ପିଆଜର ଚୋପା ଆପଣଙ୍କୁ କରିପାରେ ଆହୁରି ଅଧିକ ସୁନ୍ଦର, ଉପକାରିତା ଜାଣିବା ପରେ ଆଉ କେବେବି ଫୋପାଡିବେ ନାହିଁ ପିଆଜ ଚୋପାକୁ

ଯାହା କି ଆପଣ ଜାଣିଥିବେ ପିଆଜ ର ବ୍ୟବହାର ପ୍ରତୋକ ଲୋକେ ରୋଷେଇ ରେ କରିଥାନ୍ତି I ପ୍ରତୋକ ଲୋକେ ଖାଦ୍ୟ ର ସ୍ୱାଦ ବୃଦ୍ଧି କରିବା କୁ ପିଆଜ ର ବ୍ୟବହାର କରିଥାନ୍ତି I କିନ୍ତୁ ଏହି ପିଆଜ ର ବ୍ୟବହାର ଦ୍ୱାରା ଅନେକ ରୋଗ ମଧ୍ୟ ଭଲ ହେଇଥାଏ I ପିଆଜ ରେ ପ୍ରଚୁର ପରିମାଣ ର ପୋଷାକ ତତ୍ୱ ରହିଥାଏ I ଦେଖିବା କୁ ଗଲେ ପିଆଜ ରେ ଅନେକ ଔଷଧୀୟ ଗୁଣ ରହିଛି I ବିନା ପିଆଜ ରେ କୌଣସି ବି ରୋଷେଇ ପୁରା ହେଇ ନ ଥାଏ I ଅଧିକାଂଶ ସମୟ ରେ ଲୋକେ ପିଆଜର ଚୋପା ପକାଇ ଦେଇଥାନ୍ତି I

କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟ ହେବେ ଏହି ପିଆଜ ର ଚୋପା ଆପଣ ଙ୍କ ର ସୁନ୍ଦରତା ପାଁଇ ବିଶେଷ ରୂପେ ଲାଭକାରୀ ହେଇଥାଏ I ଏହା ଆପଣ ଙ୍କ ର ତ୍ୱଚା ସମ୍ବନ୍ଧିତ ସମସ୍ୟା ଦୂର କରିଥାଏ I

ପିଆଜ ଚୋପା ର ଫାଇଦା
ଯଦି ଆପଣ ସ୍କିନ ଆଲର୍ଜି ସମସ୍ୟା ର ସମୁଖୀନ ହେଉଛନ୍ତି ତେବେ ପିଆଜ ର ଚୋପା କୁ ପାଣି ରେ ପକାଇ 3 ଘଣ୍ଟା ରଖନ୍ତୁ I ଏହା ପରେ ପାଣି ରୁ ଏହି ପିଆଜ ଚୋପା କୁ ଛାଣି ଦିଅନ୍ତୁ ଓ ଏହି ପାଣି କୁ ନିଜ ର ତ୍ୱଚା ରେ ପକାନ୍ତୁ I କିଛି ସପ୍ତାହ ପ୍ରତୋକ ଦିନ ଏହା ର ବ୍ୟବହାର କରନ୍ତୁ I ଦେଖିବେ ଆପଣ ଙ୍କ ର ସ୍କିନ ଆଲର୍ଜି ସମସ୍ୟା ଦୂର ହେଇଯିବ I

ଆପଣ ଜାଣି ଆଶ୍ଚଯ୍ୟ ହେବେ କି ପିଆଜ ଚୋପା ଆପଣ ଙ୍କ ର ବାଳ ପାଁଇ ମଧ୍ୟ ଏକ କଣ୍ଡିସନର ପରି ଅଟେ I କିଛି ଘଣ୍ଟା ଏହି ପିଆଜ ଚୋପା କୁ ପାଣି ରେ ବୁଡାଇ ରଖିବା ପରେ ଏହି ପାଣି ରେ ନିଜ ବାଳ ଧୁଅନ୍ତୁ I ଦେଖିବେ ଆପଣ ଙ୍କ ର ବାଳ ଚମକ କରିବ I

ଚେହେରା ର ଦାଗ ଦୂର କରିବା ପାଁଇ ପିଆଜ ଚୋପା ବିଶେଷ ରୂପେ ବ୍ୟବହାର କରାଯାଇଥାଏ I ଏହି ପିଆଜ ଚୋପା କୁ ପାଣି ରେ କିଛି ସମୟ ବୁଡାଇ ରଖନ୍ତୁ ଓ ଏହି ପାଣି ରେ ମୁହଁ ଧୁଅନ୍ତୁ I ଏହି ପାଣି ରେ ସାମାନ୍ୟ ହଳଦୀ ମଧ୍ୟ ମିଶେଇପାରିବେ I ଯାହା କି ଆପଣ ଙ୍କ ତ୍ୱଚା ପାଁଇ ଲାଭକାରୀ ହେଇଥାଏ I

କୌଣସି ପୋକ ଯଦି ଆପଣ ଙ୍କୁ କାମୁଡି ଦେଉଛି ତେବେ ଏହି ପିଆଜ ଚୋପା ପାଣି ଆପଣ ଲଗାଇ ପାରିବେ I ଏବଂ ଏହି ପାଣି ରେ ସେହି ସ୍ଥାନ କୁ କିଛି ସମୟ ମସାଜ କରନ୍ତୁ I ଏଥର ଆପଣ ଜାଣିପାରିଥିବେ ପିଆଜ ଚୋପା ର କଣ ଫାଇଦା ରହିଛି I