କରୋନା ଜୀବାଣୁ ଯୋଗୁଁ ଏହି ସମୟରେ ସାରା ଦେଶରେ ଲକଡାଉନ୍ ଚାଲିଛି। 14 ଏପ୍ରିଲରେ ଶେଷ ହେବାକୁ ଥିବା ଲକଡାଉନ୍ କୁ 3 ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ଯେବେଠୁ ଲକଡାଉନ ହେଇଚି ସେବେଠୁ ସବୁ ଲୋକମନେ ନିଜ ନିଜ ଘରେ ବନ୍ଧ ହେଇଯାଇଛନ୍ତି | ଲୋକଙ୍କୁ ବାହାରକୁ ଯିବା ପାଇଁ ଅନୁମତି ନାହିଁ | ଯେତେବେଳେ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବ ସେତେବେଳେ ହିଁ ସେମାନେ ବାହାରକୁ ଯାଇପାରିବେ | ଏଯିଏ ବିନା କାରଣରେ ବାହାରକୁ ବାହାରିବ, ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି |
ସୂଚନା ପାଇଁ କହି ରଖୁ କି କରୋନା ଜୀବାଣୁରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ 452ରେ ପହଞ୍ଚିଛି। ସକ୍ରିୟ ମାମଲା ସଂଖ୍ୟା ହେଉଛି 11,616 ଅଛି| ଗତ 24 ଘଣ୍ଟା ମଧ୍ୟରେ 1,007 ଟି ନୂଆ କରୋନା ଜୀବାଣୁ ରିପୋର୍ଟ ହୋଇଥିବା ବେଳେ ସେଥିମଧ୍ୟରୁ 23 ଜଣ ପ୍ରାଣ ହରାଇଛନ୍ତି। କିନ୍ତୁ ଇତି ମଧ୍ୟରେ ଏକ ଭଲ ଖବର ମଧ୍ୟ ଆସିଛି |
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଲଟେସ୍ଟ ବୁଲେଟିନ୍ ରେ କୁହ ଯାଇଛି ଯେ ଅନ୍ୟ ବଡ ଦେଶ ତୁଳନାରେ ଭାରତରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବହୁତ ଭଲ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅନ୍ୟ ବଡ ଦେଶ ତୁଳନାରେ ଭାରତର 80 ପ୍ରତିଶତ ଲୋକ ସୁସ୍ଥ ଅଛନ୍ତି।
ଲବ ଅଗ୍ରୱାଲ୍ (ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ) କହିଛନ୍ତି ଯେ ଆମକୁ ପ୍ରତ୍ୟେକ କ୍ଷେତ୍ରରେ କରୋନା ସହ ଲଢ଼ିବାକୁ ପଡିବ। ଯଥା ଶୀଘ୍ର ଏହାର ଟୀକା ପ୍ରସ୍ତୁତ କରିବାକୁ ଉଦ୍ୟମ ଚାଲିଛି | ସେ କହିଛନ୍ତି ଯେ କରୋନା ଜୀବାଣୁ ଯୋଗୁଁ ମୃତ୍ୟୁ ଏକ ଚିନ୍ତାର ବିଷୟ। ଏଥି ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ କରୋନା ଜୀବାଣୁ କ୍ଷେତ୍ରରେ ଭାରତର ଅବସ୍ଥା ବହୁତ ଭଲ।
ଲବ ଅଗ୍ରୱାଲ ଏହା ମଧ୍ୟ କହିଛନ୍ତି ଯେ କରୋନା ମାମଲା ଏବେ ହ୍ରାସ ପାଉଛି। ଏହାର ମାମଲା 40 ପ୍ରତିଶତ ହ୍ରାସ ପାଇଛି। ସେ କହିଛନ୍ତି ଯେ ଗତ 7 ଦିନ ମଧ୍ୟରେ କରୋନା ମାମଲା ଦ୍ୱିଗୁଣିତ ହେବା ଦରରେ ହ୍ରାସ ପାଇଛି। ତାଙ୍କ କହିବାନୁସାରେ, ଏପର୍ଯ୍ୟନ୍ତ 13.06 ପ୍ରତିଶତ ଲୋକ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି।