ଭାରତୀୟ ଦଳର ବୋଲର ମହମ୍ମଦ ଶାମି ତାଙ୍କ ପତ୍ନୀ ହସିନ ଜାହାନଙ୍କ ସହ ହେଇଥିବା ବିବାଦ କାରଣରୁ ଖବରରେ ରହିସାରିଛନ୍ତି । ଏବଂ ବର୍ତ୍ତମାନ ଉଭୟ ଅଲଗା ଅଲଗା ରହୁଛନ୍ତି | ଏହି ସମୟରେ ବଲିଉଡର ଗୀତ କଣ୍ଟା ଲାଗାରେ ନାଚୁ ଥିବାର ହସିନ ଜାହାନଙ୍କ ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି।
ଲୋକମାନେ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି | ହସିନଙ୍କ ସ୍ଟେପ ଦେଖିକି ତାଙ୍କ ଫ୍ୟାନ ମାନେ ବହୁତ ପ୍ରଶଂସା କରୁଛନ୍ତି। କଳା ଶାଢୀରେ ହସିନ୍ ଜାହାନଙ୍କ ସୌନ୍ଦର୍ଯ୍ୟର ବି ପ୍ରଶଂସା କରାଯାଉଛି।
ମହମ୍ମଦ ଶାମିଙ୍କ ପ୍ରଶଂସକମାନେ ହସିନ୍ ଜାହାନଙ୍କୁ ଘରକୁ ଫେରି ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଛନ୍ତି। କିଛି ଲୋକ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ହେତୁ ତାଙ୍କ ଝିଅର ଭବିଷ୍ୟତ ଖରାପ ହେଉଛି।
ମାନେ ପକାଇ ଦେଉଁ କି ସବୁ ବିବାଦ 2008 ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ହସିନ୍ ଜାହାନ ଶାମିଙ୍କୁ ଅନେକ ଝିଅଙ୍କ ସହ କଥାବାର୍ତ୍ତା ଏବଂ ସମ୍ପର୍କ ରଖିବା ଅଭିଯୋଗ କରିଥିଲେ। ସେ ନିଜ ଫେସବୁକ ଆକାଉଣ୍ଟରେ କିଛି ସ୍କ୍ରିନସଟ ବି ସେୟାର କରି ଦାବି କରିଥିଲେ ଯେ ଶାମି ଅନ୍ୟ ଜଣେ ମହିଳାଙ୍କ ସହ ଅସଦାଚରଣ କରୁଛନ୍ତି।