ଏହି ଶ୍ରବଣରେ ଘର ପାଖରେ ଲଗାନ୍ତୁ ବେଲ ଗଛ, ଭଗବାନ ଶିବ ଙ୍କର କୃପାରୁ ଦୁର ହେବ ଜୀବନର ଅନେକ ସମସ୍ୟା

ହିନ୍ଦୁ ଧର୍ମ ରେ ଭଗବାନ ଶିବ ଙ୍କ ର ବିଶେଷ କୃପା ସମ୍ବନ୍ଧ ରେ କହିବା ର କୌଣସି ଆବଶ୍ୟକତା ନାହିଁ I ଭଗବାନ ଶିବ ଭୋଲେନାଥ ନାମ ରେ ଏହିକରଣ ରୁ ଲୋକପ୍ରିୟ କାରଣ ସେ ଖୁବ ଭଲ ଅଟନ୍ତି I ତେବେ ଶିବ ଙ୍କ ର ଅତି ପ୍ରିୟ ବୃକ୍ଷ ହେଉଛି ବେଲ ବୃକ୍ଷ I

ଆଗାମୀ 28 ତାରିଖ ରୁ ଆରମ୍ଭ ହେଉଛି ଶ୍ରବଣ ମାସ
ଏହି ଶ୍ରବଣ ମାସ 28 ଜୁଲାଇ ରୁ ଆରମ୍ଭ ହେବାକୁ ଯାଉଛି I ଏହି ଶ୍ରବଣ ରେ ମହାଦେବ ଆପଣ ଙ୍କ ଓ ଆପଣ ଙ୍କ ର ଘର ଉପରେ ପ୍ରସନ୍ନ ରହିବେ I ତେବେ ଏଥିପାଇ ଏପରି କିଛି ଉପାୟ କୁ ଆପଣେଇ ଆପଣ ମହାଦେବ ଙ୍କ ର କୃପା ର ଭାଗିଦାରୀ ହେଇପାରିବେ I ବେଲ ଗଛ କେବଳ ମହାଦେବ ଙ୍କ ର ପ୍ରିୟ ନୁହେ ଏହି ଗଛ ର ଅନେକ ଔଷଧ୍ୟ ଗୁଣ ମଧ୍ୟ ରହିଛି I ଏହା ଦ୍ୱାରା ଅନେକ ରୋଗ ବି ଦୂର ହେଇଥାଏ I

ବେଲ ଗଛ ର ଉପକାରିତା ସମ୍ପର୍କ ରେ ଜାଣି ଆପଣ ବି ଆଶ୍ଚଯ୍ୟ ହେବେ I ଏହା ଦ୍ୱାରା ଡାଇବେଟିଜ , ବ୍ଲଡ଼ ପ୍ରେସର ପରି ଗମ୍ଭୀର ରୋଗ ଦୂର ହେଇଥାଏ I ବାସ୍ତୁଶାସ୍ତ୍ର ଅନୁସାରେ ଘର ବାହାରେ ବେଲ ଗଛ ଲଗାଇବା ବହୁତ ଶୁଭ ହେଇଥାଏ I ଶିବ ପୁରାଣ ରେ ବି ଏହା କୁ ମହତ୍ବପୂର୍ଣ ବୃକ୍ଷ ବି କୁହାଯାଇଥାଏ I ବେଲ ପତ୍ର ଯେ କେବଳ ମହାଦେବ ଙ୍କ ପାଁଇ ନୁହେଁ ସବୁ ଦେବା ଦେବୀ ଙ୍କ ପାଖ ରେ ସମର୍ପିତ ହେଇଥାଏ I

ଶିବ ପୁରାଣ ଅନୁସାରେ ବେଲ ପତ୍ର ର କିଛି ବିଶେଷ କଥା :
-ଯେଉଁ ଘରେ ବେଲ ଗଛ ର ବୃକ୍ଷ ଲଗାଯାଇଥାଏ ନିୟମିତ ସେହି ଗଛ ରେ ପାଣି ଦେବା ଉଚିତ ଏହା ଦ୍ୱାରା ଆପଣ ଅନେକ ପାପ ରୁ ମୁକ୍ତି ପାଇଥାନ୍ତି I ଏହା ଦ୍ୱାରା ସେହି ପରିପାର୍ଶ୍ଵ ରେ ସକାରାତ୍ମକ ଉର୍ଜା ରହିଥାଏ I

-ଏହି ବେଲ ଗଛ କୁ ଘର ର ଉତ୍ତର ଓ ପଶ୍ଚିମ ରେ ହିଁ ଲଗାଇବା ଉଚିତ ହେଇଥାଏ I ଏହା ବାସ୍ତୁ ଅନୁସାରେ ଶୁଭ ହେଇଥାଏ I

-ଏହି ବେଳ ଗଛ କୁ ଆପଣ ଘର ର ଉତ୍ତର ଦକ୍ଷିଣ ଦିଗ ରେ ବି ଲଗାଇପାରିବେ I

-ଖୁବ କମ ଲୋକେ ଏହା ଜାଣିଛନ୍ତି କି ଶିବ ଲିଙ୍ଗ ରେ ଚଢା ଯାଇଥିବା ବେଲ ପତ୍ର କେବେ ବାସି ହେଇ ନ ଥାଏ I ଅର୍ଥାତ ଆଗାମୀ ଦିନ ବି ଏହା କୁ ଧୋଇ ପୁଣି ଶିବଲିଙ୍ଗ ରେ ଅର୍ପଣ କରିପାରିବେ I

-ବେଲ ପତ୍ର ତୋଳିବା ସମୟ ରେ ଏହି କଥା ର ଧ୍ୟାନ ରଖିବେ କି ରବିବାର , ଅଷ୍ଟମୀ , ଚତୁର୍ଦଶୀ ଓ ଅମାବାସ୍ୟା ରେ କେବେ ହେଲେ ଭୁଲ ରେ ବେଲପତ୍ର ତୋଳନ୍ତୁ ନାହିଁ I

-ଶିବପୁରାଣ ରେ ବେଲପତ୍ର କୁ ମହାଦେବ ଙ୍କ ର ହିଁ ରୂପ କୁହାଯାଇଛି I

-ବେଲ ପତ୍ର ର ପୂଜା ରେ ମାତା ଲକ୍ଷ୍ମୀ ବି ଖୁବ ପ୍ରସନ୍ନ ହେଇଥାନ୍ତି I

-ସ୍କନ୍ଦ ପୁରାଣ ରେ ଏପରି ବର୍ଣିତ ରହିଛି କି ଦିନେ ମାତା ପାର୍ବତୀ ଙ୍କ ର ଶରୀର ରୁ ଖୁବ ଝାଳ ବୋହୁଥିଲା ଏବଂ ମାତା ଯେତେବେଳେ ତାଙ୍କ ଦେହ ର ଝାଳ କୁ ପୋଛି ତଳେ ପକାଇଦେଲେ ତ ସେଠାରୁ ଏହି ବେଲ ଗଛ ର ଉତ୍ପର୍ଣ୍ଣ ହେଇଥିଲା I

Leave a Reply

Your email address will not be published. Required fields are marked *