ନୂଆ ବର୍ଷ 2020 ମସିହା ଆପଣ ଙ୍କ ଜୀବନ ରେ ଅନେକ ସୁଖ ଓ ସମୃଦ୍ଧି ର ଦିନ ରହିବ I ତେବେ ବର୍ଷ ଟି ଭଲ ରେ ରହିବା ପାଁଇ ଆପଣ ଏହି ଉପାୟ କୁ ଆପଣେଇପାରିବେ I
ନୂଆ ବର୍ଷ ର ପୂର୍ବ ଦିନ ରେ କରନ୍ତୁ ଏହି ଉପାୟ
ଧନ ବୃଦ୍ଧି ହେତୁ
ନୂତନ ବର୍ଷ ରେ ଧନ ମାମଲା ରେ ବିଶେଷ ରୂପେ ଭଲ ରହିବ I ତେଣୁ ନୂତନ ବର୍ଷ ର ପୂର୍ବ ଦିନ ଏକ ପାନ ପତ୍ର ଓ ଏକ ଗୋଲାପ ର ଫୁଲ ଅଶ୍ୱସ୍ତ ବୃକ୍ଷ ତଳେ ପୋତି ଦିଅନ୍ତୁ I ଏହି ଉପାୟ ଦ୍ୱାରା ଆପଣ ଙ୍କ ର ଧନ ବୃଦ୍ଧି ର ଯୋଗ ରହିଛି I
ବ୍ୟବସାୟ ବୃଦ୍ଧି କରିବା କୁ
ନୂତନ ବର୍ଷ ରେ ଆପଣ ବ୍ୟବସାୟ ସ୍ଥାନ ରେ ଗଙ୍ଗା ପାଣି ପକାନ୍ତୁ I ଏବଂ ନିଜ ର ଆଲମାରୀ ରେ ପ୍ରଭୁ ଗଣେଶ ଓ ମାତା ଲକ୍ଷ୍ମୀ ଙ୍କ ର ପ୍ରତିମା ରଖନ୍ତୁ I ସେଠାରେ ଦୁଇଟି ଲବଙ୍ଗ ମଧ୍ୟ ରଖନ୍ତୁ I ଏବଂ ଓଁ ଶ୍ରୀ ଗଣେଶୟ ନମଃ ଓ ଓଁ ଶ୍ରୀ ମହାଲକ୍ଷ୍ମୀ ନମଃ ମନ୍ତ୍ର ଜପ କରନ୍ତୁ I
ରୋଗ ରୁ ମୁକ୍ତି
ନୂତନ ବର୍ଷ ରେ ଆପଣ ରୋଗ ମୁକ୍ତ ରହିବା କୁ ଚାହୁଁଥିଲେ ଆପଣ ବର୍ଷ ର ପ୍ରଥମ ଦିନ ରେ ସକାଳୁ ସ୍ନାନ କାର୍ଯ୍ୟ ସାରି ଭଗବାନ ଶିବ ଙ୍କ ପାଖ ରେ ପଞ୍ଚାମୃତ ଅର୍ପଣ କରନ୍ତୁ I ଏବଂ ଧଳା ରଙ୍ଗ ର ଅରଖ ଫୁଲ ମଧ୍ୟ ଅର୍ପଣ କରନ୍ତୁ I ଏହା ଦ୍ୱାରା ଆପଣ ନିରୋଗୀ ରହିବେ I
ଚାକିରୀ ପ୍ରାପ୍ତି କରିବା କୁ
ଇଚ୍ଛା ମୁତାବିକ ଚାକିରୀ କରିବା କୁ ହେଲେ ଆପଣ ଏହି ନୂତନ ବର୍ଷ ର ପ୍ରଥମ ଦିନ ରେ ଅଶ୍ୱସ୍ତ ବୃକ୍ଷ ର ପୂଜା କରନ୍ତୁ I ଏବଂ ଗଛ ମୂଳ ରେ କ୍ଷୀର ଓ ଜଳ ଅର୍ପଣ କରନ୍ତୁ I ଏହି ଉପାୟ କୁ ଆପଣେଇ ଆପଣ ଏକ ଭଲ ଚାକିରୀ ପାଇପାରିବେ I
ଶାନ୍ତି ପ୍ରାପ୍ତି ପାଁଇ
ଘରେ ଶାନ୍ତି ପ୍ରାପ୍ତି ପାଁଇ 1 ଜାନୁୟାରୀ ଦିନ ଆପଣ ଭଗବାନ ବିଷ୍ଣୁ ଙ୍କୁ ହଳଦିଆ ରଙ୍ଗ ର ବସ୍ତ୍ର ଅର୍ପଣ କରନ୍ତୁ I ଏବଂ ଖିରି ଭୋଗ ମଧ୍ୟ ଅର୍ପଣ କରନ୍ତୁ I
ଶତ୍ରୁ ଉପରେ ବିଜୟ ପ୍ରାପ୍ତି
ନିଜ ଶତ୍ରୁ ଉପରେ ବିଜୟ ପ୍ରାପ୍ତି କରିବା ପାଁଇ ଆପଣ କଳା ରଙ୍ଗ ର କପଡା ରେ ହଳଦୀ ରେ ନିଜ ଶତ୍ରୁ ର ନାମ ଲେଖି ଦିଅନ୍ତୁ I ଏହି ଉପାୟ କୁ ଆପଣ ତିନି ଦିନ କରନ୍ତୁ I ଏହି ଉପାୟ ଦ୍ୱାରା ଶତ୍ରୁ ଆପଣ ଙ୍କ ର କୌଣସି ବି କ୍ଷତି କରିପାରିବେ ନାହିଁ I