ଭାରତୀୟ ଦଳ ନିଜର ବଢିଆ ପ୍ରଦର୍ଶନ ବଳରେ ତୃତୀୟ ଟି-20 ମ୍ୟାଚରେ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ହରାଇ ଦେଲା | ଆଉ ତା ସହ 5ଟି ମ୍ୟାଚ ବିଶିଷ୍ଟ ଏହି ଟି-20 ସିରିଜ ରେ 3-0 ରେ ଆଗକୁ ବଢ଼ିଲା| ଏହି ତୃତୀୟ ଟି-20 ମ୍ୟାଚ ସମୟରେ ଦୁଇ ଦଳ ଅନେକ ନୂଆ ରେକର୍ଡ ସ୍ଥାପନ କରିଲେ| ଆଜି ଆମେ ଆପଣଙ୍କୁ ଏହି ଖାସ ଆର୍ଟିକିଲରେ ଆଜି ମ୍ୟାଚରେ ହେଇଥିବା ସବୁ ରେକର୍ଡ ବିଷୟରେ କହିବୁ |
ଆସନ୍ତୁ ଗୋଟିଏ ନଜର ପକାଇବା ଏହି ମ୍ୟାଚରେ ହେଇଥିବା କିଛି ରେକର୍ଡ ଉପର :
1. ଭାରତର ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ଷଷ୍ଠ ବିଜୟ ଥିଲା | ଏହା ପୂର୍ବରୁ ଦୁଇଜଣଙ୍କ ମଧ୍ୟରେ 13ଟି ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ 8ଟି ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଥିଲେ ଓ 5ଟି ମ୍ୟାଚ ଭାରତ ଜିତିଥିଲେ |
2. ଭାରତର ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କ ମାଟିରେ ଏହା ଚତୁର୍ଥ ଟି-20 ବିଜୟ ଥିଲା | ଏହା ପୂର୍ବରୁ ଦୁଇ ଦଳ ମଧ୍ୟରେ ନ୍ୟୁଜିଲାଣ୍ଡ ମାଟିରେ 7ଟି ଟି -20 ମ୍ୟାଚ ଖେଳ ଯାଇଥିଲା | ଯେଉଥିଲେ 4ଟି ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଥିଲେ ଓ 3ଟି ମ୍ୟାଚ ଭାରତୀୟ ଦଳ ଜିତିଥିଲେ .
3. ରୋହିତ ଶର୍ମା ଆଜି ନିଜର ଟି-20 ଅନ୍ତ୍ରରାଷ୍ଟ୍ରୀୟ କ୍ୟାରିଅରରେ 20ତମ ଅର୍ଧ ଶତକ ମାରିଲେ |
4.ରୋହିତ ଶର୍ମା ଆଜି 24ଥର 50ରୁ ବି ଅଧିକ ସ୍କୋର କରିଥିଲେ, ଏହା ସହିତ ହିଁ ସେ ବିରାଟ କୋହଲି ଙ୍କର 24 50ରୁ ଅଧିକ ସ୍କୋର କରିଥିବା ରେକର୍ଡ ସହ ବରାବରୀ କରିଥିଲେ |
5.ମାର୍ଟିନ ଗପଟିଲ ଆଜି ମାତ୍ର ଏକ ରନ କରିବା ମାତ୍ରେ ହିଁ ଟି-20 ଅନ୍ତରାଷ୍ଟ୍ରୀୟ କ୍ରିକେଟରେ 2500ରନ କରିଥିବା ନ୍ୟୁଜିଲାଣ୍ଡର ପ୍ରଥମ ଓ ଦୁନିଆର ତୃତୀୟ ଖେଳାଳି ହେଇଗଲେ | ଅନ୍ତରାଷ୍ଟ୍ରୀୟ ଟି-20 କ୍ରିକେଟରେ ତାଙ୍କ ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲି 2500ରନ କରିସାରିଛନ୍ତି |
6.10000ରୁ ଅଧିକ ଅନ୍ତରାଷ୍ଟ୍ରୀୟ ରନ କରିସାରିଥିବା ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ମାନେ
ବୀରେନ୍ଦ୍ର ସେହବାଗ
ସଚିନ ତେନ୍ଦୁଲକର
ସୁନୀଲ ଗାଭାସ୍କର
ରୋହିତ ଶର୍ମା
7.ଟି-20 ଅନ୍ତରାଷ୍ଟ୍ରୀୟରେ ରୋହିତ ଶର୍ମାଙ୍କର ସବୁଠାରୁ ଦୃତ ଅର୍ଧ ଶତକ
22ଟି ବଲରେ ୱେଷ୍ଟ ଇଣ୍ଡିସ, ବିରୁଦ୍ଧରେ, 2016
23 ବଲରେ ବଙ୍ଗଳାଦେଶ, ବିରୁଦ୍ଧରେ, 2019
23 ବଲରେ ୱେଷ୍ଟ ଇଣ୍ଡିସ ବିରୁଦ୍ଧରେ, 2019
23 ବଲରେ ନ୍ୟଜିଲାଣ୍ଡ, ବିରୁଦ୍ଧରେ, 2020
8.ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ବିଲିଯମସନ ଆଜି ନିଜର ଟି-20 କ୍ରିକେଟ କ୍ୟାରିଅରର 11ତମ ଅର୍ଧ ଶତକ ମାରିଲେ |
9. ଭାରତୀୟ ଦଳ ଆଜି ନିଜର ଟି-20 କ୍ରୀକେଟ ଇତିହାସରେ ପ୍ରଥମ ସୁପର ଓଭର ଖେଳିଲା| ଏହା ପୂର୍ବରୁ ଭାରତୀୟ ଦଳ ଥରେ ବଲ ଆଉଟ ଖେଳି ସାରିଛି |