କ୍ରିକେଟକୁ ଅଲବିଦା କହିଲେ Ab De Villiers, IPL ଖେଳିବାକୁ ନେଇ କଣ କହିଲେ ଦେଖନ୍ତୁ !!

ନମସ୍କାର ବନ୍ଧୁଗଣ କ୍ରିକେଟ୍ କୁ ଅଲବିଦା କହିଲେ ମିଷ୍ଟର ୩୬୦। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ଫେଟ୍ରନ୍ ବ୍ୟାଟ୍ସମ୍ୟାନ୍ ଏବି ଡିଭିର୍ଲିୟସ୍ ବର୍ତ୍ତମାନ ସମୟରେ ନିଜର ଅବସର ଘୋଷଣା କରିଛନ୍ତି ଯାହା ଫଳରେ RCB କୁ ଲାଗିପାରେ ବଡ ଝଟକା। ତେବେ IPL ଖେଳିବାକୁ ନେଇ ସେ କଣ କହିଛନ୍ତି ଏହାପରେ IPL ଖେଳ ଜାରି ରଖିବେ କି ନାହିଁ ଆସନ୍ତା ଜାଣିବା ସଂପୂର୍ଣ୍ଣ ଖବର।

୩୭ ବର୍ଷ ଏବି ଡିଭିର୍ଲିୟସ୍ ମିଷ୍ଟର ୩୬୦ ଭାବରେ ପରିଚିତ ସେ ଦୀର୍ଘ ୧୭ ବର୍ଷ ହେଲା କ୍ରିକେଟ୍ ଖେଳି ଆସୁଥିଲେ ଦକ୍ଷିଣ ଆଫ୍ରିକା ପାଇଁ ଏବି ଡିଭିର୍ଲିୟସ୍ ୧୧୪ଟି ଟେଷ୍ଟ, ୨୨୮ଟି ଦିନିକିଆ ଏବଂ ୭୮ଟି T20 ମ୍ୟାଚ୍ ଖେଳିଛନ୍ତି ଆଉ ପୂର୍ବରୁ ମଧ୍ୟ ସେ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଥିଲେ |

କିନ୍ତୁ IPL ସହିତ ଅନ୍ୟ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ ଆଉ ଆଜି ସେ ଟୁଇଟ୍ କରି କ୍ରିକେଟ୍ ର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିବା ନେଇ ଘୋଷଣା କରିଥିଲେ ଏହାର ଅର୍ଥ ୨୦୨୨ ଠାରୁ ଏବି ଡିଭିର୍ଲିୟସ୍ ଙ୍କୁ ଆଉ IPL ରେ ମଧ୍ୟ ଦେଖିବା ପାଇଁ ମିଳିବ ନାହିଁ |

ଆଉ ଅବସର ଘୋଷଣା ସମୟରେ ଏବି ଡିଭିର୍ଲିୟସ୍ RCB କୁ ନେଇ ମଧ୍ୟ କିଛି କହିଛନ୍ତି। ସେ କହିଛନ୍ତି RCB ସବୁବେଳେ ମୋର ଆଉ ମୋ ପରିବାରର ଅତ୍ୟନ୍ତ ଘନିଷ୍ଠ, RCB ସହିତ ମୋର ଅନେକ ସ୍ମରଣୀୟ ମୂହୁର୍ତ୍ତ ରହିଛି ଏହି ଟିମ୍ କୁ ଆମେ ସମର୍ଥନ କରିବୁ ଏବଂ ମୁଁ ସବୁବେଳେ RCB ହୋଇ ରହିବି ବୋଲି ଏବି ଡିଭିର୍ଲିୟସ୍ କହିଛନ୍ତି।