ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ‌କୁ ଦେଲେ ଚେତାବନୀ, କହିଲେ- ” ଭାରତ ସହ ଲାଗିଲେ ….”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକ୍ରମ ‘ମନ କି ବାତ’ରେ ପଡ଼ୋଶୀ ଦେଶ ଚୀନକୁ ଚେତାବନୀ ଦେଇଛନ୍ତି। ଏଥି ସହ ଭାରତ-ଚୀନ୍ ସୀମା ବିବାଦ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲଦାଖରେ ଯେଉଁମାନେ ଭାରତ ଉପରେ ଆଖି ଉଠେଇଛନ୍ତି, ସେମାନଙ୍କୁ ଉପଯୁକ୍ତ ଉତ୍ତର ମିଳିଛି, ଭାରତ ବନ୍ଧୁତା ପାଳନ କରିବା ଜାଣେ ଏବଂ ଆଖିରେ ଆଖି ମିଶାଇ ଚ୍ୟାଲେଞ୍ଜ ଦବା ମଧ୍ଯ ଜଣେ । ନିଜର ସୀମା ରକ୍ଷା ପାଇଁ ଭାରତର ଶକ୍ତିକୁ ସାରା ଦୁନିଆ ଦେଖି ସାରିଛି ।

ସହିଦ ଯବାନ ଙ୍କୁ ମାନେ ପକେଇଲେ –

ଲଦାଖ ଉପତ୍ୟକାରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ନିହତ ହୋଇଥିବା 20 ଜଣ ସୈନିକଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେମାନଙ୍କ ସାହୀକତା ଓ ବଳିଦାନ ପାଇଁ ସେମାନଙ୍କ ପରିବାର ଗର୍ବିତ। ଦେଶ ପାଇଁ ତାଙ୍କର ଏହି ଯୋଉ ଉତ୍ସାହ ଅଛି, ତାହା ଆମ ଦେଶର ଶକ୍ତି ଅଟେ| ଆପଣ ମାନେ ଦେଖିଥିବେ ଯେ ଯେଉଁ ପିତା ମାତା ଙ୍କ ପୁଅମାନେ ସହୀଦ ହେଇଛନ୍ତି, ସେମାନେ ମଧ୍ୟ ସେମାନଙ୍କର ଅନ୍ୟ ପୁଅ ଏବଂ ଘରର ଅନ୍ୟ ପିଲାମାନଙ୍କୁ ସେନା ରେ ପଠେଇବୁ କହୁଛନ୍ତି | ମୋଦୀ ଆହୁରି କହିଛନ୍ତି ଯେ ଲଦାଖରେ ଯେଉଁ ସୈନିକ ମାନଙ୍କ ମୃତ୍ୟୁ ହୋଇଛି, ତାଙ୍କ ବୀରତ୍ୱକୁ ସାରା ଦେଶ ପ୍ରଣାମ କରୁଛି। ଏହି ସହୀଦ ମାନଙ୍କ ପରିବାର ପରି, ପ୍ରତ୍ୟେକ ଭାରତୀୟ ସେମାନଙ୍କୁ ହରାଇବାର ଯନ୍ତ୍ରଣା ଅନୁଭବ କରୁଛନ୍ତି |

ପଡ଼ୋଶୀମାନଙ୍କ ଚ୍ୟାଲେଞ୍ଜ ସହ ଦେଶ ସଂଘର୍ଷ କରୁଛି-


ସୀମା ବିବାଦ ସମ୍ପର୍କରେ ମୋଦୀ କହିଛନ୍ତି ଯେ ନିଜ ସୀମା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ଭାରତ ର ଥିବା ପ୍ରତିଜ୍ଞାବଦ୍ଧତା କୁ ସାରା ଦୁନିଆ ଦେଖିଛି। ଲଦାଖରେ ଭାରତ ର ସୀମା ଉପରେ ଆଖି ପକେଇଥିବ ଲୋକ ଙ୍କୁ ଭାରତ ସଠିକ ଉତ୍ତର ଦେଇଛି। ଦେଶ ବର୍ତ୍ତମାନ ପଡୋଶୀମାନଙ୍କ ଚ୍ୟାଲେଞ୍ଜ ସହ ମୁକାବିଲା କରୁଛି।

ଉଲ୍ଲେଖନୀୟ କଥା ହେଉଛି, ଏହି ସମୟରେ ଲଦାଖ ସୀମାରେ ବହୁତ ସମସ୍ୟା ଚାଲିଛି| ଚୀନ୍ ସେନା ଗାଲଭାନ୍ ଉପତ୍ୟକାକୁ ଦାବି କରୁଛି। ଜୁନ୍ 15 ର ହିଂସାତ୍ମକ ସଂଘର୍ଷ ପରଠାରୁ ଚୀନ୍ ମଧ୍ୟ ସୀମାରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରି ଚୀନ୍ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି। କିନ୍ତୁ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଚୀନ୍ କୁ ତାର ଏଭଳି କାର୍ଯ୍ୟ ପାଇଁ ଉତ୍ତର ଦେବାକୁ ଭାରତ ପ୍ରସ୍ତୁତ ଅଛି। ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ପାଇଁ ସରକାର ସେନାକୁ ସମ୍ପୂର୍ଣ ସ୍ୱାଧୀନତା ଦେଇଛନ୍ତି। ଏଥି ସହିତ, ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଏହି ବିଷୟରେ ଚୀନ୍‌କୁ ଦୃଢ ବାର୍ତ୍ତା ଦେଇଛନ୍ତି ଯେ ଯଦି କେହି ଭାରତ ଆଡକୁ ଆଖି ଉଠାଏ ତେବେ ତାକୁ ଏହାର ଉତ୍ତର ମିଳିବ।

କରୋନା ବିଷୟରେ ମଧ୍ୟ କହିଲେ-

ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ କରୋନା ବିଷୟରେ ମଧ୍ୟ ଆଲୋଚନା କରି ଲୋକଙ୍କୁ କହିଥିଲେ ଯେ କରୋନା ସଙ୍କଟ ସମୟରେ ଦେଶ ରେ ଚାଲୁଥିବା ଲକଡାଉନ ଶେଷ ଦେଇଛି। ମୋଦୀ କହିଛନ୍ତି ଯେ ବର୍ତ୍ତମାନ ଆମେ ଅନଲକ୍ କରିବା ସ୍ଥିତି ରେ ଅଛୁ। ଅନଲକ୍ ସମୟରେ, ଦୁଇଟି ଜିନିଷର ଯତ୍ନ ନେବାକୁ ପଡିବ|କରୋନାକୁ ପରାସ୍ତ କରିବା ଏବଂ ଅର୍ଥନୀତିକୁ ମଜବୁତ କରିବା| ସାମାଜିକ ଦୂରତା ଅନୁସରଣ କରିବା ଏବଂ ମାସ୍କ ପିନ୍ଧିବା ପାଇଁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ନିବେଦନ କରିଥିଲେ ଏବଂ କହିଛନ୍ତି ଯେ ଯେଉଁମାନେ ମାସ୍କ ପିନ୍ଧନ୍ତି ନାହିଁ କିମ୍ବା ସାମାଜିକ ଦୂରତା ପାଳନ କରୁ ନାହାନ୍ତି ସେମାନେ ନିଜକୁ ବିପଦରେ ପକେଇବା ସହ ଅନ୍ୟ କୁ ମଧ୍ୟ ବିପଦରେ ପକାଉଛନ୍ତି|