ମରିବା ପରେ ନିଜ ପରିବାର ଲାଗି ଏତେ କୋଟି ଟଙ୍କାର ସମ୍ପତି ଛାଡି ଦେଇଗଲେ ବିଜୟ ମହାନ୍ତି, ଜାଣିଲେ ଆପଣ ବି ଖାଇଯିବେ ଝଟକା …

ଜଣେ ମହାନ କଳାକାର ରୂପେ ପରିଚୟ ବିଜୟ ମହାନ୍ତି ଙ୍କୁ ଅବା କିଏ ଜାଣି ନାହିଁ| ଆପଣ ସମସ୍ତେ ଜାଣି ଥିବେ ଯେ ସେହି ମହାନ ବ୍ୟକ୍ତି ଆଜି ଆମ ଗହଣରେ ନାହାନ୍ତି |ସେ ଅନେକ ଚଳଚିତ୍ରରେ କାମ କରିଛନ୍ତି, ତାଙ୍କୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଲେଜେଣ୍ଡ କହିଲେ ଚଳିବ | ସେ ଇଣ୍ଡଷ୍ଟ୍ରି ଅନେକ ପ୍ରମୁଖ ଯେପରି ବାବୁସାନ, ଅରିନ୍ଦମ,ଅର୍ଚ୍ଚିତା, ସବ୍ୟସାଚୀ ଆଦି ଙ୍କ ଗୁରୁ ମଧ୍ୟ ଥିଲେ|ଆଜି ଆମେ ଆପଣଙ୍କୁ ସେହି ଲେଜେଣ୍ଡ ବିଷୟରେ ଏପରି କିଛି କହିବାକୁ ଚାହୁଁଛୁ ଯାହା ଆପଣ ଆଗରୁ କେବେ ଜାଣି ନଥିବେ, ତେବେ ଆସନ୍ତୁ ଜାଣିବା ତାଙ୍କ ସମ୍ପୂର୍ଣ ଜୀବନର ବିବରଣୀ |

ବିଜୟ ମହାନ୍ତି ତାଙ୍କ ଜୀବନରେ ସଫଳତା ଅନେକ ପାହାଚ ଚଢିଥିଲେ| ସେ 1950 ମସିହାରେ କେଦ୍ରାପଡ଼ା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ| ତାଙ୍କର ପିଲାଟି ଦିନରୁ ଅଭିନୟ ପ୍ରତି ରୁଚି ଥିଲା, ସେ ଅନେକ ନାଟକରେ ମଧ୍ୟ ଅଭିନୟ କରିଥିଲେ |ସେ ନିଜ ଗ୍ରାଜୁଏସନ ଶେଷ କରିବା ପରେ ନେସନାଲ ସ୍କୁଲ ଅଫ ଡ୍ରାମାରେ ଯୋଗ ଦେଇଥିଲେ| ସେ ବୋଲିଉଡ଼ର ଓମ ପୁରୀ, ନାଜିରୁୁଧିନ ଆଦିଙ୍କ ସହ ସେଠାରେ ପାଠ ପଢିଥିଲେ |ସେଠାରେ ସେ ଅନେକ ନାଟକ କାମ କରିଥିଲେ|

1975 ମସିହାରେ ସେ ଫୁଣି ଓଡିଶା ଫେରି ଆସିଥିଲେ ଏବଂ ଏଠାରୁ ଆରମ୍ଭ ହୋଇଥିଲା ତାଙ୍କ ଚଳଚିତ୍ର ଜୀବନ | 1977 ମସିହାରେ ତାଙ୍କର ପ୍ରଥମ ଚଳଚିତ୍ର ମୁକ୍ତିଲାଭ କରିଥିଲା |ସେହି ସମୟରେ ଏହି ଚଳଚିତ୍ର ବହୁତ ହିଟ ହୋଇଥିଲା ଏବଂ ନେସନାଲ ଆୱାର୍ଡ ମଧ୍ୟ ପାଇଥିଲା|ଏହା ପରେ ସେ 250 ରୁ ଅଧିକ ଚଳଚିତ୍ରରେ କାମ କରିଛନ୍ତି | ସେ ପାଖାପାଖି 30 ବର୍ଷ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ରାଜ କରିଛନ୍ତି |

ସେ ଚନ୍ଦ୍ରା ରାୟଙ୍କୁ ବିବାହ କରିଥିଲେ, ଚନ୍ଦ୍ରା ରାୟ ମଧ୍ୟ ଏକ ଅଭିନେତ୍ରୀ ଥିଲେ ଏବଂ ସେମାନଙ୍କ ଏକମାତ୍ର ଝିଅ ଥିଲେ ଯାହାଙ୍କ ନାମ ଜସ୍ମିନ ମହାନ୍ତି |

ଯଦି ଆମେ ବିଜୟ ମହାନ୍ତିଙ୍କ ସମ୍ପତି ବିଷୟରେ କହିବା ତେବେ ତାଙ୍କର ଦୁଇଟି ଘର ଅଛି, ଗୋଟେ କେନ୍ଦ୍ରାପଡ଼ାରେ ଏବଂ ଅନ୍ୟଟି ଭୁବନେଶ୍ୱରରେ | ଭୁବନେଶ୍ୱରେ ସେ ଏକ ବଡ ଆଲିସାନ ବଙ୍ଗଳା କରିଛନ୍ତି ଏବଂ ଏକ ଲକ୍ଜାରୀ କାର ମଧ୍ୟ ଅଛି ତାଙ୍କର | ସେ ଗୋଟେ ଫିଲ୍ମି ପିଛା ଏକ ଲକ୍ଷରୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ପଇସା ନେଉଥିଲେ| ତାଙ୍କ ସମ୍ପୂର୍ଣ ସମ୍ପତିର ମୂଲ୍ୟ କହିବାକୁ ଗଲେ 18 ରୁ 20 କୋଟି ହେବ |

ତେବେ ବନ୍ଧୁଗଣ ଆଜି ଆପଣ ଆମର ଏହି ପୋଷ୍ଟ ରେ ବିଜୟ ମହାନ୍ତିଙ୍କ ସମ୍ପତି,ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ତାଙ୍କ ଅଭିନୟ ଜୀବନ ବିଷୟରେ ଜାଣି ପାରିଲେ | ତେବେ ଆପଣଙ୍କୁ ଆମର ଆଜିର ପୋଷ୍ଟ କିପରି ଲାଗିଲା କମେଣ୍ଟ କରି ଜଣାନ୍ତୁ |