ମହେଶ ଭଟ ଭାରତୀୟ ହିନ୍ଦୀ ଫିଲ୍ମ ନିର୍ମାତା ଓ ନିର୍ଦେଶକ ଅଟନ୍ତି I ସେ “ମଂଜିଲ ଔର ଭି ହେ (1974)” ରୁ ନିଜ ର ନିର୍ଦେଶନା କାର୍ଯ୍ୟ ଆରମ୍ଭ କରିଥିଲେ I ତାଙ୍କ ଦ୍ୱାରା ନିର୍ଦେଶିତ ଫିଲ୍ମ ସାରାଂଶ (1984) ରେ ମସ୍କୋ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଉତ୍ସବ ରେ ଦେଖା ଯାଇଥିଲା ଏବଂ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା I ସେ ନିଜ ଭାଇ ମୁକେଶ ଭାଟ ଙ୍କ ସହ ଫିଲ୍ମ କବ୍ଜା (1988) ରେ ନିର୍ମାତା ହେଇଥିଲେ I
ବଲିଉଡ ଲୋକପ୍ରିୟ ଫିଲ୍ମ ନିର୍ଦେଶକ ମହେଶ ଭଟ ଙ୍କୁ ଆଜିକା ସମୟ ରେ କିଏ ବା ନ ଜାଣିଚି I ସେ ସର୍ବଦା ନିଜ ର ଫିଲ୍ମ କୁ ନେଇ ଚର୍ଚା ରେ ରହିଥାନ୍ତି I ତେବେ ଆଜି ଆମେ ମହେଶ ଭଟ ଙ୍କ ସମ୍ବନ୍ଧ ରେ କିଛି ଏପରି କହିବା କୁ ଯାଉଛୁ ଯାହା ଆପଣ ଶୁଣି ଆଶ୍ଚଯ୍ୟ ହେବେ I
ନିଜ ର କଳା କୁ ନେଇ ପରିପୂର୍ଣ ମହେଶ ଭଟଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳି ସାରିଛି I ମହେଶ ଭଟ ବେଶ ରଙ୍ଗୀନ ମିଞ୍ଜାସ ର ଅଟନ୍ତି କିନ୍ତୁ ଅନେକ ସମୟ ରେ ସେ ମିଡ଼ିଆ ରେ ସମାଲୋଚିତ ମଧ୍ୟ ହେଇଛନ୍ତି I
ଏକ ମ୍ୟାଗାଜିନ ର କଭର ରେ ମହେଶ ଭଟ ଓ ତାଙ୍କ ଝିଅ ପୂଜା ଙ୍କ ର ଫୋଟୋ ଚାପିଥିଲା I ଏହି ଫୋଟୋ ରେ ବାପ ଝିଅ ପରସ୍ପର କୁ କିସ କରିବା ର ଦେଖିବା କୁ ମିଳିଥିଲେ I ଏହା ପରେ ସେ ଅନେକ ସମାଲୋଚିତ ହେଇଥିଲେ I
ଏହି ବିବାଦ ର ସମାଧାନ କରିବା କୁ ମହେଶ ଭଟ ଏକ ପ୍ରେସ କନ୍ଫରେନ୍ସ ର ଆୟୋଜନ କରିଥିଲେ I ସେଠାରେ ସେ କହିଥିଲେ ପୂଜା ମୋ ଝିଅ ନ ହେଇଥିଲେ ମୁ ବିବାହ କରିଥାନ୍ତି ବୋଲି ସେ କହିଥିଲେ I ଏହା ପରେ ବିବାଦ ଆହୁରି ବଢିଥିଲା I ଏହା କୁ ନେଇ ମହେଶ ଭଟ ଡିପ୍ରେସନ କୁ ଆସିଜାଇଥିଲେ I