ସ୍ଵାତିକଙ୍କ ସହ ଆଉ ଅଭିନୟ କରିବେ ନାହିଁ Radhika, ସାମ୍ନାକୁ ଆସିଲା ଏମିତି ସବୁ କଥା…

ମସ୍କାର ବନ୍ଧୁଗଣ ଓଡ଼ିଆ ଶିରିୟଲ୍ ଜଗତର ସୁପରହିଟ ଏବଂ ନମ୍ୱର୍ ୧ ଯୋଡି ହେଉଛନ୍ତି ରାଧିକା ଏବଂ ସାତ୍ୱିକ୍ ଯାହାଙ୍କର ପ୍ରକୃତ ନାମ ହେଉଛି ମିତାଲି ଏବଂ ଜଗଜିତ୍। ଏହି ଦୁଇଜଣ ନୂଆ ବୋହୂ ଧାରାବାହିକରୁ ନିଜର କ୍ୟାରିୟର ବୋହୁତ ଭଲ ଭାବରେ ଆରମ୍ଭ କରିଥିଲେ ଏବଂ ଏହି ଦୁଇଜଣ ଏମିତି ଏକ ଯୋଡ଼ି ଭାବରେ ପରିଗଣିତ ହେଲେ ଯେ ଲୋକମାନେ ଏହି ଯୋଡିକୁ ଛାଡ଼ିବାକୁ ନାରାଜ୍। ଏହି ଯୋଡିକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି ଏବଂ ଲୋକମାନେ ଏବେ ମଧ୍ୟ ତାଙ୍କୁ ଝୁରୁଛନ୍ତି।


ନୂଆ ବୋହୂ ଧାରାବାହିକ ସରିଯାଇଛି ସତ କିନ୍ତୁ ଲୋକମାନେ ଏବେବି ତାଙ୍କ ଉପସ୍ଥିତି ଅନୁଭବ କରୁଛନ୍ତି। ନୂଆ ବୋହୂ ଧାରାବାହିକ ପ୍ରତି ଏତେ ଭଲ ପାଇବା ଏବଂ ଏହି ଯୋଡ଼ିଙ୍କ ପ୍ରତି ଏତେ ଭଲ ପାଇବା ଦେଖି ପ୍ରଡକ୍ସନ୍ ସଂସ୍ଥା ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି ଆଉ ଏକ ନୂଆ ଧାରାବାହିକ କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏହି ଧାରାବାହିକରେ ନଜର ନଆସି ପାରନ୍ତି ଆପଣମାନଙ୍କ ପ୍ରିୟ ହିରୋଇନ୍ ରାଧିକା ବା ମିତାଲି।


ଏକ ନୂଆ ଧାରାବାହିକ ଆସିବାକୁ ଯାଉଛି ତରଙ୍ଗ ଟିଭିରେ ଯାହାର ନାମ ରହିଛି ବନ୍ଧନ ଜନ୍ମ ଜନ୍ମର। ଏହାର ଶୁଭ ମହୁରତ ନିକଟରେ ସରିଛି। ଏଥିରେ ଆପଣମାନଙ୍କ ପ୍ରିୟ ହିରୋ ସାତ୍ୱିକ୍ ନଜର ଆସିଥିଲେ ମଧ୍ୟ ଏଥିରେ ଆପଣମାନଙ୍କ ପ୍ରିୟ ହିରୋଇନ୍ ରାଧିକା ନଜର ଆସିଥିବାର ଦେଖିବାକୁ ମିଳି ନଥିଲା।

ଏହି ମହୁରତର କିଛି ଫଟୋ ତରଙ୍ଗ ସିନେ ପ୍ରଡକ୍ସନ ତରଫରୁ ସେୟାର କରାଯାଇଥିଲା। ଯେଉଁଥିରେ ଆପଣମାନଙ୍କ ପ୍ରିୟ ହିରୋ ସାତ୍ୱିକ୍ ନଜର ଆସିଥିଲେ କିନ୍ତୁ ଆପଣମାନଙ୍କ ପ୍ରିୟ ହିରୋଇନ୍ ରାଧିକା ନଜର ଆସି ନଥିଲେ।


ଶୁଣିବାକୁ ମିଳୁଛି ଷ୍ଟୋରିରେ ଏକ ଟୁଇଷ୍ଟ୍ ରହିଛି ତେଣୁ ରାଧିକାଙ୍କୁ ପଛରେ ମଧ୍ୟ ଅଣା ଯାଇପାରେ କିନ୍ତୁ ଏପର୍ଯ୍ୟନ୍ତ ରାଧିକା ଏହି ଧାରାବାହିକରେ ନଜର ନ ଆସିଥିବାରୁ ଫ୍ୟାନମାନଙ୍କ ମନରେ ଆଲୋଚନା ସୃଷ୍ଟି ହୋଇଛି ଏବଂ ଅନେକ ଫ୍ୟାନମାନେ କମେଣ୍ଟ ଦେଇଛନ୍ତି ଯଦି ଏହି ଧାରାବାହିକରେ ରାଧିକା ନ ଆସେ ତେବେ ଏହି ଧାରାବାହିକକୁ ଆମେ ଏତେ ଭଲ ପାଇବା ଦେଇ ପାରିବୁ ନାହିଁ। ତେବେ ଦେଖାଯାଉ ପ୍ରଡକ୍ସନ ସଂସ୍ଥା କଣ କରୁଛି ଏବଂ ପୁଣିଥରେ ଏହି ଯୋଡିକୁ ଆଣୁଛି କି ନାହିଁ।