ପାକିସ୍ତାନ ବଜାରରେ ଟମାଟର ହେଲା ଖଟା, ପାକିସ୍ତାନରେ ଟମାଟର ଦାମ ଜାଣିଲେ ଆପଣ ଟମାଟର ଖାଇବା ଛାଡି ଦେବେ

କରାଚୀ , ପାକିସ୍ତାନ ରେ ଟମାଟ ର ମୂଲ୍ୟ ଆକାଶ ଛୁଆଁ ହେଇଚି I ଇଦ ମିଲାଦ ଉଁନ ନବୀ ର ଏକ ଦିନ ପୂର୍ବ ରୁ ଅର୍ଥାତ ଶନିବାର ଦିନ ରେ ଟମାଟ ର ମୂଲ୍ୟ 160 ଟଙ୍କା ରୁ ବୃଦ୍ଧି ହେଇ 360 ଟଙ୍କା ପ୍ରତି କିଲୋ ହେଇଚି I ଦୁଇ ଦିନ ପରେ ସୋମବାର ରେ ଟମାଟ ର ମୂଲ୍ୟ 140 ରୁ 170 ମୂଲ୍ୟ ପୁଣି ହେଇଯାଇଛି I ଟମାଟ ର ମୂଲ୍ୟ ଏପରି ଅହେତୁକ ବୃଦ୍ଧି କୁ ନେଇ ଲୋକେ ଚିନ୍ତା ରେ ପଡିଯାଇଛନ୍ତି I

ତେବେ କିଛି ଲୋକେ ଏହା ମଧ୍ୟ କହିଛନ୍ତି କି ଟମାଟ ର ମୂଲ୍ୟ ଏପରି ବୃଦ୍ଧି ହେବାକୁ ନେଇ ଲୋକେ ୟୋଗଟ ର ବ୍ୟବହାର କରୁଛନ୍ତି I ଜଣେ ମହିଳା ଏହା ମଧ୍ୟ କହିଛନ୍ତି କି ପାକିସ୍ତାନ ରେ ଏପରି ଅହେତୁକ ଟମାଟ ର ମୂଲ୍ୟ ବୃଦ୍ଧି କୁ ନେଇ ଏକ ବଡ଼ ଚିନ୍ତା ଦେଖାଯାଇଛି I ଏବଂ କମ ଦାମ ସମୟ ରେ ସବୁ ଲୋକେ ଅଧିକ ଅଧିକ ଟମାଟ ସଂଚୟ କରିବାକୁ ମଧ୍ୟ ଯୋଜନା କରିଛନ୍ତି I

ଜଣେ ସ୍ଥାନୀୟ ବିକ୍ରେତା ଅବଦୁଲ କରିମ କହିଛନ୍ତି କିଛି ବଡ଼ ବ୍ୟବସାୟୀ ହିଁ ଏପରି ଟମାଟ ର ମୂଲ୍ୟ ବୃଦ୍ଧି କରିଛନ୍ତି I

କରାଚୀ ର ଥୋକ ପରିବା ବିକ୍ରେତା ଆସୋସିଏସନ ର ପ୍ରେସିଡେଣ୍ଟ ହଜି ସହଯାହା କହିଛନ୍ତି ବଲୁଚିସ୍ତାନ ରୁ ଟମାଟ ଆମଦାନ କମିଯାଇଛି I କାବୁଲ ରୁ ମଧ୍ୟ ଆସୁଥିବା ଟମାଟ କୌଣସି କାରଣ ରୁ ଆସିପାରୁନାହିଁ I ସାଧାରଣ ଭାବ ରେ ଟମାଟ ଫସଲ ଅକ୍ଟୋବର ମାସ ରେ ହେଇଥାଏ I ତେଣୁ ଏହି ସମସ୍ୟା ଆଗାମୀ 15 ରୁ 20 ଦିନ ରେ ସୁଧୁରିବା ର ଆଶା ରହିଛି I