ମାରିବା ପରେ ମଧ୍ୟ ସୁଶାନ୍ତ ସିଂ ରାଜପୁତ ଯୁବ ପ୍ରତିଭାଙ୍କୁ କରିବେ ସାହାଯ୍ୟ,ପରିବାର ଲୋକ ଉଠାଇଲେ ଏହି ବଡ ପଦକ୍ଷେପ- ଜାଣିଲେ ସଲାମ କରିବେ …

ଆଗରେ ହାର ମାନି ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି,କିନ୍ତୁ ମୃତ୍ୟୁ ପରେ ମଧ୍ୟ ସେ ଯୁବ ପ୍ରତିଭାଙ୍କୁ ସାହାଯ୍ୟ କରିବେ,ତାଙ୍କ ପରିବାର ଏଥିପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ସୁଶାନ୍ତଙ୍କ ପରିବାର ଏକ ବୟାନ ଜାରି କରି କହିଛନ୍ତି ଯେ ସେମାନେ ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେସନ୍ (SSRF) ପ୍ରତିଷ୍ଠା କରିବାକୁ ଯାଉଛନ୍ତି।

ଘରକୁ ଏକ ସ୍ମାରକୀରେ ପରିଣତ କରାଯିବ-

ସୁଶାନ୍ତଙ୍କୁ ଚଳଚ୍ଚିତ୍ର, କ୍ରୀଡା ଏବଂ ବିଜ୍ଞାନ ଆଦି କ୍ଷେତ୍ରରେ ଆଗ୍ରହ ଥିଲା, ଏଣୁ ଏହି କ୍ଷେତ୍ର ରେ ଯୁବ ପ୍ରତିଭାଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଏବଂ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଏହି ଫାଉଣ୍ଡେସନ୍ କାର୍ଯ୍ୟ କରିବ|କେବଳ ଏତିକି ନୁହେଁ, ପରିବାର ଲୋକେ ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ପାଟଣାର ରାଜୀବ ନାଗର ରେ ଥିବା ତାଙ୍କ ଘର,ଯେଉଁଠାରେ ସୁଶାନ୍ତଙ୍କ ପିଲାଦିନ ବିତି ଥିଲା, ତାହା ଏକ ସ୍ମାରକୀରେ ପରିଣତ କରା ଯିବା।ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ସମସ୍ତ ଜିନିଷ ଯେପରିକି ତାଙ୍କର ହଜାର ହଜାର ପୁସ୍ତକ, ତାଙ୍କ ଗିଟାର ଏବଂ ତାଙ୍କ ପ୍ରିୟ ଟେଲିସ୍କୋପ ଏଠାରେ ରଖାଯିବ|

ଜଣେ ଅଭିନେତା ହେବା ସହିତ ସୁଶାନ୍ତକୁ ବିଜ୍ଞାନ ପ୍ରତି ବହୁତ ଆଗ୍ରହ ଥିଲା। କବିତା ଲେଖିବା ମଧ୍ୟ ତାଙ୍କୁ ବହୁତ ପସନ୍ଦ ଥିଲା| ତାଙ୍କର ଅନ୍ତରୀକ୍ଷ ବିଷୟରେ ବହୁତ ଜ୍ଞାନ ଥିଲା|ସେ ଅନେକ ଖେଳ ସହିତ ମଧ୍ୟ ଜଡିତ ଥିଲେ। ସୁଶାନ୍ତ ଗିଟାର ବଜାଇବାକୁ ଭଲ ପାଉଥିଲେ। 14 ଜୁନ୍ ରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ମୁମ୍ବାଇ ଥିବା ଘରେ ମୃତ ଅବସ୍ଥା ରେ ମିଳିଥିଲେ। ଏହି ଘଟଣାର ତଦନ୍ତ କରୁଥିବା ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି।

ପାରିବାର ଲୋକ ଙ୍କ ପୋଷ୍ଟ-

ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ତାଙ୍କ ସନ୍ଦେଶରେ ଲେଖିଛନ୍ତି ଯେ ଦୁନିଆ ଯାହାକୁ ସୁଶାନ୍ତ ସିଂ ରାଜପୁତ ଭାବେ ଜାଣିଛି ସେ ଆମର ପ୍ରିୟ ଗୁଲଶନ ଥିଲା। ସେ ବହୁତ ଖୋଲା ମନୋଭାବ ର ବ୍ୟକ୍ତି ଥିଲା।ତା ଭବିଷ୍ୟତ ଉଜ୍ୱଳ ଥିଲା|ସେ ବହୁତ ଆଗ୍ରହୀ ଥିଲା|ତାର ଅନେକ ସ୍ୱପ୍ନ ଥିଲା ଏବଂ ସେ ସେମାନଙ୍କୁ ପୁରା କରିବା ପାଇଁ ସମ୍ପୂର୍ଣ ଚେଷ୍ଟା କରୁଥିଲା|

ତାଙ୍କ ପରିବାର ଆହୁରି ଲେଖିଛନ୍ତି ଯେ ତାଙ୍କ ହସ ଦେଖି ସମସ୍ତ ଙ୍କ ମନ ଭାରି ଯାଉଥିଲା। ସେ ଆମର ଗର୍ବ|ସେ ସମସ୍ତ ଙ୍କ ପାଇଁ ଏକ ପ୍ରେରଣା ଅଟେ| ଟେଲିସ୍କୋପ ତାର ସବୁଠୁ ପ୍ରିୟ ଜିନିଷ ଥିଲା, ତା ଦ୍ୱାର ସେ ତାରା ମାନଙ୍କୁ ଦେଖୁଥିଲା|ଏହା ଗ୍ରହଣ କରିବାକୁ ଆମକୁ ବହୁତ ସମୟ ଲାଗିବ ଯେ ଏବେ ଆମେ ତାର ସେହି ହସ ଆଉ କେବେ ଶୁଣି ପାରିବୁ ନାହିଁ |

ପରିବାର ଲେଖିଛନ୍ତି ଯେ ଏହା ଗ୍ରହଣ କରିବା ଆମ ପାଇଁ ବହୁତ କଷ୍ଟସାଧ୍ୟ ଯେ ଆମେ ତାର ସେ ଉଜ୍ୱଳ ଆଖି ଆଉ ଦେଖି ପାରିବୁ ନାହିଁ|ବିଜ୍ଞାନ ବିଷୟରେ ତା ସରୁ ନଥିବା ଅନେକ କଥା ଶୁଣି ପରିବୁନାହିଁ|ତାର ଚାଲି ଯିବ ପରେ ଆମ ପରିବାରରେ ଏକ ଖାଲି ସ୍ଥାନ ସୃଷ୍ଟି ହେଇଛି ଯାହା କେବେବି ପୂରଣ ହେବ ନାହିଁ|ସେ ତାଙ୍କ ପ୍ରଶଂସକଙ୍କୁ ବହୁତ ଭଲ ପାଉଥିଲେ ଏବଂ ଆପଣମାନଙ୍କୁ ତା ପ୍ରତି ଦେଖାଇଥିବା ପ୍ରେମ ପାଇଁ ଧନ୍ୟବାଦ |

ସୋସିଆଲ ମିଡିଆ ଆକାଉଣ୍ଟ ଆକ୍ଟଟିଭ ରହିବା

ପରିବାର ଲୋକେ ମଧ୍ୟ କହିଛନ୍ତି ଯେ ସେମାନେ ସୁଶାନ୍ତ ସିଂ ରାଜପୁତଙ୍କ ଇନଷ୍ଟାଗ୍ରାମ, ଟ୍ୱିଟର ଏବଂ ଫେସବୁକ୍ ଆକାଉଣ୍ଟକୁ ଚଲେଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହା ତାଙ୍କ ସ୍ମୃତିକୁ ସବୁଦିନ ପାଇଁ ସତେଜ ରଖିବ।