IPL 2022 ନିଲାମ ପୂର୍ବରୁ କେଉଁ ଦଳ କେଉଁ ଖେଳାଳିଙ୍କୁ ରଖିବେ, କେଉଁ ଖେଳାଳିଙ୍କୁ ଛାଡିବେ ସାମ୍ନାକୁ ଆସିଲା ପୁରା List, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଆଇପିଏଲ ୨୦୨୨ ପୂର୍ବରୁ ହେବ ମେଗା ଅପ୍ସନ୍ ଏଥିପାଇଁ ସବୁ ଦଳ ଗୁଡ଼ିକ ଚୁଡାନ୍ତ ତାଲିକା ପ୍ରକାଶ କରିଛନ୍ତି। BCCI ର ନିୟମ ଅନୁଯାୟୀ ଗୋଟିଏ ଦଳ କେବଳ ୪ ଜଣ ଖେଳାଳିକୁ ନିଜ ସହିତ ରଖି ପାରିବ ବାକି ସମସ୍ତ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ। ତେବେ ଆସନ୍ତୁ ଜାଣିବା ୨୦୨୨ ଆଇପିଏଲ ଅପ୍ସନ୍ ପୂର୍ବରୁ ଯେଉଁ ଦଳ କେଉଁ ଖେଳାଳିଙ୍କୁ ରଖିବେ ଏବଂ କେଉଁ ଖେଳାଳିଙ୍କୁ ଛାଡ଼ିବେ।

ତେବେ ୨୦୨୨ ମସିହାରେ ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ନାଁରେ ଦୁଇଟି ନୂଆ ଦଳ ମଧ୍ୟ ସାମିଲ ହେବେ ତେଣୁ ସେମାନଙ୍କୁ ନିଲାମ ପୂର୍ବରୁ ଏଥିରେ ସାମିଲ ହେବାକୁ ଥିଲା ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ୩ ଜଣଙ୍କୁ ନିଜ ସହିତ ସାମିଲ କରିବାକୁ ସୁଯୋଗ ମିଳିବ। ଏଥର ଆରଟିମ ବ୍ୟବସ୍ଥା ରହିବ ନାହିଁ ତେଣୁ ପ୍ରତି ଦଳ ୪ ଜଣ ଖେଳାଳିଙ୍କୁ ରିଟେର୍ନ କରି ପାରିବେ। ନିଲାମ ପୂର୍ବରୁ କେଉଁ ଦଳ କେଉଁ ସବୁ ଖେଳାଳିଙ୍କୁ ନିଜ ସହିତ ରଖିବାକୁ ନିଷ୍ପତି ନେଇଛନ୍ତି ତାର ଗୋଟିଏ ତାଲିକା ପ୍ରକାଶ ପାଇଛି।

ଚେନ୍ନାଇ ସୁପରକିଙ୍ଗ: ମହେନ୍ଦ୍ର ସିଂ ଧୋନୀ, ରବୀନ୍ଦ୍ର ଯାଡେଜା ଏବଂ ପୃଥିରାଜ୍ ଗେକୁଆଲ୍, ଏହମ୍ମଦ ମଇନ୍ ଅଲିଙ୍କ ସହିତ ମଧ୍ୟ କଥାବାର୍ତ୍ତା ଚୁଡାନ୍ତ କରିଛି ଏହାର ଅର୍ଥ ସୁରେଶ ରାଇନା, ଡୂଏନ୍ ବ୍ରାଭୋ ଏବଂ ଡ୍ୟୁପ୍ଲେଶିଙ୍କ ଭଳି ଖେଳାଳିଙ୍କୁ ଚେନ୍ନାଇ ଛାଡ଼ିବ।

ମୁମ୍ବାଇ ଇଣ୍ଡିଅନ୍ସ: ରୋହିତ ଶର୍ମା ଜଶପ୍ରୀତ ବୁମରାହା ଏବଂ କିରନ ପୋଲାର୍ଡଙ୍କ ମୁମ୍ବାଇ ନିଲାମ ପ୍ରକ୍ରିୟା ଛାଡିବ ନାହିଁ ଯାତାର୍ଥ ଖେଳାଳି ଭାବରେ ମୁମ୍ବାଇ ଈଶାନ କିଷାନ କିମ୍ବା ସୂର୍ଯ୍ୟକୁମାର ଯାଦବ ଙ୍କ ମଧ୍ୟରୁ ଜଣଙ୍କୁ ରଖିବ ଏବଂ ପାଣ୍ଡିଆ ମଧ୍ୟ ନିଲାମ ପ୍ରକ୍ରିୟାରେ ସାମିଲ ହେବେ |

ଦିଲ୍ଲୀ କ୍ୟାପିଟାଲ: ଅକ୍ସର ପଟେଲ ପ୍ରିଥିବି ଶ ଙ୍କୁ ଦଳ ରିଟେନ କରିବ ବୋଲି ଏକ ପ୍ରକାରର ସ୍ପଷ୍ଠ ହୋଇଛି ଏପରି ହେଲେ ଅକ୍ସର ପଟେଲ କୁ ଦଳ ରିଲିଜ କରିବାକୁ ବାଧ୍ୟ ହେବ ସେହିପରି ଏୟାର ମଧ୍ୟ ଟିମ ସହ ରହିବେ ନାହିଁ |

ସନ ରାଇଜର୍ସ ହାଇଦ୍ରାବାଦ: କେନ ଉଇଲସିଅମ ଙ୍କୁ ଛାଡି ଦଳ ଆଉ ସମସ୍ତଙ୍କୁ ରିଲିଜ କରିବ ଏହାର ଅର୍ଥ ଡେଭିଡ ୱାର୍ନର ମଧ୍ୟ ଏଥର ନିଲାମୀ ରେ ସାମିଲ ହେବେ |

ରାଜସ୍ଥାନ ରୋୟାଲ: ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ଶାମ୍ସନ ଙ୍କୁ ଛାଡି ରାଜସ୍ଥାନ ଆଉ କାହାକୁ ନିଜ ପାଖରେ ରଖିବନି ଯଦି ଯଶ ଵଟଲର ଏବଂ ବେନ ଷ୍ଟ୍ରୋକ 2022 IPL ଖେଳିବା ପୂର୍ବରୁ ସେମାନଙ୍କୁ ରିଟେନ କରିବାକୁ ଦଳ ଲକ୍ଷ ରଖିଛି |

ରୋୟାଲ ଚାଲେଙ୍ଗର୍ସ ବାଙ୍ଗାଲୋର: ଅଧିନାୟକ ପଦ ଛାଡିବା ସତ୍ୱେ RCB ବିରାଟ କୋହଲି ଦଳରେ ରହିବେ ଏହା ସହିତ ମ୍ୟାକ୍ସୱେଲକୁ ଦଳ ରିଲିଜ କରିପାରେ ଏହା ସହ ପଡ଼ିକର ଓ ମହମ୍ମଦ ଶିରାଜ କୁ ଦଳ ପାଖରେ ରଖିବ |

କୋଲକାତା ନାଇଟ ରାଇଡ଼ର୍ସ: ସୁନୀଲ ନାରାୟଣ ଆଣ୍ଡ୍ରଲ ରସଲ ବରୁନ ଚକ୍ରବତ୍ତୀ କୁ ଦଳ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଦେବନି |

ପଞ୍ଜାଵ କିଙ୍ଗ: ପଞ୍ଜାଵ କିଙ୍ଗ ଏଥର କୌଣସି ଖେଳାଳି କୁ ନିଲାମ ପୂର୍ବରୁ ରଖିବ ନାହିଁ ବୋଲି ଘୋଷଣା ହୋଇଛି | ଏହାର ଅର୍ଥ କେ ଏଲ ରାହୁଲ ବିଶେଷ କରି ନୂଆ କରି IPL ରେ ସାମିଲ ହେଉଥିବା ଲକ୍ଷନୋରେ ନୂଆ ଟିମ ର ନେତୃତ୍ୱ ନେବେ ବୋଲି କୁହା ଯାଉଛି |