ପିତା ଙ୍କର ସମ୍ପତି ଉପରେ ଝିଅ କେବେ ନିଜର ଅଧିକାର ଦାବି କରିପାରିବେ; ଜାଣନ୍ତୁ ଏହା ଉପରେ କଣ ରହିଛି ନିୟମ

ଏପରି କିଛି କ୍ଷେତ୍ର ରେ ଯଦି ଜଣେ ଯୁବତୀ କମ ବୟସ ରେ ବିବାହ କରିଥାନ୍ତି ଓ ବିବାହ ପରେ ନାନା ପାରିବାରିକ ପ୍ରତାଡନା ର ଶିକାର ହେଇଥାନ୍ତି ତେବେ ସେ ନିଜ ପତି ଙ୍କ ଠାରୁ ଅଲଗା ରହିପାରିବା ସହଜ ହେଇ ନ ଥାଏ I କାରଣ କମ ବୟସ ରେ ବିବାହ କାରଣ ରୁ ସେ ନିଜ କୁ ରୋଜଗାର କ୍ଷମ କରି ନ ଥାନ୍ତି I

ଅନେକ ସମୟ ରେ ଲୋକ ଙ୍କ ର ମନ ରେ ଏହି ପ୍ରଶ୍ନ ଆସିଥାଏ କି କଣ ପିତା ଙ୍କ ର ମୃତ୍ୟୁ ପରେ ଝିଅ ର ପିତା ଙ୍କ ର ସମ୍ପତି ଉପରେ ଅଧିକାର ରହିଛି I ଅନେକ ଲୋକେ ଏହା ର ଆଇନିଗତ କାରଣ କୁ ଜାଣି ନ ଥାନ୍ତି I ଯଦି ପିତା ଙ୍କର ମୃତ୍ୟୁ ପରେ ଭାଇ ପିତା ଙ୍କ ର ସମ୍ପତି ରୁ କୌଣସି ଅଧିକାର ଭଉଣୀ କୁ ନ ଦେବେ ତେବେ କଣ ହେବ ?

ହିନ୍ଦୁ ଉତ୍ତରାଧିକାର ଅଧିନିୟମ 1956 ରେ 2005 ର ସଂଶୋଧନ ରେ ଏପରି ଉଲେଖ ରହିଛି କି ଝିଅ ଙ୍କୁ ମଧ୍ୟ ପିତା ଙ୍କ ର ସମ୍ପତି ରେ ବରାବରୀ ର ଅଧିକାର ରହିଛି I ପିତା ଙ୍କ ର ସମ୍ପତି ରେ ପୁଅ ର ଯେତିକି ଅଧିକାର ରହିଛି ଝିଅ ର ମଧ୍ୟ ସେତିକି ଅଧିକାର ରହିଛି I

2005 ରେ ମିଳିଥିଲା ଝିଅ ଙ୍କୁ ତାଙ୍କ ଅଧିକାର
ହିନ୍ଦୁ ଉତ୍ତରାଧିକାର ଅଧିନିୟମ 1956 ରେ ହିନ୍ଦୁ ଧର୍ମ ର ଆଇନି ଝିଅଙ୍କୁ ସମାନ ଅଧିକାର ଦେଇ ନ ଥିଲା I କିନ୍ତୁ 9 ସେପ୍ଟେମ୍ବର 2005 ରେ ଝିଅ ଙ୍କୁ ତାଙ୍କ ର ସମ୍ପୂର୍ଣ ଅଧିକାର ମିଳିପାରିଥିଲା I

1. ପୈତୃକ ସମ୍ପତି ଥିଲେ
ହିନ୍ଦୁ ଆଇନି ଅନୁସାରେ ସମ୍ପତି କୁ ଦୁଇ ଶ୍ରେଣୀ ରେ ବିଭକ୍ତ କରାଯାଇଛି , ପୈତୃକ ଓ ସ୍ୱଅର୍ଜିତ I ପୈତୃକ ସମ୍ପତି ଯାହା କି ଯେପରି ଘର ଜାଗା ଆଦି ର ପୁଅ ଓ ଝିଅ ମଧ୍ୟ ରେ ଜନ୍ମସିଧ ଅଧିକାର ରହିଥାଏ I 2005 ପୂର୍ବ ରୁ ଏପରି ସମ୍ପତି ରେ ଝିଅ ଙ୍କ ର ଅଧିକାର ନ ଥିଲା I କିନ୍ତୁ 2005 ପରେ କେହି ମଧ୍ୟ ଝିଅ ଙ୍କୁ ତାଙ୍କ ର ଅଧିକାର ଦେବାକୁ ମନା କରିପାରିବେ ନାହିଁ I

2.ପିତା ଙ୍କ ର ସ୍ୱଅର୍ଜିତ ସମ୍ପତି
ସ୍ୱଅର୍ଜିତ ସମ୍ପତି ମାମଲା ରେ ଝିଅ ମାନେ କମ ଭାଗ ପାଇଥାନ୍ତି I ଯଦି ପିତା ନିଜ ଟଙ୍କା ରେ ଜାଗା କିଣିଛନ୍ତି , ଘର କରିଛନ୍ତି ତେବେ ସେ ଯାହା କୁ ଚାହିଁବେ ସେହି ସମ୍ପତି ଦେଇପାରିବେ I ଏବଂ ନିଜ ଇଚ୍ଛା ରେ କାହାରିକୁ ମଧ୍ୟ ଦାନ କରିଦେବେ I

3.ଯଦି ଉତ୍ତରାଧିକାରୀ ନ ଲେଖି ପିତା ଙ୍କ ର ହେଇଚି ମୃତ୍ୟୁ
ଯଦି ପିତା ମୃତ୍ୟୁ ପୂର୍ବ ରୁ କାହାରି କୁ ଉତ୍ତରାଧିକାରୀ ବୋଲି ଘୋଷଣା ନ କରି ମୃତ୍ୟୁବରଣ କରିଛନ୍ତି ତେବେ ଏହି ସମ୍ପତି ଉପରେ ତାଙ୍କ ପତ୍ନୀ , ପୁଅ ଓ ଝିଅ ଙ୍କ ର ଅଧିକାର ରହିଥାଏ I ଏହା ର ଅର୍ଥ ପିତା ଙ୍କ ର ମୃତ୍ୟୁ ପରେ ଝିଅ ର ମଧ୍ୟ ପିତା ଙ୍କ ସମ୍ପତି ରେ ଅଧିକାର ରହିଛି I

4. ଝିଅ ବିବାହିତ ଥିଲେ
2005 ପୂର୍ବ ରୁ ଆଇନି ଅନୁସାରେ ହିନ୍ଦୁ ଘର ର ଝିଅ ମାନେ ବିବାହ ପରେ ପିତା ଙ୍କ ର ସମ୍ପତି ରେ କୌଣସି ଅଧିକାର ନ ଥିଲା କିନ୍ତୁ 2005 ର ନିୟମ ପରେ ଝିଅ ବିବାହ କରିଥିଲେ ମଧ୍ୟ ଯଦି ତାଙ୍କ ପିତା ଙ୍କ ର ମୃତ୍ୟୁ ହେଉଛି ତେବେ ମଧ୍ୟ ଝିଅ ର ପିତା ଙ୍କ ସମ୍ପତି ରେ ଅଧିକାର ରହିବ I

5.ଯଦି 2005 ପୂର୍ବ ରୁ ଝିଅ ଜନ୍ମ ହେଇଚି I
ଏହି ନୂଆ ନିୟମ 9 ସେପ୍ଟେମ୍ବର 2005 ରେ ଲାଗୁ ହେଇଚି I ତେବେ ଆଇନି ଅନୁସାରେ କୌଣସି ଫରକ ପଡେନାହିଁ କି ଝିଅ ଏହି ତାରିଖ ପରେ ଜନ୍ମ ହେଇଚି କି ପୂର୍ବ ରୁ ଜନ୍ମ ହେଇଚି I ଏହି ଆଇନି ସମସ୍ତ ଙ୍କ ପାଁଇ ଲାଗୁ ଅଟେ I

Share Your Comments Below