Sushant Singh Rajputଙ୍କ ପାଇଁ ଅଙ୍କିତା ଲୋଖଣ୍ଡେ କରୁଥିଲେ ଏପରି କାମ ଯାହା କେବଳ ଜଣେ ପତ୍ନୀ ହି କରନ୍ତି, ଜାଣିଲେ ଲୁହ ଆସିଯିବ

ବଲିଉଡର ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ 14 ଜୁନ ଅପରାହ୍ନରେ ହଠାତ୍ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ତାଙ୍କ ପରିବାର ସମେତ ତାଙ୍କ ପ୍ରଶଂସକମାନେ ଏବେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି, ସୁଶାନ୍ତ ଏହା କାହିଁକି କଲେ? ସୁଶାନ୍ତଙ୍କ ଅନେକ ପ୍ରଶଂସକଙ୍କ ତ ଏବେବି ତାଙ୍କ ଫେରିବା ପାଇଁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ଦେହାନ୍ତରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଏବଂ କ୍ରିତି ସାନନ ମଧ୍ୟ ବହୁତ ଦୁଃଖିତ ଅଛନ୍ତି ।

ଟିଭି ଜଗତରୁ ବଲିଉଡରେ ନିଜର ଜାଗା ବନାଇଥିବା ସୁଶାନ୍ତ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ପରଦାରେ ହିଟ୍ ହୋଇଥିଲେ ଏବଂ ତାଙ୍କ ପ୍ରେମ ଜୀବନ ପାଇଁ ସେ ଅନେକ ଥର ହେଡଲାଇନ୍ ରହିଥିଲେ | ମନେ ପକେଇ ଦଉ ଯେ ଅଭିନେତା ସୁଶାନ୍ତ ଅଙ୍କିତା ଲୋଖଣ୍ଡେ, କ୍ରିତି ସେନାନ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କ ରଖିଥିଲେ। ଏହା ବ୍ୟତୀତ କେଦାରନାଥ ଫିଲ୍ମର ସୁଟିଂ ସମୟରେ ତାଙ୍କ ନାମ ସାରା ଅଲି ଖାନଙ୍କ ସହ ଯୋଡ଼ା ଯାଇଥିଲା ।

ବହୁ ବର୍ଷ ଧରି ସୁଶାନ୍ତ ଏବଂ ଅଙ୍କିତା ପରସ୍ପରକୁ ଡେଟ କରିଥିଲେ। ଉଭୟ ଗଣମାଧ୍ୟମରେ ସେମାନଙ୍କର ସମ୍ପର୍କକୁ ସ୍ୱୀକାର କରିଥିଲେ। ତେବେ, 2016 ମସିହାରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ। ଉଭୟଙ୍କ ସମ୍ପର୍କ 6 ବର୍ଷ ଧରି ଚାଲିଥିଲା ଏବଂ ଯେତେବେଳେ ଉଭୟଙ୍କ ବ୍ରେକଅପ୍ ହୋଇଥିଲା, ଏହି ବ୍ରେକଅପ୍ ପାଇଁ ଅନେକ କାରଣ ଦର୍ଶାଯାଇଥିଲା | ଅନେକେ ବ୍ରେକଅପ୍ ର କାରଣ ସୁଶାନ୍ତ ଏବଂ କ୍ରିତି ଙ୍କର କ୍ଲୋଜ ହେତୁ ଦର୍ଶାଇଥିଲେ | ତେବେ ଆଉ କେହି କହିଥିଲେ ଯେ ଅଙ୍କିତା ଏହି ସମ୍ପର୍କକୁ ନେଇ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

ସୁଶାନ୍ତ ଙ୍କ ପାଇଁ ରଖୁଥିଲେ ବ୍ରତ

ଉଭୟଙ୍କ ପ୍ରେମ କାହାଣୀ ଅନେକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଥିଲା, କିନ୍ତୁ ଦୁହେଁ ପରସ୍ପରକୁ ଛାଡି ନଥିଲେ | ଏହା ମଧ୍ୟ ଖବର ଥିଲା ଯେ ଦୁହେଁ 2016 ରେ ବିବାହ କରିବାକୁ ଯାଉଥିଲେ , କିନ୍ତୁ ହଠାତ୍ ଦୁହେଁ ବ୍ରେକଅପ କରିଦେଲେ। ଆପଣଙ୍କୁ କହି ରଖୁ ଯେ ଉଭୟଙ୍କ ସମ୍ପର୍କ 2009 ମସିହାରେ ପବିତ୍ର ରିସ୍ତାର ସେଟରୁ ଆରମ୍ଭ ହୋଇଥିଲା | ସମାନ ସିରିଏଲର ସୁଟିଂ ସେଟରେ ଦୁହେଁ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ | ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୁହେଁ ଲିଭ ଇନରେ 6 ବର୍ଷ ରହିଥିଲେ। କେବଳ ଏତିକି ନୁହେଁ, ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ସାବିତ୍ରୀ ଓଷା ବି କରୁଥିଲେ ଏବଂ ବ୍ରେକଅପ୍ ପରେ ମଧ୍ୟ ଅଙ୍କିତା ସୁଶାନ୍ତଙ୍କ ପାଇଁ ଉପବାସ ରଖିଥିଲେ।

ଏକ ସାକ୍ଷାତକାରରେ ଅଙ୍କିତା ତାଙ୍କ ସମ୍ପର୍କ ବିଷୟରେ କହିଥିଲେ ଯେ ଯେତେବେଳେ ସୁଶାନ୍ତ ପବିତ୍ର ରିସ୍ତା ଛାଡିବାକୁ ଚାହୁଁଥିଲେ, ମୁଁ ହିଁ ତାଙ୍କୁ ସମର୍ଥନ କରିଥିଲି। ସୁଶାନ୍ତ ଚଳଚ୍ଚିତ୍ରରେ କାମ କରିବାକୁ ଚାହୁଁଥିଲେ ଏବଂ ପୁରା ଧ୍ୟାନ ଫ୍ଲିମ ଉପରେ ଦେବାକୁ ଚାହୁଁଥିଲେ। 2012 ମସିହାରେ ସୁଶାନ୍ତ ଏବଂ ଅଙ୍କିତାଙ୍କ ମତଭେଦ ଖବର ଗଣମାଧ୍ୟମରେ ପ୍ରସାରିତ ହେବାକୁ ଲାଗିଲା, ଯାହାକୁ ଅଙ୍କିତା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ସେହି ସମୟରେ ଅଙ୍କିତାଙ୍କ ଅସୁରକ୍ଷିତତା ମଧ୍ୟ ଏହାର କାରଣ ବୋଲି ଦର୍ଶାଯାଇଥିଲା।

ନିଜ ବିରୋଧରେ ହୋଇଥିବା ଅଭିଯୋଗକୁ ଅସ୍ୱୀକାର କରି ସେ କହିଥିଲେ, ‘ସୁଶାନ୍ତ ମୋତେ ତାଙ୍କ ସହିତ ପ୍ରତ୍ୟେକ କାର୍ଯ୍ୟ, ପାର୍ଟୀ, ପୁରସ୍କାର ଶୋ’କୁ ନେଇଯାଆନ୍ତି। ଆମେ ଏକ ଦମ୍ପତି, ମୁଁ କାହିଁକି ଇନସିକ୍ୟୋର ହେବି? ‘