କାନ୍ଦି କାନ୍ଦି ଆସି ପୋଲିସ ବାବୁଙ୍କୁ ସାହାଯ୍ୟ ମାଗିଲେ ଜଣେ ଝିଅ, ତାପରେ ପୋଲିସ ବାବୁ ଯାହା କରିଲେ ସମସ୍ତେ କରୁଛନ୍ତି ପ୍ରଶଂସା

ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ପୋଲିସ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି। ପ୍ରକୃତରେ ଜଣେ ଯୁବତୀ ପୋଲିସକୁ ସାହାଯ୍ୟ ମାଗିଥିଲେ। ଏହି ଝିଅଟିର ଗୁହାରି ଶୁଣି ପୋଲିସ ତାଙ୍କୁ ସାହାଯ୍ୟର ହାତ ବଢ଼େଇଥିଲେ।

ଆଲହାଗଞ୍ଜ କୋଟୱାଲିରେ ଜଣେ 17 ବର୍ଷୀୟ ରୋଗୀଣା ଯୁବତୀ କାନ୍ଦି କାନ୍ଦି ପୋଲିସ ପାଖରେ ପହଁଚିଥିଲେ | ସେ ଥାନା ଅଧିକାରୀଙ୍କୁ କହିଲେ ଯେ ତାଙ୍କ ବାପାଙ୍କୁ ଧରି ନିଅନ୍ତୁ ଏବଂ ମୋତେ ସାହାର୍ଯ୍ୟ କରନ୍ତୁ | ମୁଁ ପାଖାପାଖି 15 ଦିନ ହେଲାଣି ଅସୁସ୍ଥ ଅଛି | ସାହାଜନପୁର ଡାକ୍ତରଖାନାରେ ମୋର ଚିକିତ୍ସା ହେଉଛି |

ଡାକ୍ତର କହିଲେ ଯେ, ମୋର ରକ୍ତ କମ ଅଛି ଏବଂ ମୋତେ ବି.ପୋଜେଟିଭ ରକ୍ତ ଚଢେଇବାକୁ ପଡିବ | ମୁ ବାପାଙ୍କୁ ରକ୍ତ ଦେବାପାଇଁ ଅନୁରୋଧ କଲା ପରେ ମଧ୍ୟ ସେ ରକ୍ତ ଦେବାକୁ ରାଜି ହଉନାହାନ୍ତି | ରକ୍ତ ଯୁଗାଡ ହୋଇନପାରିବାରୁ ମୁଁ ଅଧିକ ଦୁର୍ବଳ ହେଇ ହେଇ ଯାଉଛି | ଯଦି ଯଥା ସମୟରେ ରକ୍ତ ନମିଳିଲେ ମୋର କିଛି ବି ହେଇଯାଇପାରେ |


ଏହା ପରେ କଥା ଯାଇ ଏସପି ଙ୍କ ପାଖରେ ପହଞ୍ଚିଥିଲା | ଏହା ପରେ ସେ କଥାଟିକୁ ଅତି ଗମ୍ଭୀର ଭାବେ ବିଚାରକରି ଯୁବତୀକୁ ଅତି ଶୀଘ୍ର ରକ୍ତ ଯୋଗାଇବାକୁ ନିର୍ଦେଶ ଦେଇଥିଲେ |ଏହା ପରେ ସଂଗେ ସଂଗେ ସମସ୍ତ ପୋଲିସ କର୍ମଚାରୀଙ୍କ ବ୍ଲଡ଼ ଗ୍ରୁପ ସାମ୍ପରାରେ ସୂଚନା ମାଗିଲେ |

ଏହି ସମୟରେ ରସିଦ ଖାନ ନାମକ ଜଣେ ପୋଲିସ କର୍ମୀ ତାଙ୍କର ବ୍ଲଡ଼ ଗ୍ରୁପ ବି ପୋଜେଟିଭ ବୋଲି କହିଥିଲେ | ସେ ଯୁବତୀଙ୍କୁ ରକ୍ତ ଦେବେ ବୋଲି କହିଥିଲେ | ଏହା ପରେ ସେ ତାଙ୍କୁ ରକ୍ତ ଦାନ କରିଥିଲେ | ତାଙ୍କର ଏହି କାମପାଇଁ ତାଙ୍କୁ ଝିଅର ପରିବାର ସହ ସମସ୍ତ ପୋଲିସ ବିଭାଗ ଧନ୍ୟ ଧନ୍ୟ କହୁଛନ୍ତି |

ଝିଅର ପରିବାର ବର୍ଗ କହିଛନ୍ତି ଯେ ତାଙ୍କ ଝିଅ ପୋଲିସ ମାନଙ୍କ ପାଇଁ ହିଁ ଆଜି ଜୀବିତ ଅବସ୍ଥାରେ ଅଛି |

ଏହି ଘଟଣା ସମ୍ପର୍କରେ ସୋସିଆଲମିଡ଼ିଆ ରେ ଜାଜବାତି ଖାକି ନାମକ ଏକ ଟୁଇଟର ଏକାଉଣ୍ଟ ରେ ସେୟାର କରାଯାଇଛି |ଯାହାକୁ ଦେଖି ଲୋକମାନେ ପୋଲିସ କୁ ପ୍ରଶଂସା କରିବା ସହ ଭାବପୂର୍ଣ୍ଣ ପ୍ରତିକ୍ରିୟା ଦେଉଛନ୍ତି |