ଦେଢ଼ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଗିଳିଦେଲା ଗାଈ, ୮ ଦିନ ପର୍ଯ୍ୟନ୍ତ ଗୋବରରେ ଖୋଜିଲା ମାଲିକ, ଆଉ ତାପରେ…

ମହାରାଷ୍ଟ୍ର ସମେତ ଅନେକ ରାଜ୍ୟ ରେ ପୋଲା ଫେଷ୍ଟିଭାଲ ଧୁମ ଧାମ ରେ ପାଳିତ ହେଇଥାଏ I ଏହି ଫେଷ୍ଟିଭାଲ ରେ ବ୍ଲଡ଼ କୁ ସଜାଇ ଗଳି ଗଳି ରେ ବୁଲାଯାଇଥାଏ I ବିଧିବିଧାନ ରେ ଏଠାରେ ବଳଦ ର ପୂଜା ଅର୍ଚନା ମଧ୍ୟ କରାଯାଇଥାଏ I ଆଜି ର ଏହି ଘଟଣା ରେ ମହାରାଷ୍ଟ୍ର ର ଏକ ଚାଷୀ ପୋଲା ଦିନ ନିଜ ବଳଦ ସମୁଖ ରେ ଦେଢ଼ ଲକ୍ଷ ର ଏକ ମଙ୍ଗଳସୂତ୍ର କୁ ପୂଜା ଥାଳି ରେ ରଖିଥିଲା ଏବଂ ସଂଗେ ସଂଗେ ବଳଦ ଏହି ମଙ୍ଗଳସୂତ୍ର କୁ ଗିଳିଦେଇଥିଲା I

ମହାରାଷ୍ଟ୍ର ର ଅହମଦନଗର ରେ ଏକ ଗ୍ରାମ ରେ ଚାଷୀ ନିଜ ବଳଦ କୁ ସଜାଇ ଗଳି ଗଳି ବୁଲାଉଥିଲେ ଏବଂ ବଳଦ ସମୁଖ ରେ ଏକ ପୂଜା ଥାଳି ରେ ତାଙ୍କ ପତ୍ନୀ ଙ୍କ ର ଦେଢ଼ ଲକ୍ଷ ର ଏକ ମଙ୍ଗଳସୂତ୍ର ମଧ୍ୟ ଆଖିଥିଲେ I କିନ୍ତୁ ବ୍ଲଡ଼ ଟି ଥାଳି ରୁ ମଙ୍ଗଳସୂତ୍ର ଟି କୁ ଖାଇଦେଇଥିଲା ତେଣୁ ଏହା ର ଅପରେସନ କରିବାକୁ ପଡିଥିଲା I

ଦେଢ଼ ଲକ୍ଷ ର ମଙ୍ଗଳସୂତ୍ର
ପୋଲା ଦିନ ବ୍ଲଡ଼ ପୂଜା ସମୟ ରେ ଭୋଗ ଥାଳି ସଜାଯାଇଥିବା ସମୟ ରେ ମିଠା ସହ ନିଜ ପତ୍ନୀ ଙ୍କ ର ମଙ୍ଗଳସୂତ୍ର ମଧ୍ୟ ସେଥିରେ ରଖିଥିଲେ I ଏବଂ ମହମବତୀ ନେବାକୁ ଘର କୁ ଯାଇଥିଲେ I ଫେରି ଦେଖନ୍ତି ତ ମଙ୍ଗଳସୂତ୍ର ନାହିଁ I ଥାଳି ରୁ ମିଠା ସହ ମଙ୍ଗଳସୂତ୍ର କୁ ମଧ୍ୟ ବଳଦ ଖାଇଦେଇଥିଲା I

ଗୋବର ରେ ଖୋଜିଲେ ମଙ୍ଗଳସୂତ୍ର
ଆଠ ଦିନ ପର୍ଯ୍ୟନ୍ତ ବଳଦ ର ଗୋବର ରେ ଏହି ମଙ୍ଗଳସୂତ୍ର କୁ ଖୋଜାଯାଇଥିଲା I କିନ୍ତୁ ଗୋବର ରେ ମଙ୍ଗଳସୂତ୍ର ମିଳି ନ ଥିଲା I ଘଟଣା ଟି ପୁରା ଗ୍ରାମ ରେ ଚର୍ଚା କୁ ଆସିଥିଲା I

ଅପରେସନ ହେଇ ବାହାରିଥିଲା ମଙ୍ଗଳସୂତ୍ର
କିଛି ଦିନ ଅପେକ୍ଷ୍ୟା କରିବା ପରେ ମଧ୍ୟ ମଙ୍ଗଳସୂତ୍ର ଗୋବର ରେ ପଡି ନ ଥିଲା I ଏହା ପରେ ଡାକ୍ତର ଏହି ବଳଦ ର ଅପରେସନ 9 ସେପ୍ଟେମ୍ବର ରେ କରିଥିଲେ I ଯାହା କି ବ୍ଲଡ଼ ର ରତିକୁଳମ ରେ ଫସି ରହିଥିଲା I