ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟିକା ନେହା କଙ୍କଡ ଆଜିକା ସମୟ ରେ ସୋନି ଟିଭି ରେ ପ୍ରସାରିତ ହେଉଥିବା ସିଂଗିଙ୍ଗ ରିୟାଲିଟି ସୋ ଇଣ୍ଡିଆନ ଆଇଡ଼ଲ 11 ରେ ଜଜ ରୂପେ ନଜର ଆସୁଛନ୍ତି | ଅଧିକାଂଶ ସମୟ ରେ ନେହା କଙ୍କଡ ଇଣ୍ଡିଆନ ଆଇଡ଼ଲ ରେ ଅଲଗା ଅଲଗା କାରଣକୁ ନେଇ ଚର୍ଚା ରେ ରହିଥାନ୍ତି | କିନ୍ତୁ ଏଥର ନେହା କଙ୍କଡ ଙ୍କର ଚର୍ଚା ରେ ଆସିବା ର କାରଣ ସମ୍ପୂର୍ଣ ଅଲଗା ଅଟେ | ଏଥର ନେହା କଙ୍କଡ,ଉଦିତ ନାରାୟଣ ଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ କାରଣରୁ ଚର୍ଚାକୁ ଆସିଛନ୍ତି |
ଆଜି କଲି ସୋସିଆଲ ମିଡିଆରେ ନେହା କକଡ଼ଙ୍କର ବିବାହର କଥା ଜୋରଦାର ଚର୍ଚ୍ଚାରେ ରହିଛି | ମିଳିଥିବା ମିଡ଼ିଆ ରିପୋର୍ଟ ଅନୁସାରେ ଖୁବ ଶୀଘ୍ର ଆଦିତ୍ୟ ନାରାୟଣ ଙ୍କ ସହ ନେହା କଙ୍କଡ ଙ୍କର ବିବାହ ହେବାକୁ ଯାଉଛି | ଆଦିତ୍ୟ ଓ ନେହା ଙ୍କର ବିବାହର ଚର୍ଚ୍ଚା ଇଣ୍ଡିଆନ ଆଇଡ଼ଲ ସେଟରୁ ଆରମ୍ଭ ହେଇଥିଲା | ଏଠାରେ ଆଦିତ୍ୟ ଙ୍କର ପିତା ଉଦିତ ନାରାୟଣ ନେହାଙ୍କୁ ନିଜ ଘରର ବୋହୁ କରିବାକୁ ଇଚ୍ଛା ଜାହିର କରିଥିଲେ | ଆଉ ସେଇଠି ନେହାଙ୍କ ମା-ବାପା ବି ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ |
ଇଣ୍ଡିଆନ ଆଇଡ଼ଲ ସେଟ ରେ ପ୍ରଥମେ ଆଦିତ୍ୟ ନାରାୟଣ ଙ୍କ ର ପରିବାର ତରଫରୁ ନେହା କଙ୍କଡ ଙ୍କୁ ସଗୁନ ଦେଇଥିଲେ I ଇତି ମଧ୍ୟ ରେ ଆଦିତ୍ୟ ଓ ନେହା ଙ୍କ ର ବିବାହ ର ତାରିଖ ମଧ୍ୟ ଫାଇନାଲ ହେଇଯାଇଛି I ଉଭୟ ଙ୍କ ର ବିବାହ ଫ୍ରେବୁଆରି 14 ରେ ହେବାର ଅଛି I ଏବଂ ଏହା ପରେ ବିଶାଳ ଦଦଲାନି ନେହା ଙ୍କୁ ମେହେନ୍ଦି ତାରିଖ 1 ଫ୍ରେବୁଆରି ରେ ଫିକ୍ସ କରିଛନ୍ତି I ଇଣ୍ଡିଆନ ଆଇଡ଼ଲ ସେଟ ରେ ଉଭୟ ଙ୍କ ର ବିବାହ କାର୍ଡ ମଧ୍ୟ ଦର୍ଶକ ଙ୍କୁ ଦେଖାଯାଇଥିଲା I
ବିଗତ କିଛି ଦିନ ତଳେ କୁମାର ସାନୁ ବଲିଉଡ ରେ ନିଜ ର 30 ବର୍ଷ ପୁରା କରିଛନ୍ତି I ଏହି ଅବସର ରେ କୁମାର ସାନୁ ଙ୍କୁ ଇଣ୍ଡିଆନ ଆଇଡ଼ଲ 11 ସିଜିନ କୁ ଆମନ୍ତ୍ରିତ କରାଯାଇଥିଲା I ସେଠାରେ କୁମାର ସାନୁ , ନେହା କଙ୍କଡ ଙ୍କୁ ଏକ ଉପହାର ମଧ୍ୟ ଦେଇଥିଲେ I ଇଣ୍ଡିଆନ ଆଇଡ଼ଲ ସେଟ ରେ ଆଦିତ୍ୟ ନାରାୟଣ ଙ୍କ ତରଫରୁ ନେହା ଙ୍କୁ ଲାଲ ଚୁନରି ଉପହାର ଦିଆ ଯାଇଥିଲା I ଏହା ପରେ ଉଦୟ ନାରାୟଣ ଏହା କହିଛନ୍ତି କି ମୋ ପିଲା ଙ୍କ ର ଏହି ଯୋଡି ଭଗବାନ ହିଁ ନିର୍ଧାରିତ କରିଛନ୍ତି I ମୁ ମଧ୍ୟ ନେହା ଙ୍କୁ ବୋହୁ ରୂପେ ପାଇ ବେଶ ଖୁସି ଅଛି I ତେବେ ନେହା କଙ୍କଡ ଓ ଆଦିତ୍ୟ ଙ୍କ ର ଏହି ବିବାହ ର କାହାଣୀ ଏକ ମଜାକ ରୁ ଆରମ୍ଭ ହେଇଥିଲା କିନ୍ତୁ ଆଜି ଦୁହେଁ ସତ ସତୀକା ବିବାହ କରିଛନ୍ତି I
ମଜା ମଜାରେ ଆରମ୍ଭ ହେଇଥିଲା ନେହା କଙ୍କଡ ଓ ଆଦିତ୍ୟ ନାରାୟଣ ଙ୍କର ସମ୍ପର୍କ, ଏବେ ଉଦିତ ନାରାୟଣଙ୍କ ଘରର ବୋହୁ ହେବାକୁ ଯାଉଛନ୍ତି ନେହା …
