏହା ପରେ ଧୋନି ସାମାନ୍ୟ ଲାଜେଇ ଯାଉଛନ୍ତି I
ଦୀର୍ଘ ସମୟ ହେବ କ୍ରିକେଟ ରୁ ଦୁରେଇ ରହିଛନ୍ତି ମହେନ୍ଦ୍ର ସିଂ ଧୋନି
ଭାରତୀୟ ଟିମ ର ପୂର୍ବ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଙ୍କ ର ଭିଡିଓ ଓ ଫୋଟୋ ବିଗତ ଦିନ ରେ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I ମହେନ୍ଦ୍ର ସିଂ ଧୋନି କ୍ରିକେଟ ମୈଦାନ ରୁ ଦୁରେଇ ରହିଲେ ମଧ୍ୟ ସୋସିଆଲ ମିଡ଼ିଆ ରେ ସେ ବେଶ ସକ୍ରିୟ ଅଟନ୍ତି I ତେବେ ଦର୍ଶକେ ଏହି ଅପେକ୍ଷ୍ୟା ରେ ହିଁ ରହିଛନ୍ତି ମହେନ୍ଦ୍ର ସିଂ ଧୋନି କେବେ କ୍ରିକେଟ ମୈଦାନ କୁ ପୁଣି ଓଲ୍ହାଇବେ I IPL ପୂର୍ବ ରୁ ମଧ୍ୟ ଲାଗୁନାହିଁ କି ଧୋନି କୌଣସି ମ୍ୟାଚ ରେ ଯୋଗ ଦେବେ I