କରୋନା ଯୁଦ୍ଧରେ ମୋଦି ସବୁଠୁ ଆଗରେ, ପୁରା ଦୁନିଆକୁ ବଞ୍ଚାଇବାକୁ ଯାଉଛି ଭାରତ… ପଢନ୍ତୁ ସମ୍ପୂର୍ଣ ଖବର !

କରୋନା ମହାମାରୀ ବର୍ତମାନ ପୁରା ଦୁନିଆ ରେ ବ୍ୟାପିଯାଇଛି | ତେବେ ଏହି ମହାମାରୀ ରେ 20 ଲକ୍ଷ ଲୋକେ ମଧ୍ୟ ସଂକ୍ରମିତ ଅଟନ୍ତି | ଏହି ମହାମାରୀ ରେ ସାରା ବିଶ୍ୱରେ 1 ଲକ୍ଷ 50 ହଜାର ଲୋକେ ମୃତ୍ୟୁବରଣ କରିସାରିଛନ୍ତି | ଏହି ମହାମାରୀ ର ଵ୍ୟାକସିନ ତିଆରି କରିବା ରେ ସବୁ ରାଷ୍ଟ୍ର ନିଜ ନିଜ ର ପ୍ରୟାସ ଜାରି ରଖିଛନ୍ତି, ଏବଂ ଭାରତୀୟ କମ୍ପାନୀ ସବୁଠାରୁ ଆଗରେ ଅଛନ୍ତି|

ଦୁନିଆ ରେ 200ରୁ ଅଧିକ କମ୍ପାନୀ ଏହି କରୋନା ଵ୍ୟାକସିନ ପ୍ରସ୍ତୁତ କରିବାର ପ୍ରୟାସ ଜାରି ରଖିଛନ୍ତି | କିନ୍ତୁ ବର୍ତମାନ ମିଳିଥିବା ସୂଚନା ଅନୁସାରେ ଭାରତୀୟ କମ୍ପାନୀ ପ୍ରଥମେ ହିଁ ଏହି ରୋଗ ର ଭ୍ୟାକସିନ ପ୍ରସ୍ତୁତ କରିବାରେ ସଫଳ ହେଇ ପାରିବେ | ଭାରତରେ ମୋଟ 6ଟି କମ୍ପାନୀ କରୋନା ଭ୍ୟାକସିନ ଉପରେ ବଡ ସ୍ତରରେ କାମ କରୁଛନ୍ତି ଓ ଏହି କମ୍ପାନୀ ଏହି ଵ୍ୟାକସିନ ପ୍ରସ୍ତୁତ କରିବାର ଖାସ ଷ୍ଟେଜ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି I

ଏହି କମ୍ପାନୀ ଯଇଦାସ କ୍ୟାଦିଲ , ଶ୍ରୀରାମ ଇନ୍ଷ୍ଟିଟ୍ୟୁଟ , ବଯୋଲଜିକାଲ ଇ , ଭାରତ ବାୟୋଟେକ , ଇଣ୍ଡିଆନ ଇମ୍ୟୁନୋଲୋଜିକାଲଶ ପରି ବଡ଼ ବଡ଼ କମ୍ପାନୀ ଏହି ଵ୍ୟାକସିନ କରିବା ର ପ୍ରୟାସ ଜାରି ରଖିଛନ୍ତି I ଏହି କମ୍ପାନୀ 70 ପ୍ରକାର ର ଵ୍ୟାକସିନ ପ୍ରସୂତ କରିଛନ୍ତି ଯେଉଁଥିରୁ 3 ଗୋଟି ଵ୍ୟାକସିନ ମନୁଷ୍ୟ ଉପରେ ଟେଷ୍ଟ ପାଁଇ ପ୍ରସ୍ତୁତ ହେଇଯାଇଛି I

ସୂଚନା ଅନୁସାରେ ଏହି ଵ୍ୟାକସିନ 2021 କୁ ପ୍ରସ୍ତୁତ ହେଇଯିବ କିନ୍ତୁ ଯେଉଁ ସ୍ପିଡ଼ ରେ ଭାରତୀୟ କମ୍ପାନୀ ମାନେ ଏହି କ୍ଷେତ୍ର ରେ କାମ କରୁଛନ୍ତି | ଏହା ସେପ୍ଟେମ୍ବର 2020 ମଧ୍ୟ ରେ ଏହି ଵ୍ୟାକସିନ ପ୍ରସ୍ତୁତ କରିଦେବେ ବୋଲି ଅନୁମାନ କରାଯାଉଛି I ଭାରତ ଛଡ଼ା ଇଜରଆଇଲ , ଜର୍ମାନ ଓ ଇଂଲଣ୍ଡ ପରି ଦେଶ ଏହି ଵ୍ୟାକସିନ ପ୍ରସ୍ତୁତ କରିବା ରେ ଲାଗିଛନ୍ତି I