ଏବେ ଏହାକୁ ଖେଳାଳି ଙ୍କ ଦୁର୍ଭାଗ୍ୟ କହିବା ନା ଦେଶ ର
ଯେଉଁ ଦେଶ ରେ ଏପରି ଯୋଗ୍ୟ ଖେଳାଳି ଥାଇ ମଧ୍ୟ ସେହି ଦେଶ ପଛ ରେ ରହିଛି ତା ଅର୍ଥ ଏହା ଦେଶ ର ଦୁର୍ଭାଗ୍ୟ ଅଟେ I ଆଜି ର ସମୟରେ କ୍ରିକେଟ ରେ ଯେତିକି ପଇସା ଖର୍ଚ୍ଚ ହେଉଛି ତାହା ଅନ୍ୟ କେଉଁ ଖେଳ ରେ ହେଉ ନାହିଁ I
ଆମ ଦେଶ ର ସିଷ୍ଟମ ଯୋଗୁ ଅନେକ ପ୍ରତିଭା ସମ୍ପର୍ଣ ଖେଳାଳି ଙ୍କୁ ତାହା ଭୋଗିବାକୁ ପଡିଥାଏ I
ଆମ ଦେଶ ର ନିୟମ ପାଁଇ ଅନେକ ପ୍ରତିଭା ସମ୍ପର୍ଣ୍ଣ ଖେଳାଳି ଙ୍କୁ ନିଜ ପ୍ରତିଭା କୁ ଲୋକଲୋଚନକୁ ଆଣିବାରୁ ବଂଚିତ ହେଉଛନ୍ତି I
ଦେଖିବାକୁ ଗଲେ ତ ଏପରି ଅନେକ ଖେଳାଳି ଅଛନ୍ତି , ଯେଉଁମାନେ କି ଆଜି ଅର୍ଥାଭାବ ରେ ନିଜ ଜୀବନ କୁ ବହୁତ କଷ୍ଟ ରେ ଅତିବାହିତ କରୁଛନ୍ତି I କିନ୍ତୁ ଆଜି ଆମେ ଆପଣ ଙ୍କୁ ଏପରି ଜଣେ ପ୍ରତିଭା ସମ୍ପର୍ଣ୍ଣ ଖେଳାଳି ଙ୍କ ବିଷୟରେ କହିବାକୁ ଯାଉଚୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ଚକିତ ହେଇଯିବେ I
ଏହି ଖେଳାଳି ଙ୍କ ନାମ ହେଉଛି ରଶ୍ମିତା ପାତ୍ର , ଦିନ ଥିଲା ସେ ଭାରତୀୟ ଫୁଟବଲ ଦଳ ର ଜଣେ ମୁଖ୍ୟ ଖେଳାଳି ଥିଲେ I କିନ୍ତୁ ଆଜିକା ସମୟରେ ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଁଇ ଶେଷ ରେ ସେ ପାନ ଦୋକାନ ଦେଇ ବସିଛନ୍ତି I
ରଶ୍ମିତା ପାତ୍ର ସେହି ମହିଳା ଯିଏ କି 12 ବର୍ଷ ବୟସ ରେ ନିଜ ରାଜ୍ୟ ଓ ଦେଶ ପାଁଇ ହେଉଥିବା ପ୍ରତିଯୋଗିତା ରେ ଭଲ ପ୍ରଦର୍ଶନ କରି ନିଜ ପ୍ରତିଭା ର ପରାକାଷ୍ଠା ଦେଇଥିଲେ I
ଖାଲି ସେତିକି ନୁହେଁ 2011 ରେ ଭାରତୀୟ ଫୁଲବଲ ଦଳ କୁ ଏସିଆ କପ ରେ ଜିତାଇ ଭାରତ କୁ ଏକ ବଡ଼ ସଫଳତା ଦେଇଥିଲେ I
ଏବଂ ଏତେ କମ ବୟସ ରୁ ସେ ଯେଉଁ ଖେଳ ପାଁଇ ଏତେ ସବୁ କରିଥିଲେ ଆଜି ଏତେ ବର୍ଷ ପରେ ସେ ପାଇଲେ ବା କଣ , ଓଲଟା ବାଧ୍ୟ ହେଇ ସମୟ ର ବିଡମ୍ବନା ରେ ସେ ଏକ ପାନ ଦୋକାନ ରୁ ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଁଇ ବାଧ୍ୟ ହେଉଛନ୍ତି I
ଏହି ପରି କିଛି ଘଟଣା ସମୟ ସମୟ ରେ ଖେଳାଳି ଙ୍କ ମନ ବଳ କୁ ଭାଙ୍ଗି ଦେଇଥାଏ I