ପଇସା କେବେ ଖୁସି କିଣି ପରେ ନାହିଁ, କୋଟି କୋଟି ଟଙ୍କାର ମାଲିକ ହେବା ପରେ ମଧ୍ୟ ନିଜ ସ୍ତ୍ରୀଙ୍କୁ ଖୁସି କରିପାରିଲେ ନାହିଁ ଏହି ବଡ ଷ୍ଟାର ମାନେ,

ବଲିଉଡ ଫିଲ୍ମ ଜଗତ ରେ ଅନେକ ଲୋକପ୍ରିୟ କଳାକାର ରହିଛନ୍ତି I ଏହିପରି ଅନେକ କଳାକାର ମଧ୍ୟ ରହିଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ର ମାଲିକ ଅଟନ୍ତି I ଲୋକେ କହିଥାନ୍ତି ଯେଉଁଠାରେ ଟଙ୍କା ରହିଥାଏ ସେଠାରେ ସବୁ ଖୁସି ମଧ୍ୟ ରହିଥାଏ I କିନ୍ତୁ ଆଜି ଆମେ ଏଠାରେ କିଛି ଏପରି କଳାକାର ଙ୍କ ବିଷୟ ରେ କହିବା କୁ ଯାଉଛୁ ଯେଉଁମାନେ ନିଜ ପତ୍ନୀ ଙ୍କୁ ଖୁସି ରେ ରଖି ପାରନ୍ତି ନାହିଁ I

ଅରବାଜ ଖାଁ
ବଲିଉଡ ଫିଲ୍ମ ଜଗତ ରେ ସବୁଠାରୁ ଲୋକପ୍ରିୟ କଳାକାର ସଲ୍ମାନ ଙ୍କ ର ଭାଇ ହେଉଛନ୍ତି ଅଭିନେତା ଅରବାଜ ଖାଁ I ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ବେଶ ସୁପରିଚିତ ଅଭିନେତା ଅଟନ୍ତି I ଏହା ସହ ସେ ଜଣେ ଭଲ ଫିଲ୍ମ ନିର୍ମାତା ଓ ନିର୍ଦେଶକ ମଧ୍ୟ ଅଟନ୍ତି I ସେ ଫିଲ୍ମ ରେ କାମ କରି କୋଟି କୋଟି ଟଙ୍କା ରୋଜଗାର ମଧ୍ୟ କରିଛନ୍ତି I ଏବଂ ସେ 1998 ରେ ମଲାଇକା ଆରୋଡା ଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ର 19 ବର୍ଷ ପରେ 2017 ରେ ସେ ତାଙ୍କ ପତ୍ନୀ ଙ୍କୁ ଛାଡ଼ପତ୍ର ଦେଇଥିଲେ I

ରୀତିକ ରୋଶନ
ବଲିଉଡ ଫିଲ୍ମ ଜଗତ ର ଲୋକପ୍ରିୟ ଅଭିନେତା ରୀତିକ ରୋଶନ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସବୁଠାରୁ ହ୍ୟାଣ୍ଡସମ ଅଭିନେତା ଅଟନ୍ତି I ଆଜିକା ସମୟ ରେ ସେ କୋଟି କୋଟି ସମ୍ପତି ର ମାଲିକ ଅଟନ୍ତି I 2000 ମସିହା ରେ ସେ ସୁଯଏଁ ଙ୍କୁ ବିବାହ କରିଥିଲେ କିନ୍ତୁ 2014 ରେ ପାରିବାରିକ ବିବାଦ କୁ ନେଇ ସେ ତାଙ୍କ ପତ୍ନୀ ଙ୍କୁ ଛାଡପତ୍ର ଦେଇଥିଲେ I

ପୁଲକିତ ସମ୍ରାଟ
ପୁଲକିତ ସମ୍ରାଟ ବଲିଉଡ ରେ ଜଣେ ହ୍ୟାଣ୍ଡସମ ହିରୋ ଅଟନ୍ତି I ସେ ନିଜ କ୍ୟାରିୟର ରେ “ସନମ ରେ ” ଓ “ଫୁକରେ” ପରି ଅନେକ ଫିଲ୍ମ ରେ କାମ କରିଛନ୍ତି I ସେ ଫିଲ୍ମ ରୁ କୋଟି କୋଟି ଟଙ୍କା ରୋଜଗାର ମଧ୍ୟ କରିଛନ୍ତି I ଏହା ପରେ ସଲ୍ମାନ ଙ୍କ ର ସମ୍ପର୍କୀୟ ଭଉଣୀ ଶ୍ଵେତା ରହିର ଙ୍କୁ ବିବାହ କରିଥିଲେ I କିନ୍ତୁ 2015 ରେ ତାଙ୍କ ର ଛାଡପତ୍ର ହେଇଥିଲା I

ପ୍ରଭୁ ଦେବା
ସାଉଥ ଫିଲ୍ମ ର ସୁପର ଷ୍ଟାର ଅଭିନେତା ଓ ଫିଲ୍ମ ନିର୍ମାତା ପ୍ରଭୁ ଦେବା ଭାରତ ର ଜଣେ ଲୋକପ୍ରିୟ ଡ୍ୟାନ୍ସର ଅଟନ୍ତି I ସେ ତାଙ୍କ ର ଅଭିନୟ କୁ ନେଇ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି I 1995 ରେ ସେ ରାମଲତା ଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ର 15 ବର୍ଷ ପରେ 2010 ରେ ତାଙ୍କ ର ଛାଡପତ୍ର ହେଇଥିଲା I