ପାଠ ପଢ଼ାଇବା ବାହାନାରେ ଛାତ୍ରୀଙ୍କୁ ସବୁଦିନ ଏପରି ଡିମାଣ୍ଡ କରୁଥିଲେ ଶିକ୍ଷକ, ତାପରେ ଗୋଟେ ଦିନ…

ବିହାରର ଭୋଜପୁର ଜିଲ୍ଲାରେ ଘଟିଥିବା ଏକ ଲଜ୍ୟା ଜନକ ଘଟଣା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି | ନନିହାଲର ଜଣେ ଘରୋଇ ଶିକ୍ଷକ ନିଜ ଛାତ୍ରୀଙ୍କୁ ପଢ଼ାଇବା ବାହାନାରେ ଘରକୁ ଆସି ସବୁଦିନ ବଳା-ତ୍କାର କରିଥିଲେ | ସେ ନିଜର ଏହି କୁକର୍ମର ଏକ ଭିଡ଼ିଓ ମଧ୍ୟ ବନେଇଥିଲେ ଏବଂ ପୀଡିତା ଙ୍କୁ ଚୁପରହିବା ପାଇଁ ଧମକ ମଧ୍ୟ ଦେଇଥିଲେ | କାହାକୁ ଏ ସମ୍ପର୍କରେ ଜଣେଇଲେ ଭିଡ଼ିଓ ଭାଇରଲ କରିଦେବେ ବୋଲି ଧମକ ଦେଇଥିଲେ | ପୀଡିତା ଜଣକ ବୁଧବାର ଦିନ ମହିଳା ଥାନାରେ ଏ ସମ୍ପର୍କରେ ଏକ ଏତଲା ଦେଇଛନ୍ତି | ପୋଲିସ ଘଟଣାର ତଦନ୍ତ କରୁଛି | ଏହି ଘଟଣାଟି ସହାର ଥାନା ଅନ୍ତର୍ଗତ ଛଟକି ଖଡାଵ ଗ୍ରାମରେ ଘଟିଛି | ଏଠାରେ ଯୁବକ ଜଣକ ଏକ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି |

ଛାତ୍ରୀଙ୍କ ବୟାନ ଅନୁସାରେ ତାଙ୍କ ମାମୁଁ ଘର ଲୋକା ଏ ଘଟଣା ରେ ତାଙ୍କୁ ସାହାର୍ଯ୍ୟ ନକରିବାରୁ ସେ ପୋଲିସ କୁ ଏ ସମ୍ପର୍କରେ ଜଣେଇବା ଠିକ ହେବ ଭାବିଥିଲେ | ଅନ୍ୟ ପକ୍ଷରେ ଥାନା ଅଧିକାରୀ ପୁନମ କୁମାରୀ ମିଡ଼ିଆ ସାମନରେ, ଛାତ୍ରୀଙ୍କ ବୟାନ ଅନୁସାରେ ଟିଉସନ ପଢ଼ୁଥିବା ଶିକ୍ଷକ କୁ ଯଥା ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି |

ସୂଚନା ଅନୁସାରେ ଯୁବକ ଜଣକ ଯେତେବେଳେ ଛାତ୍ରୀ ଜଣକ ଗର୍ଭବତୀ ହେଇଛନ୍ତି ବୋଲି ଜାଣିଲେ ସେତେବେଳେ ସେ ଗର୍ଭପାତ କରାଇଦେଇଥିଲେ | ଏହା ପରେ ବାଳିକା ଜଣକ ନିଜ ପରିବାରଙ୍କୁ ଏସମ୍ପର୍କ ରେ ଜଣେଇବା ପରେ ସେମାନେ ମହିଳା ଥାନାରେ ଅଭିଯୋଗ କରିଛନ୍ତି | ଛାତ୍ରୀ ଜଣକ ଘର ଚରପୋଖରୀ ଥାନା ଅନ୍ତର୍ଗତ ବୋଲି ଜଣାପଡିଛି | ସେ ନନିହାଲରେ ନିଜ ମାମୁ ଘରେ ରହୁଥିଲେ |ସେଠାରେ ଏକ ଯୁବକ ପ୍ରତିଶୁତି ଦେଇ ତାଙ୍କ ସହ ଦୁଷ୍କର୍ମ କରିଆସୁଥିଲେ | ଛାତ୍ରୀ ଜଣକ ନିଜର ଗର୍ଭବତୀ ହେବା ଖବର ଯୁବକଙ୍କୁ ଜଣାଏଇଲା ପରେ ଯୁବକ ଜଣକ ତାଙ୍କୁ ନେଇ ତାଙ୍କର ଗର୍ଭପାତ କରାଇଥିଲେ | ଏହା ପରେ ପୀଡ଼ିତାଙ୍କ ବୟାନ ଅନୁସାରେ ପୋଲିସ ଘଟଣାର ତଦନ୍ତ କରୁଛି |

ଅନ୍ୟପଟେ କୁହାଯାଉଛି ଯେ, ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକା ଙ୍କୁ ଆଉ କେହି ନୁହଁ ବରଂ ତାଙ୍କ ଟିଉସନ ଶିକ୍ଷକ ହିଁ ବଳା-ତ୍କାର କରିଛନ୍ତି | ଅଭିଯୁକ୍ତ ଲବକୁଶ କୁମାର ସନ୍ଦେଶ ଥାନା ଅନ୍ତର୍ଗତ ପିଞ୍ଜରାଇ ଗ୍ରାମର ବାସିନ୍ଦା ଅଟନ୍ତି |ପେସାରେ ସେ ଜଣେ ଶିକ୍ଷକ ଅଟନ୍ତି ଏବଂ ସହର ଅଂଚଳର ଏକ ପ୍ରାଥମିକ ବିଦ୍ୟାଳୟରେ ସେ ପାଠ ପଢାନ୍ତି | ଥାନାରେ ଏତଲା ଦେବାପରେ ପୋଲିସ ଛାତ୍ରୀଙ୍କର ମେଡିକାଲ ଟେଷ୍ଟ କରିଛି | ଛାତ୍ରୀ ଜଣକ ଥାନାରେ କହିଛନ୍ତି ଯେ,ସେ ତାଙ୍କ ସାବତ ମାଆଙ୍କ ଅତ୍ୟାଚାର ସହିନପାରି ନିଜ ମାମୁଁଘର ରହୁଥିଲେ | ଶିକ୍ଷକ ଜଣକ ପଢ଼ାଇବା ବାହାନାରେ ତାଙ୍କ ସହ ଅଶ୍ଳୀଳ ବ୍ୟବହାର ଆରମ୍ଭ କରିଦେଇଥିଲେ | ଏହାପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ଏହାର ଏକ ଭିଡ଼ିଓ ମଧ୍ୟ ତିଆରି କରିଥିଲେ | ପରବର୍ତ୍ତୀ ସମୟରେ ସେ ତାଙ୍କୁ ବିବାହର ପ୍ରତିଶୁତି ଦେଇ ଦୁଷ୍କର୍ମ କରିଆସୁଥିଲେ | ଯେତେବେଳେ ସେ ଗର୍ଭବତୀ ହେବାର ଖବର ଶୁଣିଲେ ଜବରଦସ୍ତି ତାଙ୍କର ଗର୍ଭପାତ କରେଇଦେଇଥିଲେ |