Maa ତତେ ସଲାମ: ମଝି ସମୁଦ୍ର ରେ ଭାଙ୍ଗିଗଲା ଜାହାଜ, ନିଜେ ପରିସ୍ରା ପିଇ ନିଜ ଛୁଆକୁ ସ୍ତନ୍ୟପାନ କରାଇଲେ ମହିଳା, ପୁରା କାହାଣୀ ଜାଣିଲେ ଛାତି ଥରି ଉଠିବ

ନମସ୍କାର ବନ୍ଧୁଗଣ ଭାବନ୍ତୁ ଥରେ ଯଦି ଆପଣ ଶିପ୍ ରେ ଯାତ୍ରା କରୁଥିବେ ଆଉ ହଠାତ୍ ମଝି ସମୁଦ୍ରରେ ଶିପ୍ ଟି ଭାଙ୍ଗିଯିବ ସାଙ୍ଗରେ ଥିବେ ଆପଣଙ୍କର କୁନି କୁନି ସନ୍ତାନ ଆପଣ କଣ କରିବେ ହୁଏତ ଆପଣ ଏତିକି ଭାବିକି ଡରିଯିବେ କିନ୍ତୁ ଏଭଳି ଘଟଣା ସତରେ ଜଣେ ମାଙ୍କ ସହିତ ଘଟି ବି ଗଲା ସମୁଦ୍ର ମଝିରେ ଜାହାଜ ଦୁଇଖଣ୍ଡ ହୋଇଗଲା। ଅଧା ଜାହାଜରେ ରହିଗଲେ ସ୍ଵାମୀ ଆଉ ଅଧା ଜାହାଜରେ ରହିଗଲେ ସ୍ତ୍ରୀ ଏବଂ ଦୁଇ ସନ୍ତାନ। ସ୍ଵାମୀ ଥିବା ଅଧା ଜାହାଜ ବୁଡିଗଲା ଆଉ ତାହା ସହ ବୁଡ଼ିଗଲେ ଅନ୍ୟ ଯାତ୍ରୀ ମଧ୍ୟ ହେଲେ ଏହି ମହିଳା ବଞ୍ଚିଲେ ୪ ଦିନ। ସେ କେମିତି ଏହି ୪ ଦିନ ରହିଥିଲେ ଆସନ୍ତୁ ଜାଣିବା।

ଜଣେ ମା ନିଜ ସନ୍ତାନ ପାଇଁ କିଛିବି କରିପାରେ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ସାମ୍ନା କରି ଛୁଆର ଜୀବନ ବଞ୍ଚାଇଥାଏ ଏକଥା ଆପଣ ଅନେକ ଥର ଦେଖିଛନ୍ତି। ଏବେ ଏହାର ଆଉ ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଦକ୍ଷିଣ ଆମେରିକାରେ। ଏଠାରେ ଜଣେ ମା ସମୁଦ୍ର ମଝିରେ ନିଜେ ଅଖିଆ ଅପିଆ ରହି ଛୁଆଙ୍କୁ ସ୍ତନ୍ୟପାନ କରାଇ ଚାଲିଥିଲେ ଆଉ ବଞ୍ଚି ଯାଇଥିଲା ପିଲାଙ୍କ ଜୀବନ ହେଲେ ନିଜେ ହାରି ଯାଇଥିଲେ ମା ଜଣଙ୍କ ଯାହା ପୁଣିଥରେ ପ୍ରମାଣ କରି ଦେଇଛି ମା ହିଁ ଦୁନିଆର ସବୁଠାରୁ ଶ୍ରେଷ୍ଠ ଯୋଦ୍ଧା।


ସେପ୍ଟେମ୍ୱର ୩ ତାରିଖ ଏକ ପାଣି ଜାହାଜ ଭେନେଯୋଲାରୁ ଲାରଟର୍ଟୋକା ଯାଉଥିଲା ଏଥିରେ ୯ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରେ ମାର୍ଲିଚାକୋଲ୍ ନାମକ ଜଣେ ୪୦ ବର୍ଷୀୟ ମହିଳା ତାଙ୍କ ସ୍ବାମୀ ୬ ବର୍ଷର ପୁଅ ୨ ବର୍ଷର ଝିଅ ଥିଲେ। ସେମାନଙ୍କ ସହ ଛୁଆଙ୍କର ୨୫ ବର୍ଷିଆ କେୟାରଟେକର ବିରୋନିକ୍ ଏବଂ ଶିପ୍ ର କ୍ରୁ ମେମ୍ବର ବି ଥିଲେ। ଏହି ଜାହାଜ ସବୁଦିନ ଭଳି ଆଜିବି ବାହାରି ଥିଲା ତାର ଯାତ୍ରାରେ କିନ୍ତୁ ଦୁର୍ଭାଗ୍ୟ ମଝି ସମୁଦ୍ରରେ ସେମାନଙ୍କ ଜାହାଜ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇଫାଳ ହୋଇ ଯାଇଥିଲା। କାହିଁକି ଦୁର୍ଘଟଣା ହେଲା ତାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ଏହି ଦୁର୍ଘଟଣାରେ ଦୁଇ ପିଲା, ମା ଏବଂ କେୟାରଟେକର ଜାହାଜର ଗୋଟିଏ ଫଳରେ ରହି ଯାଇଥିଲେ ୪ ଦିନ ଧରି ମଝି ସମୁଦ୍ରରେ ବେସାହାରା ହୋଇ ଭାସିଲେ ଏହି ୪ ଜଣ। ମା ନିଜ ଛୁଆକୁ ଯେକୌଣସି ପରିସ୍ଥିତିରେ ଜୀବିତ ରଖିବା ପାଇଁ ଚାହିଁଥିଲେ ତେଣୁ ସେ ୪ ଦିନ ଧରି ନିଜର ପରିସ୍ରା ହିଁ ପିଇ ଚାଲିଲେ। ତାଙ୍କ ଶରୀରରେ ଜଳୀୟ ଅଂଶ ଅଭାବ ନ ରହିଯାଉ ଭାବି ସେ ପିଇ ଚାଲିଲେ ନିଜ ପରିସ୍ରା ଆଉ ପିଲାଙ୍କୁ ଲଗାତାର କରାଉଥିଲେ ସ୍ତନ୍ୟପାନ। ରେସକ୍ୟୁ ଟିମ୍ ଙ୍କୁ ଏମାନଙ୍କ ପାଖରେ ପହଞ୍ଚାଇବାକୁ ଲାଗି ଯାଇଥିଲା ୪ ଦିନ। ଯେତେବେଳେ ଶିପ୍ ସହ କୌଣସି ଯୋଗାଯୋଗ ହୋଇ ପାରିଲା ନାହିଁ ସେତେବେଳେ ଏମାନଙ୍କ ଉଦ୍ଧାର ପାଇଁ ରେସକ୍ୟୁ ଟିମ୍ ବାହାରି ଥିଲା ଆଉ ସେତେବେଳକୁ ମାଙ୍କ ଜୀବନ ଚାଲି ଯାଇଥିଲା କିନ୍ତୁ ଦୁଇ ସନ୍ତାନ ଜୀବିତ ଥିଲେ ଉଦ୍ଧାର ସମୟରେ ସେମାନଙ୍କ ଅବସ୍ଥା ଖୁବ୍ ଗୁରୁତ୍ୱର ଥିଲା।

ରେସକ୍ୟୁ ଟିମ୍ କହିବା କଥା ସେମାନେ ପହଞ୍ଚିବାର କିଛି ସମୟ ପୂର୍ବରୁ ଜଳୀୟ ଅଂଶ ଅଭାବରୁ ମାଙ୍କର ମୃତ୍ୟୁ ହୋଇ ସାରିଥିଲା ଭୀଷଣ ଗରମ ଯୋଗୁଁ କେୟାରଟେକର ଏବଂ ଦୁଇ ପିଲାଙ୍କର ମଧ୍ୟ ଜଳୀୟ ଅଂଶ କମ୍ ହୋଇଥିଲା। କେୟାରଟେକର ନିଜ ଜୀବନ ବଞ୍ଚାଇବାକୁ ଫ୍ରିଜ୍ ଭିତରେ ପଶି ଯାଇଥିଲେ କିନ୍ତୁ ଛୁଆ ଦୁଇଜଣ ମାଙ୍କ ପାଖରେ ହିଁ ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲେ। ଏବେ ଦୁଇ ଭାଇ ଭଉଣୀ ଓ କେୟାରଟେକର ସମସ୍ତେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି। ଧୀରେ ଧୀରେ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସୁଧୁରୁଛି କିନ୍ତୁ ଜାହାଜର ଅନ୍ୟ ଭଙ୍ଗା ଖଣ୍ଡରେ ଅନ୍ୟ ୫ ଜଣ ସଦସ୍ୟ ଯେଉଁଠି କେମିତି ଅଛନ୍ତି ସେ ନେଇ ଏବେ ଯାଏଁ କିଛିବି ଜଣା ପଡ଼ିନାହିଁ। ଉଦ୍ଧାରକାରୀ ଦଳ ଆଜିବି ସେମାନଙ୍କୁ ଖୋଜୁଛି।