ମୟଙ୍କ ଙ୍କର ଦ୍ୱିତୀୟ ଶତକ ପୁରା ହେବା ମାତ୍ରେ କ୍ୟାପଟେନ କୋହଲି କରିଲେ ଏପରି ଇସାରା; ଜାଣନ୍ତୁ ପୁରା ଘଟଣା ସମ୍ପର୍କରେ

ଭାରତ ଓ ବାଂଲାଦେଶ ମଧ୍ୟ ରେ ପ୍ରଥମ ଟେଷ୍ଟ ସିରିଜ ଇନ୍ଦୋରର ରେ ଆୟୋଜିତ ହେଇଯାଇଛି I ଏବଂ ଭାରତ ର ଓପନର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଡବଲ ସେନ୍ଚୁରୀ ମାରିବାକୁ ନେଇ ବର୍ତମାନ ବେଶ ଚର୍ଚା ରେ ଅଛନ୍ତି I ଏହି ଶତକ ମୟଙ୍କ ଙ୍କ କ୍ୟାରିୟର ର ଦ୍ୱିତୀୟ ସ୍ୱେଞ୍ଚରି ଥିଲା I

ନିଜ ର ସୁନ୍ଦର ଖେଳ ପ୍ରଦର୍ଶନ ରେ ମୟଙ୍କ ଦର୍ଶକ ଙ୍କୁ ମଧ୍ୟ ଖୁସି କରିପାରିଥିଲେ I ମୟଙ୍କ ଯେପରି ଡବଲ ସେନ୍ଚୁରୀ କରିଥିଲେ ଏହା ବେଶ ପ୍ରଶଂସନୀୟ ଅଟେ I ଏବଂ ଏହା ପରେ କ୍ୟାପଟେନ ବିରାଟ କୋହଲି ହାତ ଉଠାଇ କିଛି ଇସାରା କରିଥିଲେ I

ଏହି ତିନି ଗୋଟି ଆଙ୍ଗୁଳି ଦେଖାଇବା ର ଅର୍ଥ ଥିଲା କି ବିରାଟ , ମୟଙ୍କ ଙ୍କୁ କହୁଥିଲେ ତୃତୀୟ ଶତକ କରିବାକୁ I କିନ୍ତୁ 243 ରନ ରେ ହିଁ ମୟଙ୍କ ଆଉଟ ହେଇଯାଇଥିଲେ I ମୟଙ୍କ 330 ବଲ ରେ ହିଁ 243 ରନ କରିବାକୁ ସକ୍ଷମ ହେଇଥିଲେ I ସେ 28 ଗୋଟି ଚୌକା ଓ 8 ଗୋଟି ଛକ୍କା ମାରିଥିଲେ I

ଯେତେବେଳେ ମୟଙ୍କ 150 ରନ ପୁରା କରିଥିଲେ ତାଙ୍କୁ 2 ଗୋଟି ଆଙ୍ଗୁଳି ଦେଖାଇଥିଲେ ଏବଂ ମୟଙ୍କ ନିଜ ର ଯଥା ସମ୍ଭବ ପ୍ରୟାସ ମଧ୍ୟ କରିଥିଲେ I ଏବଂ ମୟଙ୍କ ଙ୍କ ର ଏପରି ଖେଳ ପ୍ରଦର୍ଶନ ରେ କ୍ୟାପଟେନ ବିରାଟ କୋହଲି ମଧ୍ୟ ବେଶ ଅଧିକ ଖୁସି ହେଇଥିଲେ I