୧୯୯୮ ମସିହା ବିଶ୍ୱ କପର ଖେଳିଥିବା ଷ୍ଟାର କ୍ରିକେଟର; ଆଜି ମଇଁସି ପାଳନ ପାଁଇ ବାଧ୍ୟ ହୋଇଯାଇଛନ୍ତି, ହେଇଯାଇଛି ଏମିତି ଅବସ୍ଥା

ଆମ ଭାରତ ବର୍ଷରେ ଯେଉଁ ଖେଳ କୁ ଲୋକେ ଅଧିକ ପୂଜା କରନ୍ତି ତାହା ହେଲା କ୍ରିକେଟ ଖେଳ ଏବଂ ପୁରା ଭାରତରେ ଅଧିକାଂଶ ଲୋକେ ମଧ୍ୟ କ୍ରିକେଟ ଖେଳିବାକୁ ପସନ୍ଦ କରନ୍ତି I ଏବଂ ଏହା ବି ଆପଣ ବେଶ ଭଲ ଭାବରେ ଜାଣିଥିବେ କି ଧନୀ ଶ୍ରେଣୀର କ୍ରିକେଟ ଖେଳାଳି ମଧ୍ୟରେ ଧୋନି , କୋହଲି , ସଚିନ ଙ୍କ ପରି ଖେଳାଳି ଅଛନ୍ତି I କିନ୍ତୁ ଆଜି ଆମେ ଆପଣ ଙ୍କୁ ଜଣେ ଏପରି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି 1998 ବିଶ୍ୱ କପ ରେ ଖେଳରେ ବହୁତ ଭଲ ପ୍ରଦର୍ଶନ କରିଥିଲେ I

ଆପଣ ଙ୍କ ଅବଗତ ନିମନ୍ତେ ଜଣାଇ ଦିଆ ଯାଉଛି କି 1998 ଭାରତୀୟ କ୍ରିକେଟ ଦଳର ଲୋକପ୍ରିୟ ଖେଳାଳି ଭାଲାଜୀ ଦାମୋର ଏବେ ଆର୍ଥିକ ପରିସ୍ଥିତି ଏତେ ମାତ୍ରାରେ ଖରାପ ଯେ ସେ ଏବେ ମଇଁସି ପାଳନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି I

ଗୋଟେ ଚାଷୀ ପରିବାର ରୁ ବିଲଙ୍ଗ କରୁଥିବା ଭାଲାଜୀ ଭାବିଥିଲେ କି ବିଶ୍ୱକପ ପରେ ତାଙ୍କ ଜୀବନରେ ଅନେକ ଖୁସି ଫେରି ଆସିବ I କିନ୍ତୁ ଏହି ବିଶ୍ୱକପ ର ପାଖାପାଖି 18 ବର୍ଷ ପରେ ମଧ୍ୟ ସେ ମଇଁସି ପାଳନ କରି ନିଜର ଛୋଟମୋଟ ଗୁଜୁରାଣ ମେଣ୍ଟାଉଛନ୍ତି I ଭାରତର ଏହି ଅଲରାଉନଡର ଖେଳାଳି ଙ୍କ ନାମରେ ସର୍ବାଧିକ ଵିକେଟ ନେବାରେ ରେକର୍ଡ ରହିଛି I ସେ 125 ମ୍ୟାଚ ରେ 3125 ରନ କରିଥିଲେ ଓ 150 ଵିକେଟ ନେଇଥିଲେ I ସେ ଭାରତ ତରଫରୁ 8 ଗୋଟି ଅଂତରରାଷ୍ଟ୍ରୀୟ ମ୍ୟାଚ ମଧ୍ୟ ଖେଳିଥିଲେ I

ଭାଲାଜୀ ତ ଏତିକି ବିଶ୍ୱାସ ରଖିଥିଲେ କି ବିଶ୍ୱକପ ରେ ତାଙ୍କର ଭଲପ୍ରଦର୍ଶନ ରହିବା ପରେ ନିଶ୍ଚିତ ରୂପେ ସରକାର ଙ୍କ ତରଫରୁ କୌଣସି ଭଲ ଚାକିରୀ ଗୋଟେ ମିଳିବ ବୋଲି କିନ୍ତୁ ଏପରି କିଛି ହେଇନଥିଲା I ତାଙ୍କର ଏହି ଭଲ ପ୍ରଦର୍ଶନ ନା ଖେଳ କୋଟା ନା ବିକଳାଙ୍ଗ କୋଟା ରେ କାମରେ ଆସିଲା I