ନଇରେ ଭାସିକି ଆସୁଥିଲେ ମହିଳା, ତା’ପରେ ବ୍ୟକ୍ତି ଜଣଙ୍କ ଯାହା କଲେ ଜାଣିକି ପୁରା ସହର କରୁଛି ଛି ଛି, ଏମିତି କରିବା କଣ ଠିକ ଆପଣ କୁହନ୍ତୁ

ଆଜିର ଯୁଗରେ,ମାନବିକତା ନାମକ ଜିନିଷ ଆଉ ବଞ୍ଚି ନାହିଁ| ଲୋକମାନେ ଅତ୍ୟନ୍ତ ନିଷ୍ଠୁର ହୋଇଗଲେଣି|ନିଜ ଛଡା ଅନ୍ୟମାନଙ୍କ ବିଷୟରେ ଆଦ୍ୟ ଚିନ୍ତା କରନ୍ତି ନାହିଁ | ସମସ୍ତେ କେବଳ ନିଜ ବିଷୟରେ ଭାବନ୍ତି |ଏପରି ପରିସ୍ଥିତିରେ, ଯେତେବେଳେ କେହି ସାହାଯ୍ୟ ଆବଶ୍ୟକ କରନ୍ତି, ଲୋକମାନେ ତାଙ୍କୁ ଅଣଦେଖା କରି ନିଜର ଲାଭ ଦେଖନ୍ତି | ବିଶେଷକରି ସବୁଠାରୁ ବଡ ସମସ୍ୟା ହେଉଛି ଟଙ୍କା ଲୋଭ| ଯାହାକୁ ମଧ୍ୟ ଦେଖିଲେ ଟଙ୍କା ପଛରେ ହିଁ ଦୌଡୁଛି | ଏହାର ଲୋଭ ଆମ ଭିତରେ ଥିବା ମାନବିକତା ଭାବନାକୁ ପୋଛି ଦେଇଛି| ବର୍ତ୍ତମାନ ଉଦାହରଣ ସ୍ୱରୂପ, ଆଜିକାଲି ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ୍ ଦେଖନ୍ତୁ |

ନଦୀରେ ପ୍ରବାହିତ ହେଉଥିଲା ଶବ

ଏହି ଭାଇରାଲ୍ ଭିଡିଓରେ ନଦୀରେ ଏକ ଶବ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ତା’ପରେ ଜଣେ ବ୍ୟକ୍ତି ନଦୀକୁ ଓହ୍ଲାଇ ଶବକୁ କୂଳକୁ ନେଇଯାଇଛନ୍ତି| ଏହି ସମୟ ମଧ୍ୟରେ ସେ ନିଜକୁ ଏକ ଦଉଡିରେ ବାନ୍ଧି ରଖନ୍ତି ଯେପରି ସେ ନିଜେ ନଦୀରେ ଭାସି ନ ଯାଆନ୍ତି | ଭିଡିଓରେ ଅନ୍ୟ କେତେକ ଲୋକ ମଧ୍ୟ ଦେଖାଯାଉନ୍ତି l|

ବ୍ୟକ୍ତି ଜଣଙ୍କ ପକେଟରେ ଖୋଜୁଛନ୍ତି

ଏହି ଭିଡିଓ ଦେଖିବା ପରେ ଲାଗୁଛି ଯେପରି ବ୍ୟକ୍ତି ଜଣକ ଶବକୁ ସାହାଯ୍ୟ କରିବାକୁ କିମ୍ବା ପରିବାରକୁ ଦେବା ପାଇଁ ନଦୀରେ ଓଲ୍ହାଇଛନ୍ତି|ତାପରେ ବ୍ୟକ୍ତି ଜଣଙ୍କ ଯାହା କରିଛନ୍ତି ତାହା ଦେଖିବା ପରେ ମାନବିକତା ମଧ୍ୟ ଲଜ୍ଜିତ ହୋଇଯିବ| ସେ ସେହି ଶବର ପକେଟରେ ପଇସା ଖୋଜୁଛନ୍ତି।

ପଇସା ନ ମିଳିବାରୁ ଫୁଣି ଫୋପାଡ଼ି ଦେଲେ ମୃତଦେହ

ଯେତେବେଳେ ସେହି ବ୍ୟକ୍ତି ଶବ ନିକଟରୁ କିଛି ପାଆନ୍ତି ନାହିଁ, ସେତେବେଳେ ସେ ପୁନର୍ବାର ଏହାକୁ ନଦୀକୁ ପ୍ରବାହିତ କରିଦେଲେ| ପୁରା ଭିଡିଓ ଦେଖିବା ପରେ ଆପଣ ମଧ୍ୟ ବିଚଳିତ ହୋଇଯିବେ| ଏହି କାରଣରୁ ଆମେ ଏଠାରେ ଭିଡିଓ ଦେଖାଉ ନାହୁଁ | ଏହି ଭିଡିଓ କେଉଁଠିକାର ଏବଂ ଏହା କେବେର ଭିଡିଓ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ | ସୋସିଆଲ ମିଡିଆରେ କେବଳ ଭିଡିଓଟି ଭାଇରାଲ ହେବାରେ ଲାଗିଛି।

ଲୋକମାନଙ୍କ ମତାମତ କଣ

ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ନଦୀରେ ଓହ୍ଲେଇ ଥିବା ବ୍ୟକ୍ତି ଙ୍କୁ ନିନ୍ଦା କରିବା ଆରମ୍ଭ କରିଥିଲେ। ଲୋକମାନେ କହିଛନ୍ତି ଯେ ଆଜିର ଯୁବକମାନେ କେବଳ ଟଙ୍କା ପାଇଁ ଲୋଭୀ। ତାଙ୍କ ଭିତରେ କୌଣସି ମାନବିକତା ବାକି ନାହିଁ | ଯେତେବେଳେ ବ୍ୟକ୍ତି ସେହି ମୃତ ଶରୀରକୁ କୂଳକୁ ଆଣିଥିଲେ, ସେତେବେଳେ ଏହାକୁ ପୁନର୍ବାର ନଦୀରେ ପ୍ରବାହିତ କରିବାର କୌଣସି ଅର୍ଥ ନଥିଲା | ସେ ଏହି ବିଷୟରେ ପୋଲିସକୁ ଅବଗତ କରାଇବା ଉଚିତ୍ ଥିଲା । ଯାହାଫଳରେ ସେ ମହିଳାଙ୍କ ମୃତ ଦେହ ତାଙ୍କ ପରିବାର ନିକଟରେ ପହଞ୍ଚି ପାରିଥାନ୍ତା| ହୁଏତ ମହିଳାଙ୍କ ପରିବାର ତାଙ୍କ ବିଷୟରେ ଚିନ୍ତିତ ଥିବେ, ସେ କେଉଁଠି ଏବଂ କିଭଳି ଅବସ୍ଥାରେ ଅଛନ୍ତି ଭାବୁ ଥିବେ|

ଏହି ପୁରା ଘଟଣା ବହୁତ ଲଜ୍ଜାଜନକ ଥିଲା | ଆମ ଭିତରେ ଟିକିଏ ମାନବିକତା ଆଣିବା ଉଚିତ୍ | ଟଙ୍କା ସବୁ ନୁହେଁ | ମାନବିକତା ନାମକ ଏକ ଜିନିଷ ମଧ୍ୟ ଅଛି | କୌଣସି ବ୍ୟକ୍ତି ଏତେ ସ୍ୱାର୍ଥପର କିଭଳି ହୋଇପାରନ୍ତି ଯେ ଯେତେବେଳେ ଏକ ଶବ ମିଳିବ, ସେ ତା ନିକଟରୁ ଟଙ୍କା ଖୋଜିବା ଆରମ୍ଭ କରିବେ| ଏହା ବହୁତ ଭୁଲ କଥା| ସମାଜରେ ଏ ବିଷୟରେ ସଚେତନତା ରହିବା ଉଚିତ୍ | ଲୋକମାନେ ମାନବିକତାର ମହତ୍ତ୍ୱ ବୁଝିବା ଉଚିତ୍ |