IAS ଇଣ୍ଟରଭିଉରେ ପଚରାଯାଇଥିବା ଏହି ପ୍ରଶ୍ନର ଝିଅଟି ଦେଲେ ଏପରି ଉତ୍ତର କି ଏକା ଥରକେ ହେଇଗଲେ ସିଲେକ୍ଟ …

ଆମ ଦେଶରେ ଅନେକ ପ୍ରକାର ପରୀକ୍ଷା ମାନ ହୋଇଥାଏ | ସେଥି ମଧ୍ୟରୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ସବୁଠରୁ ବେଶୀ କଠିନ ହୋଇଥାଏ | ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥାନ୍ତି | ସ୍ବାଧୀନତା ପରେ ଭାରତରେ ଅନେକ କ୍ଷେତ୍ରରେ ବିଭିନ୍ନ ପରିବର୍ତ୍ତନ ହୋଇଥିଲା, କିନ୍ତୁ ଏହି ଚୟନ ପ୍ରକ୍ରିୟା ଏତେ କଠିନ ଯେ ଆଜିକାଲି ଏହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆଇ.ଏ.ଏସ ପରୀକ୍ଷା ଏତେ କଷ୍ଟସାଧ୍ୟ ଯେ, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ସଫଳ ହୁଅନ୍ତି | ଆମେ ଆପଣଙ୍କୁ ଏହି ପରୀକ୍ଷାର ସାକ୍ଷାତକାର ସମୟରେ ପଚରାଯାଉଥିବା କିଛି ଭିନ୍ନ ଏବଂ ଅଦ୍ଭୁତ ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ |

ଆସନ୍ତୁ ଆପଣଙ୍କୁ ଜଣାଇଦେଉଛୁ ଯେ IAS ପରୀକ୍ଷାରେ କିଛି ଛାତ୍ର ଉତୀର୍ଣ୍ଣ ନ ହେବାର କାରଣ ହେଉଛି ଏଥିରେ ସୀମିତ ସଂଖ୍ୟକ ସିଟ୍ ରହିଥାଏ | ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ତିନୋଟି ପର୍ଯ୍ୟାୟ ସମାପ୍ତ ହୋଇଥାଏ | ଏହାର ପ୍ରଥମ ପର୍ଯ୍ୟାୟ ହେଉଛି ପ୍ରାଥମିକ ପରୀକ୍ଷା, ଦ୍ୱିତୀୟ ପର୍ଯ୍ୟାୟ ହେଉଛି ମୁଖ୍ୟ ପରୀକ୍ଷା ଏବଂ ତୃତୀୟ ପର୍ଯ୍ୟାୟ ତଥା ସାକ୍ଷାତକାର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ | ଏହି ତିନୋଟି ପର୍ଯ୍ୟାୟରେ ସଫଳ ହେବା ପରେ ଛାତ୍ରଙ୍କ ପ୍ରାଥମିକତା ଅନୁଯାୟୀ IAS, IFS , ଆଇପିଏସ୍, ଆଇଆରଏସ୍ ପାଇଁ ମନୋନୀତ ହୋଇଥାନ୍ତି |ଅନ୍ୟ ମାନେ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ପାଇଁ ମନୋନୀତ ହୋଇଥାନ୍ତି | ଆମ ଦେଶ ର ବିହାର ରାଜ୍ୟରୁ ସବୁଠାରୁ ଅଧିକ ଛାତ୍ର IAS ପାଇଛନ୍ତି |

ଏହି ପରୀକ୍ଷାରେ ଅନେକ କଠିନ ଏବଂ ଚାଲାକ ପ୍ରଶ୍ନ ପଚରାଯାଏ | ଏଗୁଡିକର ଉତ୍ତରଗୁଡିକ ଅତି ସାଧାରଣ ଏବଂ ସହଜ ହୋଇଥାଏ | କେବଳ ନିଜର ମନକୁ ଶାନ୍ତ ଏବଂ ସ୍ଥିର ରଖି ଆରାମରେ ଏଗୁଡିକର ଉତ୍ତର ଦେବା ଆବଶ୍ୟକ | ଏହିପରି ପ୍ରଶ୍ନ ଆପଣଙ୍କ ସେନ୍ସ ଅଫ ହୁମୋର ସମ୍ପର୍କରେ ଜାଣିବା ପାଇଁ ପଚରାଯାଇଥାଏ |

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ର ସାକ୍ଷାତକାରରେ ବହୁତ ଅଦ୍ଭୁତ ଏବଂ କଠିନ ପ୍ରଶ୍ନ ପଚରାଯାଏ ଯାହାର ସଠିକ୍ ଉତ୍ତର ଦେବା କାଠିକର ପାଠ | ଅନେକ ଥର ଏପରି ଅଜବ ଏବଂ ଦ୍ୱନ୍ଦ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେବାକୁ ଛାତ୍ରମାନେ ବିଫଳ ହୁଅନ୍ତି | କିଛି ଦିନ ତଳେ ଏପରି ଏକ ଅଦ୍ଭୁତ ପ୍ରଶ୍ନ ବହୁ ଚର୍ଚ୍ଚାର ବିଷୟ ପାଲଟିଥିଲା |ଏହି ପ୍ରଶ୍ନ ଟି IAS ସାକ୍ଷାତକାର ସମୟରେ ଜଣେ ଛାତ୍ରଙ୍କୁ ପଚରାଯାଇଥିଲା ଯାହାଫଳରେ ସେ ବିଚଳିତ ହୋଇପଡ଼ିଥିଲେ |

ଏପରି ଏକ ପ୍ରଶ୍ନ ଏକ ସାକ୍ଷାତକାରରେ ଜଣେ ଛାତ୍ରୀଙ୍କୁ ପଚାରଯାଇଥିଲା | ଛାତ୍ରୀ ଜଣକ ଅତି ସହଜରେ ତାହାର ଉତ୍ତର ଦେଇଥିଲେ ଏବଂ ଚୟନକର୍ତ୍ତାଙ୍କ ମନ ଯିଣିନେଇଥିଲେ | ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଏବଂ ଉତ୍ତର କଣ ଥିଲା |
ପ୍ରଶ୍ନ : ପୁଅମାନେ ଧଳା ଧଳା କଣ ବାହାରକରନ୍ତି ଏବଂ ଝିଅ ମାନେ ତାହା ପିଇଦିଅନ୍ତି ?

ଉତ୍ତର : ଛାତ୍ରୀ ଜଣକ ଉତ୍ତର ଦେଲେ ‘ଲୁହ’ ଏବଂ କହିଲେ ଯେ,’ଲୁହ ଧଳା ହୋଇଥାଏ , ଯାହାକୁ ପୁଅମାନେ ଆଖିରୁ ବାହାର କରିଥାନ୍ତି, କିନ୍ତୁ ଝିଅମାନେ ଲୁହ ପିଅନ୍ତି, ଅର୍ଥାତ୍ ସେମାନେ ସେମାନଙ୍କର ଯନ୍ତ୍ରଣା ଏବଂ ଅସୁବିଧାକୁ ଲୁଚାଇ ରଖନ୍ତି |’

ଆପଣ ମାନଙ୍କୁ ଅବଗତ କରେଇ ଦେଉଅଛୁକି, ଯେଉଁ ମାନେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ଏପରି ପ୍ରଶ୍ନ ପାଇଁ ପୂର୍ବରୁ ପ୍ରସ୍ତୁତହୋଇ ଯାନ୍ତୁ |