ହୋଲିର କୌଣସି ରଙ୍ଗ ଆପଣଙ୍କର କିଛି କ୍ଷତି କରିପାରିବ ନାହିଁ, ବାସ ହୋଲି ଖେଳିବା ପୂର୍ବରୁ କରି ଦିୟନ୍ତୁ ଏହି କାମ !

ହୋଲି ରଙ୍ଗ ର ପର୍ବ ଅଟେ ଏବଂ ଏହି ଦିନ ଲୋକେ ପରସ୍ପର କୁ ହୋଲି ରଙ୍ଗ ଲଗାଇଥାନ୍ତି I କିନ୍ତୁ ଏହି ହୋଲି ରେ ବ୍ୟବହାର ହେଉଥିବା କିଛି ରାସାୟନିକ ରଙ୍ଗ ଆପଣ ଙ୍କ ର ଶରୀର ପାଁଇ ହାନିକାରକ ଅଟେ I ଏବଂ ଏହି ରଙ୍ଗ ଦ୍ୱାରା ଆପଣ ଙ୍କ ଉପରେ ଅନେକ ଖରାପ ପ୍ରଭାବ ପଡିଥାଏ I ଯଦି ଆପଣ ଏହି ଉପାୟ କୁ ଆପଣେଇବେ ତେବେ ନିଶ୍ଚିତ ରୂପେ ଏକ ସୁରକ୍ଷିତ ହୋଲି ପର୍ବ ପାଳନ କରିପାରିବେ I

ହୋଲି ଖେଳିବା ପୂର୍ବ ରୁ କରନ୍ତୁ ଏହି କାମ

ତ୍ୱଚା ର ଯତ୍ନ ନିଅନ୍ତୁ
ହୋଲି ପର୍ବ ରେ ଚେହେରା ରେ ରଙ୍ଗ ଲଗାଯାଇଥାଏ I ଏବଂ ଆପଣ ଙ୍କ ର ମୁହଁ ର ତ୍ୱଚା ସବୁଠାରୁ କୋମଳ ହେଇଥାଏ I ଅନେକ ଲୋକ ଙ୍କ ର ଚେହେରା ରେ ଏହି ରଙ୍ଗ ଲାଗି ଇନଫେକ୍ସନ ମଧ୍ୟ ହେଇଥାଏ I ତେବେ ଏପରି ସମସ୍ୟା ରୁ ଦୁରେଇ ରହିବା କୁ ଆପଣ ପ୍ରଥମେ ଆପଣ ଙ୍କ ଶରୀର ରେ ତେଲ ଲଗାଇ ଦିଅନ୍ତୁ I ଯାହା ଦ୍ୱାରା କି ତେଲ ଲାଗିବା ପରେ ଯଦି ଆପଣ ହୋଲି ଖେଳନ୍ତି ତେବେ ଏହି ରଙ୍ଗ ଶରୀର ଉପରେ କୌଣସି ପ୍ରକାର ର ହାନି ପହଞ୍ଚାଇବ ନାହିଁ I ଆପଣ ମୁହଁ ରେ ଓ ବେକ ରେ ନଡ଼ିଆ ତେଲ ଲଗାଇପାରିବେ I ଓ ଏହା ପରେ ହିଁ ହୋଲି ଖେଳିବା କୁ ଯାନ୍ତୁ I

ବାଳ ର ସୁରକ୍ଷ୍ୟା
ତ୍ୱଚା ପରି ବାଳ ର ସୁରକ୍ଷ୍ୟା ମଧ୍ୟ ରଖିବା ଜରୁରୀ ଅଟେ I କାରଣ ବାଳ ଉପରେ ମଧ୍ୟ ଏହି ରଙ୍ଗ ର ଖରାପ ପ୍ରଭାବ ପଡିଥାଏ I ଏପରି ଅନେକ କେମିକାଲ ଯୁକ୍ତ ରଙ୍ଗ ରହିଛି ଯାହା କି ବାଳ ରେ ଲାଗିବା ଦ୍ୱାରା ଋଆକ୍ସନ ହେଇଥାଏ ଓ ବାଳ ଖରାପ ହେଇଯାଇଥାଏ I ତେଣୁ ହୋଲି ପୂର୍ବ ରୁ ଆପଣ ବାଳ ରେ ଅଁଳା କିମ୍ବା ସୋରିଷ ତେଲ ମାଲିସ କରନ୍ତୁ I ଏବଂ ଏହା ପରେ ହୋଲି ଖେଳିବା କୁ ଯାନ୍ତୁ ଯାହା ଦ୍ୱାରା କି ସହଜ ରେ ବାଳ ରେ ଲାଗିଥିବା ରଙ୍ଗ ଛାଡ଼ିଯିବ I

ଆଖି ର ସୁରକ୍ଷ୍ୟ
ହୋଲି ରଙ୍ଗ ଦ୍ୱାରା ଆଖି ପ୍ରତି ମଧ୍ୟ ଏହା ବିପଦ ଅଟେ I ଆଖି ରେ ଯଦି ରଙ୍ଗ ପଡିଯାଇଥାଏ ତେବେ ଏହା କୁଣ୍ଡାଇ ହେଇଥାଏ ଓ ନାନା ସମସ୍ୟା ର କାରଣ ହେଇଥାଏ I ତେଣୁ ହୋଲି ଖେଳିବା ସମୟ ରେ ଆପଣ ଚଶ୍ମା ବ୍ୟବହାର କରିପାରିବେ I ଯାହା ଦ୍ୱାରା କି ଆଖି ରେ ରଙ୍ଗ ଯେପରି ନ ପଡିବ I

ଫୁସଫୁସ ଓ ମୁହଁ ର ସୁରକ୍ଷ୍ୟା
ହୋଲି ଖେଳିବା ସମୟ ରେ ଅନେକ ଥର ରଙ୍ଗ ମୁହଁ ଭିତର କୁ ଚାଲିଯାଇଥାଏ I ଏବଂ ଏହା ଆପଣ ଙ୍କ ର ଫୁସଫୁସ ପର୍ଯ୍ୟନ୍ତ ପହଂଚି ଯାଇଥାଏ I ତେଣୁ ମୁହଁ ରେ ରଙ୍ଗ ବାଜିଲେ ସଂଗେ ସଂଗେ ପାଣି ରେ କୁଳି କରନ୍ତୁ ଯାହା ଦ୍ୱାରା କି ମୁହଁ ଭିତର କୁ ରଙ୍ଗ ନ ଯିବ I

ଏହି କଥା କୁ ଧ୍ୟାନ ଦେବେ
-ହୋଲି ଖେଳିବା ସମୟ ରେ ହର୍ବଲ ରଙ୍ଗ କୁ ଧ୍ୟାନ ଦେବେ ଏହା ର ବ୍ୟବହାର ହାନିକାରକ ହେଇ ନ ଥାଏ I ଏହି ହର୍ବଲ ରଙ୍ଗ ରେ କୌଣସି କେମିକାଲ ର ବ୍ୟବହାର ହେଇ ନ ଥାଏ I

– ହୋଲି ଖେଳିବା ସମୟ ରେ ଆପଣ ନଖ ରେ ତେଲ ଲଗାନ୍ତୁ ଯାହା ଦ୍ୱାରା କି ନଖ ଭିତରେ ରଙ୍ଗ ନ ରହିବ I